ଧନତେରସ ପ୍ରତିବର୍ଷ କାର୍ତ୍ତିକ ମାସ କୃଷ୍ଣପକ୍ଷ ର ତ୍ରୟୋଦଶୀ ଦିନ ପାଳିତ ହୋଇଥାଏ । ଏହିଦିନ ଠାରୁ ଦୀପାବଳୀ ଉତ୍ସବ ପାଳିତ ହୋଇଥାଏ । ଚଳିତ ବର୍ଷ ଧନତେରସ ଅକ୍ଟୋବର ୨୩ ତାରିଖ ରବିବାର ଦିନ ପାଳନ କରାଯିବ । ଧନତେରସ ରେ ସୁନା, ରୂପା ଓ ବାସନ କିଣିବା ଶୁଭ ହୋଇଥାଏ ।
କୁହାଯାଏ ଯେ ଧନତେରସ ରେ ଘରକୁ ଏହିସବୁ ଜିନିଷ ଆଣିବା ଦ୍ଵାରା ମାତା ଲକ୍ଷ୍ମୀଙ୍କ ଆଶୀର୍ବାଦ ର ଆଗମନ ହୋଇଥାଏ ।
କିଛି ଜିନିଷ ଏଭଳି ଥାଏ ଯାହାକୁ ଧନତେରସ ରେ କିଣିବା ଅଶୁଭ ହୋଇଥାଏ ଓ ଆଦୌ କିଣିବା ଉଚିତ୍ ନୁହେଁ ।
ଆସନ୍ତୁ ଜାଣିବା ସେହି ଜିନିଷ ଗୁଡ଼ିକ କଣ ?
* ଲୁହା ଜିନିଷ -:
ଧନତେରସ ରେ ଲୁହା ଜିନିଷ ଆଦୌ କିଣିବା ଉଚିତ୍ ନୁହେଁ । ଶାସ୍ତ୍ର ଅନୁସାରେ ଲୁହା ଶନି ଦେବଙ୍କ କାରକ ଅଟେ । ଧନତେରସ ରେ ଲୁହା ଜିନିଷ କିଣିବା ଦ୍ଵାରା ଧନ କୁବେର ଅସନ୍ତୁଷ୍ଟ ହୋଇ ଥାଆନ୍ତି ।
* ରସ ଜିନିଷ :-
ଧନତେରସ ରେ କିଛି ଲୋକ ରସ ବା ଆଲୁମିନିୟମ ଜିନିଷ କିଣି ଥାଆନ୍ତି । ଆଲୁମିନିୟମ ରେ ରାହୁ ଙ୍କ ପ୍ରଭାବ ଅଧିକ ରହିଥାଏ । ଏହା ଦୁର୍ଭାଗ୍ୟ ସୂଚକ ଅଟେ । ତେଣୁ ଏହି ଧାତୁ ଜିନିଷ କିଣିବା ଉଚିତ୍ ନୁହେଁ ।
* କୌଣସି ଧାରୁଆ ଅସ୍ତ୍ର:-
ଧନତେରସ ରେ କୌଣସି ଧାରୁଆ ଅସ୍ତ୍ର ଯେପରିକି ଛୁରୀ, ପିନ୍ କଣ୍ଟା , ଇତ୍ୟାଦି କିଣିବା ଉଚିତ୍ ନୁହେଁ । ଏଭଳି ଜିନିଷ କିଣିବା ଦ୍ଵାରା ଦାରିଦ୍ରତା ର ଆଗମନ ହୋଇଥାଏ ।
* ପ୍ଲାଷ୍ଟିକ ଓ କାଚ ଜିନିଷ :-
ଧନତେରସ ରେ ଘରକୁ ପ୍ଲାଷ୍ଟିକ ଓ କାଚ ଜିନିଷ କିଣି ଆଣିବା ଆଦୌ ଶୁଭ ନୁହେଁ । ଏହିଦିନ ଯଦି ଆପଣ ଏହି ୨ଟି ଧାତୁ ର ଜିନିଷ କିଣି ଆଣିବେ ତେବେ ଜୀବନ ରେ ଖୁବ୍ ବାଧାବିଘ୍ନ ଆସିବ ।
