Odisha news

ରାଜ୍ୟରେ ସୁସ୍ଥ ହେଲେ ୧୨୦ କରୋନା ଆକ୍ରାନ୍ତ

0

ଭୁବନେଶ୍ବର: ସ୍ବାସ୍ଥ୍ୟ ବିଭାଗ ଦେଲା ଭଲ ଖବର। ପୁଣି ଆକ୍ର‌ାନ୍ତଙ୍କ ସଂଖ୍ୟାକୁ ପଛରେ ପକାଇଛି ସୁସ୍ଥଙ୍କ ସଂଖ୍ୟା। ସକାଳେ ୧୧୨ ଜଣ କରୋନା ସଂକ୍ରମିତ ହୋଇଥିବା ଖବର ଆସିଥିବ‌ା ବେଳେ ଆଜି ଟୁଇଟ୍ କରି ସ୍ବାସ୍ଥ୍ୟ ବିଭାଗ ୧୨୦ ଜଣ ସୁସ୍ଥ ହେବା ସୂଚନା ଦେଇଛି।  ରାଜ୍ୟରେ ଶୁକ୍ରବାର ୧୨୦ କରୋନା ଆକ୍ର‌ାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହା ଫଳରେ ମୋଟ ସୁସ୍ଥଙ୍କ ସଂଖ୍ୟା ୨୪୭୪ରେ ପହଞ୍ଚିଛି।

ସୂଚନା ଅନୁସାରେ ୧୪ଟି ଜିଲ୍ଲାରୁ ସୁସ୍ଥ ହୋଇଛନ୍ତି ୧୨୦ ଆକ୍ରାନ୍ତ। ୧୨ ଜୁନ୍ ଦିନ ଡାକ୍ତଖାନାରୁ ଡିସଚାର୍ଜ ହୋଇଥିବା ରୋଗୀଙ୍କ ମଧ୍ୟରୁ ଗଞ୍ଜାମରୁ ୩୦, ଖୋର୍ଦ୍ଧାରୁ ୧୯, ବାଲେଶ୍ବରରୁ ୧୪,ବଲାଙ୍ଗୀରରୁ ୧୨, ଢ଼େଙ୍କାନାଳରୁ ୯, ନୟାଗଡ଼ରୁ ୭, ସୁନ୍ଦରଗଡ଼ରୁ ୭, ଅନୁଗୋଳରୁ ୬, କେନ୍ଦୁଝରରୁ ୫, ଜଗତସିଂହପୁରରୁ ୪, ପୁରୀରୁ ୪ ଓ ଦେବଗଡ଼, ଝାରୁଗୁଡ଼ା ଏବଂ କେନ୍ଦ୍ରାପଡ଼ାରୁ ଜଣେ  ଲେଖାଏଁ ଅଛନ୍ତି ।

H & FW Dept Odisha

@HFWOdisha

Another 120 patients have recovered and are being discharged on 12.6.2020.

30 from Ganjam
19 from Khurda
14 from Balasore
12 from Bolangir
9 from Dhenkanal
7 each from Nayagarh & Sundargarh
6 from Angul
5 from Keonjhar
4 each from Jagatsinghpur & Puri
(1/2)

96 people are talking about this

Coronavirus Outbreak Updates: ICMR expands list of private labs ...

ଆଜି ପୁରୀ ଜିଲ୍ଲାରୁ ସର୍ବାଧିକ ୧୫ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଝାରସୁଗୁଡା ଜିଲ୍ଲାରୁ ୨, ମାଲକାନଗିରି ଜିଲ୍ଲାରୁ ୩, କେନ୍ଦୁଝର ଜିଲ୍ଲାରୁ ୫, ଯାଜପୁର ଜିଲ୍ଲାରୁ ୩, ଖୋର୍ଦ୍ଧା ଜିଲ୍ଲାରୁ ୮, ଅନୁଗୁଳ ଜିଲ୍ଲାରୁ ୬, ଦେବଗଡ଼ ଜିଲ୍ଲାରୁ ୨, କଟକ ଜିଲ୍ଲାରୁ ୩, ଗଞ୍ଜାମ ଜିଲ୍ଲାରୁ ୬, ସୁନ୍ଦରଗଡ଼ ଜିଲ୍ଲାରୁ୪, ବୌଦ୍ଧ ଜିଲ୍ଲାରୁ ୩, ଗଜପତି ଜିଲ୍ଲାରୁ ୫, ସମ୍ବଲପୁର ଜିଲ୍ଲାରୁ ୫, ବଲାଙ୍ଗୀର ଜିଲ୍ଲାରୁ ୫, ମୟୂରଭଞ୍ଜ ଜିଲ୍ଲାରୁ ୭, ବାଲେଶ୍ୱର ଜିଲ୍ଲାରୁ ୫, ନୟାଗଡ ଜିଲ୍ଲାରୁ ୪ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି।

ଏବେ ରାଜ୍ୟରେ ମୋଟ୍ ୨୪୭୪ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦୧୧  ରହିଛି। ଅପରପକ୍ଷରେ ୧୦ଜଣଙ୍କର ମୃତ୍ୟୁ ଘଟିଛି। କରୋନା ବ୍ୟତୀତ ଅନ୍ୟ ରୋଗରେ ତିନି ପୀଡ଼ିତଙ୍କର ବି ମୃତ୍ୟୁ ଘଟିଛି ବୋଲି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Leave A Reply