ରାୟଗଡା(rabindra patkhandal): କରୋନା ମହାମାରୀ ସମୟରେ ରାଜ୍ୟ ସରକାରଙ୍କ ଓøଷଧ ନିଗମରେ ହୋଇଥିବା ମହାଦୁର୍ନୀତି ବିଷୟରେ ନିରପେକ୍ଷ ତଦନ୍ତ ପାଇଁ ରାଜ୍ୟପାଳଙ୍କୁ ଦାବୀପତ୍ର ଦେଇଛି ଜିଲ୍ଲା କଂଗ୍ରେସ । ଜିଲ୍ଲା କଂଗ୍ରେସ କମିଟି ସଭାପତି ଦୁର୍ଗା ପ୍ରସାଦ ପଣ୍ଡାଙ୍କ ନେତ୍ରୁତରେ କୋରାପୁଟ ସାଂସଦ ସପ୍ତଗିରୀ ଶଙ୍କର ଉଲ୍ଲାକା, ବିଧାୟକ ପ୍ରାର୍ଥୀ ଆପଲା ସ୍ୱାମୀ କାଡ୍ରାକା ଜିଲ୍ଲା ଉପ ସଭାପତି ସୁନୀଲ କୁମାର ପଣ୍ଡାଙ୍କ ସମେତ ବହୁ ବରିଷ୍ଠ ନେତା ଏକତ୍ରୀତ ହୋଇ ଜିଲ୍ଲାପାଳ କାର୍ଯ୍ୟାଳୟକୁ ଯାଇ ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ପଣ୍ଡାଙ୍କୁ ଦାବୀପତ୍ର ଦେଇଛନ୍ତି । ଏହି ଦାବୀପତ୍ରରେ ୬ଟି ଦାବୀ ରହିଥିବା ବେଳେ ସେହିଦାବୀ ଗୁଡ଼ିକ ହେଲା ରାଜ୍ୟ ଓøଷଧ ନିଗମ ଦ୍ୱାରା କୋଟି କୋଟି ଟଙ୍କାର ମାସ୍କ କିଣାର ଦୁର୍ନୀତି ।
ଯାହା କେନ୍ଦ୍ର ସରକାର ନିଦେ୍ର୍ଦଶନାମାର ସର୍ବୋଚ୍ଚ ମୂଲ୍ୟ ୧୦ରୁ ୧୬ ଟଙ୍କା ଥିବାବେଳେ ତାମିଲନାଢୁର ଏକ କମ୍ପାନୀ ଠାରୁ ୧୬ ଟଙ୍କାରେ ୩୦ ଲକ୍ଷ ଟଙ୍କାର ମାସ୍କ କିଣାଯାଇଛି ଯାହାକି ବିଭିନ୍ନ ରାଜ୍ୟ ସେହି ମାସ୍କ ୧ଟଙ୍କା ୩୪ ପଇସା ଠାରୁ ୮ ଟଙ୍କା ୪୭ ପଇସା ପର୍ଯ୍ୟନ୍ତ କିଣିଛନ୍ତି । ସେହିପରି ଟେଷ୍ଟିଙ୍ଗ କିଟ୍ ବିଭିନ୍ନ କମ୍ପାନୀ ଠାରୁ ୯ଶହ ୮୦ ଟଙ୍କାରେ ମିଳୁଥିବା ବେଳେ ୧୩ଶହ ୨୧ଟଙ୍କାରେ କିଣାଯାଇଛି । ରିୟଲ ଟାଇମ ପିସିଆର ମେସିନ ୪ ଲକ୍ଷରୁ ୫ଲକ୍ଷରେ ମିଳୁଥିବା ବେଳେ କିନ୍ତୁ ରାଜ୍ୟ ଓøଷଧ ନିଗମ ୧୨ ଲକ୍ଷ ୯୪ହଜାର ଟଙ୍କାରେ କିଣିଛନ୍ତି । ପର୍ସନାଲ ପ୍ରୋଟେକ୍ଟିଭ ଇକ୍ୱିପମେଣ୍ଟ ଅତ୍ୟନ୍ତ ନିମ୍ମମାନର ତେଣୁ ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀଙ୍କୁ କରୋନା ଆକ୍ରାନ୍ତ ହେଉଛି ।
ଆଇସିଏମଆର ବାରଣ କରିଥିବା ବେଳେ ମଧ୍ୟ ର୍ୟାପିଡ଼ ଟେଷ୍ଟିଙ୍ଗ ମେସିନ କିଣିବା ପାଇଁ ୧୨ କୋଟି ଟଙ୍କା ଅଗ୍ରୀମ ଦେଇଛନ୍ତି ଗୋଟିଏ ସଂସ୍ଥାକୁ ସେହି ଟଙ୍କା ଫେରସ୍ତ ନଆଣି ଚୁପରହିଛି କାହିଁକି ରାଜ୍ୟ ଓøଷଧ ନିଗମ । ରାଜ୍ୟ ମଧ୍ୟରେ ଥିବା ଏମଏସଏମଇ ସଂସ୍ଥାଗୁଡ଼ିକ ଠାରୁ ୨୦ ପ୍ରତିଶତ ସାମଗ୍ରୀ କିଣିବା ନିୟମ ଥିବାବେଳେ ଆମ ଆଞ୍ଚଳିକ ସଂସ୍ଥା ମାନଙ୍କ ଠାରୁ କିଣାଯାଉନାହିଁ କାହିଁକି । ଏହି ଦାବୀଗୁଡ଼ିକକୁ ନିରପେକ୍ଷ ତଦନ୍ତ କରିବାକୁ ଦାବୀପତ୍ରରେ ଉଲ୍ଲେକ ରହି ମାନ୍ୟବର ରାଜ୍ୟପାଳ ପ୍ରଫେସର ଗଣେଷୀ ଲାଲ ପ୍ରେରଣ କରାଯାଇଛି ।