Odisha news

ଭାରତ ଟ୍ରିପ କାହିଁକି କ୍ୟାନ୍ସେଲ କରୁଛନ୍ତି ବ୍ରିଟିଶ ନାଗରିକ ? କଣ ରହିଛି ଭିସା ସହିତ ଯୋଡି ହୋଇଥିବା ନିୟମ

0

ନୂଆଦିଲ୍ଲୀ : ହଜାର ହଜାର ସଂଖ୍ୟାରେ ବ୍ରିଟେନ ନାଗରିକ ମାନେ ଭାରତ ଟ୍ରିପ କ୍ୟାନ୍ସେଲ କରିଛନ୍ତି l ଏହା ପଛରେ ଭିସା ନିୟମ ରେ କଥିତ ପରିବର୍ତନ ବୋଲି କୁହାଯାଉଛି l ଦି ଟାଇମ୍ସ ୟୁକେ ରିପୋର୍ଟ ଅନୁସାରେ ଅନ୍ତିମ ସମୟରେ ପର୍ଯ୍ୟଟକ ଭିସା ନିୟମରେ ପରିବର୍ତନ କାରଣରୁ ବ୍ରିଟେନ ନାଗରିକ ମାନେ ଭାରତ ଯାତ୍ରା ରଦ୍ଧ କରୁଛନ୍ତି l ନିୟମ ଅଚାନକ ପରିବର୍ତନ କାରଣରୁ ବ୍ରିଟେନ ଲୋକମାନେ ବ୍ରିଟେନ ରେ ଭିସା କେନ୍ଦ୍ର ରେ ନିଜ ପାଇଁ ଅନୁଷ୍ଠାପନ କରି ଭିସା ପାଇଁ ଆବେଦନ କରିବାକୁ ପଡୁଛି l ରିପୋର୍ଟ ରେ କୁହାଯାଇଛି ଯେ ଏହି ପ୍ରକ୍ରିୟା ରେ ଅନ୍ୟ ପକ୍ଷରେ ବାଧା ସୃଷ୍ଟି କରୁଛି ଯେ ଆସନ୍ତା ମାସ ପର୍ଯ୍ୟନ୍ତ ବ୍ରିଟେନ ଲୋକଙ୍କ ପି[ଆଇନ କୌଣସି ଆପଏଣ୍ଟମେଣ୍ଟ ଉପଲବ୍ଧ ନାହିଁ l

ଏହାର ପରିଣାମ ସ୍ୱରୂପ ଭାରତ ଆସିବାକୁ ଚାହୁଁଥିବା ହଜାର ହଜାର ବ୍ରିଟିଶ ନାଗରିକ ନିଜ ଛୁଟି କୁ ରଦ୍ଧ କରିଛନ୍ତି l କିନ୍ତୁ ଲଣ୍ଡନ ରେ ଥିବା ଭାରତୀୟ ଉଚ୍ଚାୟୁକ୍ତ କହିଛନ୍ତି ଯେ ଭିସା ନିୟମରେ କୌଣସି ପରିବର୍ତନ କରାଯାଇ ନାହିଁ l ରିପୋର୍ଟ ରେ କୁଜିଛି ଯେ ବ୍ରିଟିଶ ପାସପୋର୍ଟ ଗ୍ରହଣ କରିଥିବା ବ୍ୟକ୍ତି ମାନଙ୍କ ପାଇଁ ଅଟୋମେଟିକ ମେସେଜ ଜରିଆରେ ନିୟମ ରେ ପରିବର୍ତ୍ତନ ର ସୂଚନା ଦିଆଯାଇଛି l ରିପୋର୍ଟ ରେ ଆହୁରି ମଧ୍ୟ କୁହାଯାଇଛି ଯେ ଭିସା ଆପଏଣ୍ଟମେଣ୍ଟ ଡିସେମ୍ବର ମାସ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି l ଏହା ଏଥିପାଇଁ କରାଯାଇଛି କାରଣ ବ୍ୟକ୍ତି ନିଜେ ଉପସ୍ଥିତ ରହିବା ଜରୁରୀ l

Govt
Leave A Reply