୨୨.୦୭.୨୦୨୦-କେନ୍ଦ୍ରାଚଂଳ ରାଜସ୍ୱ କମିଶନର ଅନିଲ୍ କୁମାର ସାମଲ ଜିଲ୍ଲାରେ କୋଭିଡ୍ ପରିସ୍ଥିତି ର ସମୀକ୍ଷା କରିଛନ୍ତି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମ୍ମୀଳନୀ କକ୍ଷରେ ଆୟୋଜିତ ସମୀକ୍ଷା ବୈଠକରେ ଶ୍ରୀସାମଲ ଜିଲ୍ଲାରେ କରୋନା ମୁକାବିଲା ନିମନ୍ତେ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ଅବଗତ ହେବା ସହ କୋରନା ଚିକିତ୍ସା କେନ୍ଦ୍ରରେ ଉପଲବ୍ଧ ସୁବିଧା ଓ ଖାଦ୍ୟ ମାନ ଉପରେ ଗୁରୁତ୍ୱ ଦେବାକୁ କହିଥିଲା ।ଅନ୍ୟପକ୍ଷରେ ଜିଲ୍ଲାପାଳ ଶ୍ରୀ ବଲୱନ୍ତ ସିଂ କୋଭିଡ୍ ସ୍ଥିତି,କୋଭିଡ୍ ସ୍ୱାସ୍ଥ୍ୟକେନ୍ଦ୍ର କୋଭିଡ୍ କେୟର୍ ସେଟଂର,କୋଭିଡ୍ କେୟାର୍ ହୋମ,ଗ୍ରାମ୍ୟ ସ୍ତରୀୟ କୋରନା ପରିଚାଳନା କମିଟି ଗଠନ ସମ୍ପର୍କରେ ଜଣାଇଥିଲେ ସେହିଭଳି ଜିଲ୍ଲାର ସହରାଚଂଳ ମସ୍ତିରେ କୋରନା ନିୟନ୍ତ୍ରଣ ପାଇଁ କୋରନା କେୟାର ମନିଟର ଭାବେସ୍ୱେଚ୍ଛାସେବୀ ମୃତୟନ,କୋରନା ଟେଷ୍ଟି ସଂଙ୍କ୍ରାନ୍ତରେ ମଧ୍ୟ ଆଲୋଚନା ହୋଇଥିଲା ।ଉକ୍ତ ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ, ବିନର୍ୟ କୁମାର ଦାଶ, ସୁବାଷ ଚନ୍ଦ୍ର ନାଥଶର୍ମା,ପୌରସଂସ୍ଥା କାର୍ଯ୍ୟନିର୍ବାହି ଅଧିକାରୀ ବିଜୟ କୁମାର ଦାସ ,ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡଃ ସୁଜାତା ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