Odisha news

ଦେଶର ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୪୨୮୩୬ ରେ ପହଞ୍ଚିଛି, ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୨୯୬୮୫, ମୃତ୍ୟୁସଂଖ୍ୟା ୧୩୮୯ ରହିଛି

0

ନୂଆଦିଲ୍ଲୀ : ଦେଶର ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୪୨୮୩୬ ରେ ପହଞ୍ଚିଛି । ଏହା ମଧ୍ୟରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୨୯୬୮୫ ଥିବାବେଳେ ମୃତ୍ୟୁସଂଖ୍ୟା ୧୩୮୯ ରହିଛି । ତେବେ ଦେଶରେ ଏପର୍ଯ୍ୟନ୍ତ ୧୧୭୬୧ ଜଣ ଆରୋଗ୍ୟ ଲାଭ କଲେଣି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଆଜି ସଂଧ୍ୟାରେ ଜାରି ତଥ୍ୟରୁ ଜଣାପଡ଼ିଛି ।

ଏହା ପୂର୍ବରୁ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଥିଲା ଯେ ଗତ ୨୪ ଘଣ୍ଟାରେ ଦେଶରେ ୧୦୭୪ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି, ଯାହାକି ଗୋଟିଏ ଦିନରେ ସର୍ବାଧିକ । ଏହା ସହିତ ଦେଶର ଆରୋଗ୍ୟ ହାର ୨୭.୫୨ ପ୍ରତିଶତକୁ ବୃଦ୍ଧି ପାଇଛି ।

ମହାରାଷ୍ଟ୍ରରେ ମୋଟ ସକ୍ରିୟ ସଂକ୍ରମଣ ସଂଖ୍ୟା ୧୦୩୧୧ ଥିବାବେଳେ ମୃତ୍ୟୁସଂଖ୍ୟା ୫୪୮ ରହିଛି । ୨ୟ ଓ ୩ୟ ସ୍ଥାନରେ ଯଥାକ୍ରମେ ଗୁଜୁରାଟ ଓ ଦିଲ୍ଲୀ ରହିଛନ୍ତି । ଏହି ଦୁଇ ରାଜ୍ୟରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ଯଥାକ୍ରମେ ୪୦୯୬ ଓ ୩୧୨୩ ଓ ମୃତ୍ୟୁସଂଖ୍ୟା ଯଥାକ୍ରମେ ୨୯୦ ଓ ୬୪ ରହିଛି ।

ଅନ୍ୟପକ୍ଷରେ ସମଗ୍ର ବିଶ୍ୱରେ କରୋନା ସଂକ୍ରମିତ ସଂଖ୍ୟା ୩୫ ଲକ୍ଷ ୯୦ ହଜାରରେ ପହଞ୍ଚିଥିଛି । ଏହା ମଧ୍ୟରେ ମୃତ୍ୟୁସଂଖ୍ୟା ୨ ଲକ୍ଷ ୪୯ ହଜାର ରହିଛି । ତେବେ ସମଗ୍ର ବିଶ୍ୱରେ ଆରୋଗ୍ୟଙ୍କ ସଂଖ୍ୟା ୧୧ଲକ୍ଷ ୬୫ ହଜାରକୁ ବୃଦ୍ଧି ପାଇଛି ।

Leave A Reply