Odisha news

ରାୟଗଡ଼ାରେ ଦ୍ୱିତୀୟ କୋରନା ଆକ୍ରାନ୍ତ ଚିହ୍ନଟ

0

ରାୟଗଡା (Rabindra patkhandal)- ରାୟଗଡା ଜିଲ୍ଲାରେ ଦ୍ୱ୍ିତୀୟ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି । ପ୍ରଥମ ଆକ୍ରାନ୍ତଙ୍କ ଭଳି ଦ୍ୱିତୀୟ ଆକ୍ରାନ୍ତ ମଧ୍ୟ ଜଣେ ୨୨ ବର୍ଷିୟା ମହିଳା ବୋଲି ଜଣାପଡିଛି । ଆକ୍ରାନ୍ତ ମହିଳା ଜଣଙ୍କ ଗୁଣପରୁ ସବଡିଭିଜନ ଅନ୍ତର୍ଗତ ରାମନାଗୁଡା ବ୍ଲକର ବୋଲି ଜଣାପଡିଛି । ଜିଲ୍ଲାପାଳ ପ୍ରମୋଦ କୁମାର ବେହେରାଙ୍କ ଆଜି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଆକ୍ରାନ୍ତ ମହିଳା ଜଣଙ୍କ କର୍ଣ୍ଣାାଟକ ରାଜ୍ୟରୁ ମେ ୨୯ ତାରିଖ ଦିନ ଓଡିଶା ଫେରିିଥିଲେ । ମହିଳା ଜଣଙ୍କ ନିଜ ସ୍ୱାମୀଙ୍କ ସହ କର୍ଣ୍ଣାଟକରୁ ଆନ୍ଧ୍ରପ୍ରଦେଶର ଚିତର ଯାଏଁ ଆସିଥିଲେ । ଚିତରରୁ ହଳଦିଆପଦର (ବ୍ରହ୍ମପୁର) ଯାଏଁ ଟ୍ରେନ ଯୋଗେ ଆସିଥିଲେ ।

ହଳଦିଆପଦରରୁ ଏକ ଗାଡି ଯାଗେ ୧୩ ଜଣଙ୍କ ସହ ମିଶି ରାମନାଗୁଡା ଅଭିମୁଖେ ବାହାରିଥିଲେ । ପୋଲିସର ଯାଂଚ ସମୟରେ ବାହାର ରାଜ୍ୟରୁ ଆସିଥିବାର ଜଣାପଡିବା ପରେ ଉଭୟ ସ୍ୱାମୀ, ସ୍ତ୍ରୀଙ୍କ ସହ ଅନ୍ୟ ଯୋଡା ସ୍ୱାମୀ ଓ ସ୍ତ୍ରୀଙ୍କୁ ରାମନାଗୁଡା ବ୍ଲକ ଅନ୍ତର୍ଗତ ସଙ୍ଗରୋଧ କେନ୍ଦ୍ରରେ ରଖାଯାଇଥିଲା । ମହିଳା ଜଣଙ୍କ କରୋନା ପଜୋଟିଭ ଜଣାପଡିବା ପରେ ଜିଲ୍ଲା ପ୍ରଶାସନ ତରଫରୁ ପଡୋଶୀ ଜିଲ୍ଲା ଗଜପତି କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ଏଥି ସହ ସଙ୍ଗରୋଧ କେନ୍ଦ୍ରରେ ମହିଳାଙ୍କ ସହ ଥିବା ଅନ୍ୟ ମାନଙ୍କ ମଧ୍ୟ ସ୍ୱାବ ସଂଗ୍ରହ କରାଯାଇ ନମୁନା ଯାଂଚ ପାଇଁ ପଠାଯାଇଛି । ଆକ୍ରାନ୍ତ ମହିଳା ଜଣଙ୍କ ଆଉ କାହା ସଂସ୍ପର୍ଶରେ ଆସିଛନ୍ତି କି ନାହିଁ ସେ ନେଇ ତଦନ୍ତ ଚାଲିଥିବା ଜିଲ୍ଲାପାଳ ଶ୍ରୀବେହେରା ସୂଚନା ଦେଇଛନ୍ତି । ଏଥି ସହ ରାୟଗଡା ଜିଲ୍ଲାର ପ୍ରଥମ କୋରନା ରୋଗୀଙ୍କ ସଂସ୍ପର୍ଶରେ ଆସିଥିବା ବର୍ତମାନ ସୁଦ୍ଧା ୩୦ ଜଣଙ୍କୁ ଚିହ୍ନଟ କରାଯାଇଛି । ସେମାନଙ୍କ ସ୍ୱାବ ସଂଗ୍ରହ କରାଯାଇ ନମୁନା ଯାଂଚ ପାଇଁ ପଠାଯାଇଛି ।

Leave A Reply