Odisha news

ମହାମାରୀରେ ମହାଦୁର୍ନୀତି : କଂଗ୍ରେସର ଅଭିଯୋଗ ଫର୍ଦ୍ଦ

0

ଭୁବନେଶ୍ୱର ତା ୯.୬- ମାସ୍କ – ମାସ୍କ କିଣାରେ ବ୍ୟାପକ ଅନିୟମିତତା ଏବଂ ଦୁର୍ନୀତିର ପ୍ରମାଣ ଗୋଟିଏ ପରେ ଗୋଟିଏ ପଦାକୁ ଆସୁଛି । କଂଗ୍ରେସ ପାଖରେ ଖୋଦ୍ ପ୍ରମାଣ ସବୁ ହସ୍ତଗତ ହୋଇଛି । ୩ ଲେୟର ମାସ୍କ୧୬ ଟଙ୍କାରେ କିଣା ଯାଇଛି । ଏହି ସମାନ ଧରଣର ମାସ୍କ ଅନ୍ୟ ରାଜ୍ୟମାନେ ଯଥା ଦିଲ୍ଲୀ, ପଣ୍ଡିଚେରୀ, ଆଣ୍ଡାମାନ ନିକୋବର, ଗୁଜୁରାଟ, ତେଲେଙ୍ଗାନା ଇତ୍ୟାଦି ଯେତେବେଳେ ଯଥାକ୍ରମେ ଟ. ୮.୪୭, ଟ. ୭.୮୮, ଟ. ୭.୫୦, ଟ. ୨.୪୦ ଓ ଟ. ୧.୩୪ ପଇସାରେ କିଣିଛନ୍ତି ସେତେବେଳେ ଆମ ରାଜ୍ୟର ଔଷଧ ନିଗମ ୧୬ ଟଙ୍କାରେ କିଣିଛନ୍ତି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀଙ୍କ ଯୁକ୍ତି ହେଉଛି କେନ୍ଦ୍ର ସରକାରଙ୍କ ଗାଇଡ୍ଲାଇନ୍ ଅନୁସାରେ ମାସ୍କ କିଣାଯାଇଛି । କେନ୍ଦ୍ର ସରକାର ମାର୍ଚ୍ଚ ୨୧ ତାରିଖ ଏବଂ ମାର୍ଚ୍ଚ ୨୪ ତାରିଖରେ ଦୁଇଟି ନିଦେ୍ର୍ଦଶନାମା ଜାରି କରିଥିଲେ । ସେଥିରେ ୧୦ ଟଙ୍କା ଏବଂ ୧୬ ଟଙ୍କା ମାସ୍କ ପ୍ରତି ଦର ଧାର୍ଯ୍ୟ କରିଥିଲେ । ମାତ୍ର ତାହା ଥିଲା ସର୍ବୋଚ୍ଚ ମୂଲ୍ୟ ଏବଂ ଖୁଚୁରା ବିକ୍ରୀ ପାଇଁ ।

କିନ୍ତୁ ଓଡିଶା ସରକାର ୩୦ ଲକ୍ଷ ମାସ୍କ ୧୬ ଟଙ୍କାରେ ଠସଗ୍ଦଷଦ୍ଭଙ୍କ ଊସଗ୍ଦକ୍ଟ୍ରକ୍ଟଗ୍ଦବଭକ୍ଷର ଚଙ୍ଖଗ୍ଧ. ଖଗ୍ଧୟ. ଠାରୁ କିଣିଛନ୍ତି । ଏହା ତାମିଲନାଡୁର ଏକ କମ୍ପାନୀ । ତେଲେଙ୍ଗାନା ଟ.୧.୩୪ ପଇସାରେ ଏବଂ ଗୁଜୁରାଟ ଟ. ୨.୪୦ ପଇସାରେ କିଣୁଥିବା ବେଳେ ଆମ ରାଜ୍ୟ ୧୬ ଟଙ୍କାରେ କିଣିବା ପଛରେ କ’ଣ ରହସ୍ୟ ରହିଛି । କେନ୍ଦ୍ର ସରକାରଙ୍କର ଏରଗ ବା ଏକ୍ଟଙ୍ଖଗ୍ଧ. ଋ-ଗବକ୍ସଳଗ୍ଧସଦ୍ଭଶ ଚକ୍ଟକ୍ସଗ୍ଧବକ୍ଷ ମାଧ୍ୟମରେ କରୋନା ମୁକାବିଲା ପାଇଁ ବ୍ୟବହୃତ ଗବଗ୍ଧରକ୍ସସବକ୍ଷଗ୍ଦ, ଋକ୍ତଙ୍କସକ୍ଟ୍ରଜ୍ଞରଦ୍ଭଗ୍ଧଗ୍ଦ, ଗବମଷସଦ୍ଭର ଇତ୍ୟାଦି କିଣିବାର ନିଦେ୍ର୍ଦଶ ରହିଛି । ଏହା ମାଧ୍ୟମରେ କିଣିଲେ ଦୁର୍ନୀତି ହେବାର ସମ୍ଭାବନା ନଥାଏ । ଏରଗ ମାଧ୍ୟମରେ ଓଡିଶା ଔଷଧ ନିଗମ କାହିଁକି ମାସ୍କ କିଣିଲେ ନାହିଁ ବୋଲି ଆଜିର ସାମ୍ବାଦିକ ସମ୍ମିଳନୀରେ ପ୍ରଶ୍ନ କରିଛନ୍ତି ପିସିସି ସଭାପତି ଶ୍ରୀଯୁକ୍ତ ନିରଞ୍ଜନ ପଟ୍ଟନାୟକ ।

