ମଧ୍ୟପ୍ରଦେଶ ଧାର ରୁ ଗୋଟିଏ ଆଶ୍ଚର୍ଯ୍ୟ କଲାଭଳି ଘଟଣା ସାମ୍ନା କୁ ଆସିଛି l କରୋନା ମହାମାରୀର ଦ୍ଵିତୀୟ ଲହରରେ ମୃତ ଘୋଷିତ କରାଯାଇଥିବା ଜଣେ ବ୍ୟକ୍ତି ୨ବର୍ଷ ପରେ ଅହମଦାବାଦ ରୁ ଜୀବନ୍ତ ଫେରିଛି l ଉକ୍ତ ବ୍ୟକ୍ତି ଜଣଙ୍କ ହେଉଛନ୍ତି କମଳେସ l ସୂଚନା ଯୋଗ୍ୟ ଯେ ୨୦୨୧ ରେ କରନା ର ଦ୍ଵିତୀୟ ଲହର ସମୟରେ ