Odisha news

ଭୁବନେଶ୍ୱରସ୍ଥିତ ମାର୍କେଟ ବିଲ୍‌ଡିଂକୁ ବିଏମ୍‌ସି ଜୋନାଲ ଡେପୁଟି କମିଶନର ସାତଦିନ ପାଇଁ ସିଲ୍‌ କଲେ

0

ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ମାର୍କେଟ ବିଲ୍‌ଡିଂକୁ ବିଏମ୍‌ସି ଜୋନାଲ ଡେପୁଟି କମିଶନର ସିଲ୍‌ କରିଛନ୍ତି। ତେବେ କୋଭିଡ-୧୯ ଗାଇଡ୍‌ ଲାଇନ୍‌ ଅନୁସାରେ ଦୋକାନ ଓ ମଲ୍‌ ଖୋଲିବାକୁ ଅନୁମତି ଦିଆଯାଇଥିଲା। କିନ୍ତୁ ଆସନ୍ତା ରବିବାର ରଜ ପଡ଼ୁଥିବାରୁ ମଲ୍‌ ଓ ଦୋକାନ ବଜାରରେ ସରକାରଙ୍କ କୋଭିଡ-୧୯ ଗାଇଡ୍‌ ଲାଇନ୍‌ ନିୟମ ଉଲଂଘନ କରାଯିବା ସହ ଲାକଙ୍କ ପ୍ରବଳ ଭିଡ଼ ଲାଗି ରହିଥିଲା।

ଜିନିଷପତ୍ର କିଣାକିଣି ସମୟରେ ମାର୍କେଟ ବିଲଡିଂରେ ଲୋକମାନେ ମାକ୍ସ ପିନ୍ଧି ନଥିବା ସହିତ ସାମାଜିକ ଦୂରତା ବି ରଖୁ ନଥିବା ଅଭିଯୋଗ ହୋଇଥିଲା। ତେଣୁ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଆଜି ମାର୍କେଟ ବିଲ୍‌ଡିଂକୁ ୭ଦିନ ପାଇଁ ବିଏମ୍‌ସି ସିଲ୍‌ କରି ଦେଇଛି। ମାର୍କେଟ ବିଲଡିଂସ୍ଥିତ ମା’ ତାରିଣୀ ବସ୍ତ୍ରାଳୟ, ଅମ୍ବର, ବିଶାଳ ମେଗା ମାର୍ଟ, ଲିଙ୍ଗରାଜ ଲସି, ଭାଇ-ଭାଇ ଟିଫିନ୍‌ ଷ୍ଟଲ ଓ ଓମ୍ଫେଡ ଷ୍ଟଲ ଆଦିକୁ ବିଏମ୍‌ସି ସିଲ୍‌ କରିଛି।

BMC

@bmcbbsr

BMC-BDA joint squads closed more than 20 shops for violating protocol & guidelines. The major ones are Amber, Vishal Mega Mart, Maa Tarini Bastralaya, Lingaraj Lassi, Bhai-Bhai Tiffin stall, Omfed stalls.
We request all to maintain

ଆଜି ଭଦ୍ରକ ସହରରେ ବି ଅନେକ ଦୋକାନ ଓ ମଲ୍‌ ସରକାରୀ ନିୟମକୁ ଉଲଂଘନ କରି ରଜ ବ୍ୟବସାୟ କରୁଥିବା ବେଳେ ୫ଟି ଏନଫୋର୍ସମେଣ୍ଟ ଟିମ୍‌ ଓ ପୁଲିସ ମିଳିତ ଭାବେ ଚଢ଼ାଉ କରିଥିଲା। ଏହି ଚଢ଼ାଉ ସମୟରେ ଦୋକାନ ଓ ମଲ୍‌ ଭିତରୁ ଗ୍ରାହକଙ୍କୁ ବାହାର କରି ଦୋକାନଗୁଡିକୁ ପ୍ରଶାସନ ସିଲ୍‌ କରି ଦେଇଥିଲା। ମେଡିକାଲ ଛକରେ ଥିବା ଏମ ବଜାର, ବାଇପାସରେ ଥିବା ରିଲାଏନ୍‌ସ ସ୍ମାର୍ଟକୁ ପ୍ରଶାସନ ସିଲ୍‌ କରିବା ସହିତ କଚେରୀ ବଜାର ଓ ଅନ୍ୟ ବଜାର ଉପରେ ଚଢ଼ାଉ ଜାରି ରଖିଛି।

Leave A Reply