ବାଲିଗୁଡା,୮/୫-; ମା ପାଟଖଣ୍ଡା ଙ୍କ ଠାକୁରାଣୀ ଯାତ୍ରା ଆରମ୍ଭ ହୋଇଛି । ମା ଅସ୍ଥାୟୀ ପୀଠରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି । ମା ପାଟଖଣ୍ଡା ସମେତ,ମା ବରାଳ ଦେବୀ,ମାମହାମାୟୀ,ମାକନକ ଦୁର୍ଗା,ଓ ମା ଡେଙ୍ଗସିଲ ସମେତ ମା ଦକ୍ଷୀଣକାଳୀ ଅସ୍ଥାୟୀ ପୀଠରେ । ସକାଳ ସମୟରେ ଭକ୍ତଙ୍କ ଭିଡ ଜମିଥିବା ବେଳେ ସଂନ୍ଧ୍ୟା ଆଳତୀ ଦର୍ଶନ ନିମନ୍ତେ ଭିଡ ଜମିଥିଲା । ଆଜି ଗୁରୁବାର ରେ ମାଅସ୍ଥାୟୀ ପିଠରେ ରହିବେ । ସଂନ୍ଧ୍ୟାରେ ୧୦୮ ଆଳତୀ ହୋଇଛି । ଆସନ୍ତାକାଲି ଠାରୁ ମା ସାହିକୁ ସାହି ବୁଲିବେ । ମାଙ୍କଜୁ ନିଜ ସାହିକୁ ନେବାକୁ ସମସ୍ତ ସାହି କମିଟି ତରଫରୁ ବ୍ୟାପକ ବନେ୍ଦାବସ୍ତ କରା୍ୟାଇଛି । ସଂନ୍ଧ୍ୟା ଆଳତୀ ପରେ ଉପଖଣ୍ଡ କଳାକାର ସଂଘ ତରଫରୁ କୈବଲ୍ୟ ଭଜନ ସଂନ୍ଧ୍ୟା ର ଆୟୋଜନ ହୋଇଥିଲା । ମା ପାଟଖଣ୍ଡାଦୁର୍ଗା ପୁଜା ସମିତି ଆୟୋଜନରେ ଏହି ଠାକୁରାଣୀଯାତ୍ରାର କରାଯାଉଛି ।