ମାର୍ଚ୍ଚ ୩ ତାରିଖରେ ୩୦ ଲକ୍ଷ ମାସ୍କ କିଣିବା ପାଇଁ ଏରଗ ରେ ଟେଣ୍ଡର କରି ମାର୍ଚ୍ଚ ୧୮ ରେ କାହିଁକି ସେଥିରୁ ଓହରି ଗଲେ । ଟେଷ୍ଟିଙ୍ଗ କିଟ୍ – ସମାନ ପ୍ରକାରର ଟେଷ୍ଟିଙ୍ଗ କିଟ୍କୁ ୩ ପ୍ରକାରର ଦରରେ କିଣାଯାଇଛି । ଗୋଟିଏ କମ୍ପାନୀ ପାଖରୁ (ଗଜଚ ଓଦ୍ଭଳରଗ୍ଦଷ ଗରୟସମବକ୍ସର, ଊବଗ୍ଧର ୨୧.୪.୨୦୨୦) ଟ. ୧୩୨୧ ରେ କିଣାଯାଇଥିବା ବେଳେ ଅନ୍ୟ ଏକ କମ୍ପାନୀ ପାଖରୁ (ଜବଭସଦ୍ଭୟକ୍ସବ ଝଙ୍କକ୍ସଶରକ୍ସସରଗ୍ଦ ଚଙ୍ଖଗ୍ଧ. ଖଗ୍ଧୟ, ଊବଗ୍ଧର ୭.୫.୨୦୨୦) ରେ ୧୧୨୫ ଟଙ୍କାରେ ଏବଂ ଆଉ ଏକ କମ୍ପାନୀ ପାଖରୁ (ଇଙ୍ଘରଗ୍ଦଗ୍ଦ ଗରୟସମକ୍ଟଜ୍ଞ ଚଙ୍ଖଗ୍ଧ. ଖଗ୍ଧୟ, ଊବଗ୍ଧର ୧୧.୫.୨୦୨୦) ୯୮୦ ଟଙ୍କାରେ ଏହି ଟେଷ୍ଟିଙ୍ଗ୍ କିଟ୍ କିଣା ହୋଇଛି । ସମାନ ଟେଷ୍ଟିଙ୍ଗ କିଟ୍ ବିିଭିନ୍ନ କମ୍ପାନୀ ପାଖରୁ ଭିନ୍ନ ଭିନ୍ନ ଦରରେ କାହିଁକି କିଣା ହେଲା? ଟେଷ୍ଟିଙ୍ଗ କିଟ୍ କିଣିବା କ୍ଷେତ୍ରରେ ମଧ୍ୟରେ ଅନେକ ଅନିୟମିତତା ଦେଖିବାକୁ ମିଳେ । ଏହି ଟେଷ୍ଟିଙ୍ଗ କିଟ୍କୁ ବିଭିନ୍ନ କମ୍ପାନୀ ଠାରୁ ବିଭିନ୍ନ ସମୟରେ କିଣାଯାଇଛି ।

