Odisha news

କାମାକ୍ଷାନଗର ଏସଡିପିଓ ଙ୍କ ହୃଦଘାତ ରେ ମୃତ୍ୟୁ

0

କାମାକ୍ଷାନଗର ( ଜ୍ୟୋତିର୍ମୟୀ ମିଶ୍ର ) କାମାକ୍ଷାନଗର ଏସଡିପିଓ ଜ୍ଞାନ ରଞ୍ଜନ ମିଶ୍ର ଙ୍କ ହୃଦଘାତ ରେ ମୃତ୍ୟୁ ହୋଇଛି l ସେ ନିଜ ପରିବାର ସହ ଛୁଟି ରେ ଜାମ୍ମୁକାଶ୍ମୀର ବୁଲିବାକୁ ଯାଇଥିବା ବେଳେ ସେଠାରେ ତାଙ୍କର ହୃଦଘାତ ରେ ଅକାଳବିୟୋଗ ହୋଇଛି l ସୂଚନା ଅନୁସାରେ ଜ୍ଞାନରଞ୍ଜନ ମିଶ୍ର କାମାକ୍ଷାନଗର ରେ ପ୍ରାୟ ୬ ମାସ ହେବ ଏସଡିପିଓ ଭାବେ କାର୍ଯ୍ୟରତ ଥିଲେ l କିଛିଦିନ ତଳୁ ଛୁଟିନେଇ ସେ ପରିବାର ସହିତ ଜାମ୍ମୁକାଶ୍ମୀର ବୁଲିବାକୁ ଯାଇଥିଲେ l ଆଜି ବୈଷ୍ଣଦେବୀ ଦର୍ଶନ କରିବା ପାଇଁ କଟରା ସହର ରେ ଥିବାବେଳେ ହଟାତ ସେ ହୃଦଘାତ ର ଶିକାର ହୋଇଥିଲେ l ପରିବାର ଲୋକ ତୁରନ୍ତ ତାଙ୍କୁ ସ୍ଥାନୀୟ ଏକ ମେଡିକାଲ ରେ ଭର୍ତ୍ତି କରାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି l ଜ୍ଞାନରଞ୍ଜନ ମିଶ୍ର ଅଳ୍ପଦିନ ମଧ୍ୟରେ କାମାକ୍ଷାନଗର ଅଞ୍ଚଳ ରେ ବେଶ ଦକ୍ଷତା ର ସହ କାର୍ଯ୍ୟ କରି ଅଞ୍ଚଳବାସୀ ଙ୍କ ଆସ୍ଥା ଭାଜନ ହୋଇ ପାରିଥିଲେ l ତାଙ୍କର ଏହି ଅକାଳ ବିୟୋଗ ଫଳରେ କାମାକ୍ଷାନଗର ଅଞ୍ଚଳ ବାସିନ୍ଦା ଓ ବିଭିନ୍ନ ଥାନା ର ଅଧିକାରୀ ଓ କର୍ମଚାରୀ ମାନେ ଶୋକ ପ୍ରକାଶ କରିଥିବା ବେଳେ ଢେଙ୍କାନାଳ ଏସପି ଅଭିନଵ ସୋନକର ମଧ୍ୟ ଗଭୀର ଶୋକ ପ୍ରକାଶ କରିଛନ୍ତି l ଏସଡିପିଓ ଙ୍କ ମୃତ୍ୟୁ ଖବର ପାଇ ଜିଲ୍ଲା ପୋଲିସ ତରଫରୁ ମଧ୍ୟ ଶୋକ ପ୍ରକାଶ କରାଯାଇଛି l

Ad2
Leave A Reply