ରାୟଗଡା(Rabindra Patkhandal)- ପଥରେ ନୁହେଁ କରେଣ୍ଟାଇନ ହୋମରେ “ଓଡ଼ିଶା ମୋ ପରିବାର” କାର୍ଯ୍ୟକ୍ରମ । ପଥଚାରୀଙ୍କୁ ପଥରେ ଦେବାର ପ୍ରବିଧାନ ରହିଛି । ତେବେ ଚାଲିଚାଲି ଆସୁଥିବା ପଥିକଙ୍କୁ ରାସ୍ତାରେ ରହି ସେମାନଙ୍କୁ ସୁଖିଲା ଖାଦ୍ୟ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିଦେ୍ର୍ଧଶ ରହିଥିବା ବେଳେ । ଓଡ଼ିଶା ମୋ ପରିବାର ଭଳି ଏକ ମହତ୍ୱ କାର୍ଯ୍ୟକ୍ରମକୁ କରେଣ୍ଟାଇନ ହୋମ ମଧ୍ୟରେ ସୀମିତ ରଖାଯାଇଛି ରାୟଗଡ଼ା ଜିଲ୍ଲାରେ । ତେବେ ଏହି କାର୍ଯ୍ୟକ୍ରମକୁ ଦେଖିଲେ ଜଣାପଡୁଛି ଯେ ଅଜ୍ଞାତବାସରେ ରହିଥିବା ନେତା ମନ୍ତ୍ରୀ ବିଧାୟକଙ୍କୁ ଲୋକଙ୍କ ପାଖକୁ ଫେରାଇଆଣିବାକୁ ଏହି କାର୍ଯ୍ୟକ୍ରମର ଭିଆଣ ନୁହେଁତ ବୋଲି ଲୋକେ ଟୁପୁରୁ ଟାପୁରୁ ହେଉଛନ୍ତି । କରୋନା ପାଇଁ ଲକ ଡ଼ାଉନରେ ଅନ୍ତରଧ୍ୟାନ ହୋଇଯାଇଥିବା ଜନପ୍ରତିନିଧିଙ୍କୁ ପୁଣି ଲୋକଙ୍କ ନିକଟକୁ ଫେରିଆଣିବା ପାଇଁ ଏହାଏକ ମାଧ୍ୟମ ବୋଲି ଭୋଟର ମାନଙ୍କ ମଧ୍ୟରେ ଆଲୋଚନା ଶୁଣିବାକୁ ମିଳିଛି ।
ଲକ ଡ଼ାଉନରେ ହଠାତ ଉଭାନ ହୋଇଗଲେ ସମସ୍ତ ଜନ ପ୍ରତିନିଧି । ହାତକାଟି ମତ ଦେଇ ନିର୍ବାଚିତ କରିଥିବା ବିଧାୟକ ମନ୍ତ୍ରୀ ସଭିଏଁ ନିରୁଦ୍ଦିଷ୍ଟୁ ହୋଇଗଲେ । ଲକଡାଉନ ଭଳି ଦୁର୍ଦିନରେ ଲୋକେ ଦନା ଦାନା ପାଇଁ ଶଢିଗଲେ । ମୁଠାଏ ଖାଦ୍ୟପାଇଁ ତ୍ରାହି ତ୍ରାହି ଡ଼କା ଛାଡୁଥିଲେ । ଏହି ସମୟରେ ନଜର ସୁଖଦୁଖର ସାଥି ସାଜିବେ ଭାବି ଭୋଟ ଦେଇଥିବା ବିଧାୟକ ଏବଂ ମନ୍ତ୍ରୀ ସାଂସଦଙ୍କୁ ବହୁତ ଖୋଜିଥିଲେ । ଏପରିକି ଘରଘର ବୁଲି ଭୋଟ ପାଇଁ ନିବେଦନ କରିଥିବା ନେତା ଓ କୁଜିନେତାଙ୍କୁୂ ମଧ୍ୟ ଲୋକେ ବହୁତ ଲୋଡିଥିଲେ । କିନ୍ତୁ ଅସମୟରେ କାହାର ଦେଖାନଥିଲା । ହଠାତ ଦଳଦଳ ହୋଇ ବିଧାୟକ ନେତା ମାନେ ପୁଣି ଫେରିଆସିବା ଏବଂ ପଥଚାରୀଙ୍କୁ ଶୁଖିଲା ଖାଦ୍ୟ ବାଣ୍ଟିବେ ବୋଲି ସୁଚନା ଆସି ପହଞ୍ଚିଲା । ଦିନଟିଏ ନୁହେଁ ଏହି କାର୍ଯ୍ୟକ୍ରମ ଜାରିରହିବ ବୋଲି ମଧ୍ୟ ଦଳର ମିଡିଆ ସେଲରୁ ଗଣମାଧ୍ୟମକୁ ସୁଚନା ଦିଆଯାଇଥିଲା । ହଠାତ ଏହି ପରିବର୍ତ୍ତନ ଦେଖି ଗଣମାଧ୍ୟମ ପ୍ରତିନିଧିଙ୍କ ଠାରୁ ଆରମ୍ଭ କରି କିଛି ସାଧାରଣ ଲୋକେ ଯାଇ ପହଞ୍ଚିଥିଲେ । ଖୁବ ଗହଳ ଚହଳରେ କ୍ୱରେଣ୍ଟାଇନ ହୋମରେ ଥିବା ଶ୍ରମିକଙ୍କୁ ଏହିପଥରେ ନୁହେଁ କ୍ୱରେଣ୍ଟାଇନ ହୋମରେ ଥିବା ପ୍ରବାସୀଙ୍କୁ ଶୁଖିଲା ଖାଦ୍ୟ ପୁଡିଆ ଦିଆଗଲା । ତୁହାକୁ ତୁହା ଫୋଟ ଉଠାଗଲା । ତା ପରିଦିନ ଠାରୁ ଏହି ଉଦାର ପଣିଆ କେବଳ ସୀମିତ ହୋଇ ୫୦ରୁ ୬୦ଜଣ ପ୍ରବାସୀଙ୍କୁ ଦିଆଯିବା ନେଇ ବାଟଘାଟ ଖଟିରେ ଚର୍ଚ୍ଚା ହୋଉଛି । ତେବେ ଏହି କାର୍ଯ୍ୟକ୍ରମ ପ୍ରବାସୀଙ୍କ ପ୍ରତି ଉଦାରତା ନୁହେଁ କେବଳ ଚର୍ଚ୍ଚାରେ ରହି ଲୋକଙ୍କ ଠାରୁ ୨ମାସ ଧରି ଦୂରେଇଯାଇଥିବା ମନ୍ତ୍ରୀ ବିଧାୟକ ଏବଂ ସାଂସଦଙ୍କ ଭାବମୂର୍ତ୍ତୀକୁ ପୁଣି ଲୋକଙ୍କ ନିକଟକୁ ଫେରାଇଆଣିବାକୁ ଏହି କାର୍ଯ୍ୟକ୍ରମର ଭିଆାଣ ବୋଲି ଲୋକେ କୁହାକୁହି ହୋଉଛନ୍ତି । ଆମକୁ ନିଜନିଜର ଭିଟାମାଟିକୁ ଫେରାଇନିଅ କହି ବିଭିନ୍ନ ରାଜ୍ୟକୁ ଦାଦନ ଖଟିବାକୁ ଯାଇ ଲକଡାଉନରେ ଫସିଥିବା ଶ୍ରମିକ ମାନେ ପ୍ରବାସରେ ରହି ଚିକ୍ରାର କରି ଗୁହାରୀ କରିଥିଲେ ।
ତେବେ କାହାର ଦେଖା ନଥିଲା । ନିଜ ନିର୍ବାଚନ ମଣ୍ଡଳି ଜନସାଧାରଣଙ୍କ ଦୁଖ ଦୁର୍ଦ୍ଦଶାର ଚିନ୍ତା ନଥିବା ଖଜା ଲୋଡ଼ା ପଡ଼ିଥିଲା । ତେବେ ଗତ ୬୦ ଦିନଧରି ଦିସୁନଥିବା ନେତା ମନ୍ତ୍ରୀ ମାନେ ଏବେ ଜିଲ୍ଲା ସଦର ମହକୁମା ଠାରୁ ଗଳିକନ୍ଦିରେ ବୁଲୁଥିବା ଦେଖି ଲୋକେ ଏହି ପ୍ରଶ୍ନ କରୁଛନ୍ତି ବାବୁ ଏବେ ଆସିଲ କି । ପଥଚାରୀ ପଥରେ ଥାଆନ୍ତି । ସେହି ଗୋଟିଏ ମାସରେ ସହରର ଜନସାଧାରଣ ଠାରୁ ଆରମ୍ଭ କରି ଗଣମାଧ୍ୟମର ପ୍ରତିନିଧି, ବିଭିନ୍ନ ଅନୁଷ୍ଟାନର ଲୋକେ ରାସ୍ତାଉପରେ ରହି ଏହି ପଥଚାରୀଙ୍କୁ ଖାଦ୍ୟ ପାନୀୟ ଠାରୁ ଆରମ୍ଭ କରି ଯୋତା ଗାମୁଛା ପର୍ଯ୍ୟନ୍ତ ସହାୟକ ହୋଇଛନ୍ତି । ସହର ଭିତର ଦେଇ ଯାଉଥିବା ବେଳେ ପାନୀୟ ଜଳ ପାଇଁ ତ୍ରାହିତ୍ରାହି ଡାକଛାଡୁଥିବା ବେଳେ ପାଣି ଟିକକର ବନେ୍ଦାବସ୍ତ ହୋଇପାରିନଥିଲା । ଲୋକେ ରାସ୍ତାଘାଟରେ ପଡିରହି ପାଦଚଲା କଷ୍ଟରେ ଛଟପଟ ହେଉଥିବା ବେଳେ ଗଣମାଧ୍ୟର ପ୍ରତିନିଧି ମାନେ ଚିକିତ୍ସା ଠାରୁ ଆରମ୍ଭ କରି ପାଣି ପର୍ଯ୍ୟନ୍ତ ଯୋଗାଇଚାଲିଥିଲେ । କିନ୍ତ ନା ପ୍ରଶାସନ ବା ଜନପ୍ରତିନିଧିଙ୍କ ଏଥିପ୍ରତି ନିଘା ରହିଛି ବୋଲି ଏବେ ବିରୋଧୀଙ୍କ ପାଇଁ ଏହି ଅବବ୍ୟସ୍ଥା ଆଲୋଚନାର ଖୋରାକ ଯୋଗାଇଦେଇଛି ।
ଏହି ଜିଲାରୁ ମତପାଇ ବିଧାୟକ ତଥା ମନ୍ତ୍ରୀ ଜଗନ୍ନାଥ ସାରକା, କୋରାପୁଟ ଲୋକସଭା ସାଂସଦ ଶପ୍ତଗିରୀ ଉଲାକା, ରାଜ୍ୟସଭା ସାଂସଦ ଏନ. ଭାସ୍କର ରାଓ ଲୋକଙ୍କ ପାଖରେ ନପହଞ୍ଚିବା ଦୁର୍ଭାଗ୍ୟର କଥାବୋଲି ବିରୋଧୀ ମତପୋଷଣ କରୁଛନ୍ତି । ଲକଡାଉନ ଏକମାତ୍ର ବହାନା । ଦିଲ୍ଲି ଠାରୁ ଆରମ୍ଭ କରି ଦେଶର ବିଭିନ୍ନ ପ୍ରାନ୍ତରୁ ସାଧାରଣ ଲୋକେ ନିଜ ପରିବାରକୁ ଭୋଟିବା ପାଇଁ ରାୟଗଡା ଆସିପାରିଲେ । କିନ୍ତୁ ନିର୍ବାଚିତ ପ୍ରତିନିଧି ମାନେ କାହିଁକି ଆସିଲେ ନାହିଁ ବୋଲି ଜିଲାରେ ଚର୍ଚ୍ଚା ଶିର୍ଷକ ହୋଇଯାଇଛି । ତେବେ ଏହାଏକ ଦଳୀୟ କାର୍ଯ୍ୟକ୍ରମ ନାହିଁ । ଲୋକଙ୍କ ଅସମୟରେ ସାହା ହେବା ପାଇଁ ସରକାରଙ୍କ ଓଡିଶା ମୋ ପରିବାର ଏକ ଅନନ୍ୟ କାର୍ଯ୍ୟକ୍ରମ ବୋଲି ଅନୁସୂଚିତ ଜାତି ଜନଜାତି କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା ମତବ୍ୟକ୍ତ କରିଛନ୍ତି ।