ସରକାର ଜରବକ୍ଷ ଞସଜ୍ଞର ଚଜଉ ଗରମଷସଦ୍ଭର ୧୦୦ଟି ଗୋଟିଏ କମ୍ପାନୀ ପାଖରୁ କିଣିଛନ୍ତି । ଗୋଟିକର ଦାମ୍ ୧୨.୯୪ ଲକ୍ଷ ଟଙ୍କା । ମାତ୍ର ଏହାର ଦର ୪-୫ ଲକ୍ଷ ଟଙ୍କାରୁ ବେଶି ହେବ ନାହିଁ । ସେହି ମେସିନ୍ରେ ଯେଉଁ କିଟ୍ ବ୍ୟବହୃତ ହୁଏ (ଝମକ୍ସରରଦ୍ଭସଦ୍ଭଶ) ପାଇଁ ତାକୁ ୧୩୪୦ ଟଙ୍କାରେ କିଣିଛନ୍ତି । ଯାହାର ମୂଲ୍ୟ ବାସ୍ତବିକ ୫ ଶହ ରୁ ୭ ଶହ ଟଙ୍କା ହେବ ।

ବାରଣ କରିବା ପରିପ୍ରେକ୍ଷୀରେ ଓଡିଶା ଔଷଧ ନିଗମ ଏହି ଜବକ୍ଟ୍ରସୟ ଉକ୍ଟଙ୍ଖସୟ ଞରଗ୍ଦଗ୍ଧସଦ୍ଭଶ ଗବମଷସଦ୍ଭର କିଣା ବାବଦକୁ ୧୨ କୋଟି ଟଙ୍କା ଗୋଟିଏ ନିର୍ଦ୍ଦିଷ୍ଟ କମ୍ପାନୀକୁ ଦେଇ ନାହାନ୍ତି କି? ସେ ମେସିନ୍କୁ ସେହି କମ୍ପାନୀ ସପ୍ଲାଇ କରିଛି କି ନାହିଁ ବା ସେ ବାବଦକୁ ୧୨ କୋଟି ଟଙ୍କା ଫେରିଛି କି ନାହିଁ ତା’ର ଉତର ସରକାର ଦେବେ କି? ଚଚଋ କିଣା  ସରକାର ବିଭିନ୍ନ କମ୍ପାନୀ ପାଖରୁ ବିଭିନ୍ନ ସମୟରେ ଚଚଋ କିଣିଛନ୍ତି । ଏହାକୁ ଡାକ୍ତର, ନର୍ସ, ପାରାମେଡିକାଲ ଷ୍ଟାଫମାନେ ପିନ୍ଧନ୍ତି କୋଭିଡ ୧୯ ସଂକ୍ରମଣରୁ ରକ୍ଷା ପାଇବା ପାଇଁ । ମାତ୍ର ଏହାକୁ ସେମାନେ ପିନ୍ଧିବା ପୂର୍ବରୁ ତାହା ଟେଷ୍ଟିଙ୍ଗ ହେବାର ଆବଶ୍ୟକତା ରହିଛି । ସରକାର ବିଭିନ୍ନ କମ୍ପାନୀ ପାଖରୁ ଯେଉଁ ପିପିଇ କିଣିଛନ୍ତି ସେ ସବୁକୁ ଟେଷ୍ଟିଙ୍ଗ ନକରି ୠକ୍ସକ୍ଟଦ୍ଭଗ୍ଧ ଖସଦ୍ଭର ଐରବକ୍ଷଗ୍ଧଷ ଡକ୍ଟକ୍ସଳରକ୍ସ ମାନଙ୍କୁ ପିନ୍ଧାଇଛନ୍ତି, ଏହା ଦୁର୍ଭାଗ୍ୟଜନକ । ଯେଉଁଥିପାଇଁ ଅନେକ ଡାକ୍ତର ନର୍ସମାନେ କରୋନା ସଂକ୍ରମିତ ହୋଇଛନ୍ତି । ଏଗୁଡିକ ଖୁବ୍ ନିମ୍ନମାନର ଏବଂ କୋଭିଡ୍ – ୧୯ ରୁ ସୁରକ୍ଷା ଦେଇପାରି ନାହିଁ । ଉଓଚଋଞ ଭଳି ସଂସ୍ଥା ଭୁବନେଶ୍ୱରରେ ଥିବା ବେଳେ କାହିଁକି ଏହି ପିପିଇ ସବୁ ଟେଷ୍ଟିଙ୍ଗ ହେଲା ନାହିଁ? କେଉଁ କମ୍ପାନୀ ପାଖରୁ ସରକାର କେତେ ପିପିଇ କିଣିଛନ୍ତି, କେତେ ଦାମ୍ରେ ତାହା ସରକାର ସ୍ପଷ୍ଟ କରିବା ଦରକାର ।

ଜୁନ୍ ୨ ତାରିଖରେ ୩୫ ଟି ଟ୍ରକ୍ ଭୁବନେଶ୍ୱରରେ ପହଂଚି ଔଷଧ ନିଗମ ସମ୍ମୁଖରେ ଛିଡା ହୋଇ ରହିଲେ । ଗଣମାଧ୍ୟମରେ ଏହା ପ୍ରକାଶ ପାଇବା ପରେ କିଛି ଜିନିଷ ରଖାଗଲା ଆଉ ସବୁ ଟ୍ରକ୍ଗୁଡିକୁ ଫେରାଇ ଦିଆଗଲା । ଏଥିରେ ପିପିଓ, ସାନିଟାଇଜର, ଭେଂଟିଲେଟର ଓ ମାସ୍କ ଇତ୍ୟାଦି ଥିଲା । କିଏ ଏବଂ କାହିଁକି ଏତେ ପରିମାଣରେ ଅର୍ଡର ଏଥିପାଇଁ ଦେଇଥିଲା । ଯଦି ଅର୍ଡର ଦିଆଯାଇଥିଲା କାହିଁକି କିଛି ଫେରାଇ ଦିଆଗଲା? ଏହାର ସ୍ପଷ୍ଟ ଜବାବ ସରକାର ରଖନ୍ତୁ । ଯଦି ଏହି ଜିନିଷ ଦରକାର ନଥିଲା ତେବେ ଅର୍ଡର ଦେବା ପଛରେ କ’ଣ ରହସ୍ୟ ରହିଛି । ଏହା ପ୍ରମାଣିତ କରେ ଔଷଧ ନିଗମ କୌଣସି ପ୍ଲାନିଂ ବା ଆକଳନ ନକରି ସରଞ୍ଜାମ ସବୁ କିଣିବା ପାଇଁ ଅର୍ଡର କରିଥିଲେ । ସବୁଠୁ ଉଦ୍ବେଗର ବିଷୟ ଗତକାଲି ଭାରତ ବର୍ଷର ଗୃହମନ୍ତ୍ରୀ ଶ୍ରୀ ଅମିତ ଶାହା ମୋଦୀ ସରକାରଙ୍କର ଦ୍ୱିତୀୟ ପାଳି ଏକ ବର୍ଷ ପୂର୍ତି ଅବସରରେ ଏକ ଭର୍ଚୁଆଲ ର୍ୟାଲିରେ ଉଦ୍ବୋଧନ ଦେଇ ତାଙ୍କ ଦଳକୁ ଅଧିକ ସଂଗଠିତ କରିବା ପାଇଁ କାର୍ଯ୍ୟକର୍ତାମାନଙ୍କୁ ଆହ୍ୱାନ ଦେଇଥିଲେ ମଧ୍ୟ ଏଭଳି ଦୁର୍ଦିିନ ସମୟରେ ରାଜ୍ୟ ସରକାରଙ୍କର ଏ ଦୁର୍ନତି ନେଇ ପଦଟିଏ ପାଟି ଫିଟାଇ ନଥିଲେ ।

ନିର୍ବାଚନ ପୂର୍ବରୁ ନବୀନ ସରକାରଙ୍କୁ ପୋଡ଼ା ଟ୍ରାନସଫରମର ଠାରୁ ଆରମ୍ଭ କରି ବିଭିନ୍ନ କଟୁ ଭାଷାରେ ସମାଲୋଚନ କରୁଥିବା ଭାରତୀୟ ଜନତା ପାଟି ଓ ତାର ନେୃତ୍ୱତ ସରକାରଙ୍କର କାର୍ଯ୍ୟକୁ ବାହାବାହା ଦେବା ଓ ଏଠାରେ ରାଜ୍ୟସ୍ତରୀୟ ନେତାମାନେ ଯେଉଁଭଳି ଭାବରେ ବିରୋଧି ଦଳର ଭୂମିକା ଲିଭାଇବା କଥା ତାହା ନକରି ରକ୍ଷଣାତ୍ମକ ଢ଼ଙ୍ଗରେ କଥାବାର୍ତା କରିବା ଓଡ଼ିଶା ବାସୀଙ୍କ ପ୍ରତି ବିଶ୍ୱାସଘାତକତା ନୁହେଁକି? ଏ ନେଇ ଭାରତୀୟ ଜନତାପାର୍ଟି ଓ ତାର ରାଜ୍ୟ ନେତୃତ୍ୱ ସେମାନଙ୍କର ନିଷ୍ପତି ସ୍ପଷ୍ଟ କରିବା ଉଚିତ୍ ବୋଲି କହିଛନ୍ତି ପିସିସି ସଭାପତି ଶ୍ରୀଯୁକ୍ତ ନିରଞ୍ଜନ ପଟ୍ଟନାୟକ ଏ ନେଇ ମୁଖ୍ୟମନ୍ତ୍ରୀଙ୍କ ଅଫିସ ବା ମୁଖ୍ୟମନ୍ତ୍ରୀ ସ୍ପଷ୍ଟ ଭାବରେ ବିବୃତି ରଖିବା ପାଇଁ ଦାବି କରିଛନ୍ତି ପିସିସି ସଭାପତି ଶ୍ରୀ ପଟ୍ଟନାୟକ । ଯଦି ସରକାର ଜାଣିସୁଣି ଏ ଦୁର୍ନୀତିକୁ ପ୍ରଶୟ ଦେବାପାଇଁ ନୀରବ ରୁହନ୍ତି ଏ ରାଜ୍ୟର କୋଟି କୋଟି ଜନସାଧାରଣଙ୍କର ସ୍ୱାର୍ଥସୁରକ୍ଷା ପାଇଁ କଂଗ୍ରେସ ପାଟି ରାଜ ରାସ୍ତାକୁ ଓହ୍ଲାଇବାରେ ଦ୍ୱିଧାବୋଧ କରିବ ନାହିଁ ବୋଲି ଶ୍ରୀ ପଟ୍ଟନାୟକ ଚେତାଇ ଦେଇଛନ୍ତି ।

ମହାମାରୀରେ ମହାର୍ଦୁନତିର ଅଭିଯୋଗ ନେଇ ରାଜ୍ୟ କଂଗ୍ରେସ ପ୍ରତ୍ୟେକ ଜିଲ୍ଲା ସ୍ତରରେ ଆସନ୍ତା ତା ୧୧ ତାରିଖ ଦିନ ମହାମହୀମ ରାଜ୍ୟପାଳଙ୍କ ଉଦେ୍ଦଶ୍ୟରେ ଜିଲାପାଳଙ୍କ ଜରିଆରେ ଓଡ଼ିଶାର ୩୩ ସାଂଗଠନିକ ଜିଲ୍ଲାରେ ଦାବୀପତ୍ର ଦିଆଯିବା ସହ ପ୍ରଦେଶ କଂଗ୍ରେସ ସଭାପତିଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳି ଏହି ଦିନ ପୂର୍ବାହ୍ନ ୧୧ଟା ସମୟରେ ମହାମହୀମ ରାଜ୍ୟପାଳଙ୍କୁ ଭେଟି ତାଙ୍କର ଦୃଷ୍ଟି ଆକର୍ଷଣ କରିବା ସହ ଏହାର ବିଧବଧ ତଦନ୍ତ ଦାବି କରିବ ବୋଲି ସାମ୍ବାଦିକ ସମ୍ମିଳନୀରେ ନିଜର ବିବୃତି ରଖି କହିଛନ୍ତି ଶ୍ରୀ ପଟ୍ଟନାୟକ । ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ପିସିସି ସଭାପତି ଶ୍ରୀ ପଟ୍ଟନାୟକଙ୍କ ସହ ପୂର୍ବତନ ଅର୍ଥମନ୍ତ୍ରୀ ପଂଚାନନ କାନୁନ୍ଗୋଙ୍କ ସହ ଶୁଭେନ୍ଦୁ ମହାନ୍ତି, ଜ୍ଞାନଦେବ ବେଉରା, ଅଭିଶେଷ ମହାନନ୍ଦ, ସୁଦର୍ଶନ ଦାସ, ପଦ୍ମାକର ଗୁରୁ, ରଜନୀ ମହାନ୍ତି ଓ ଗଣମାଧ୍ୟମ ସଂଯୋଜକ ଦୀପକ କୁମାର ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply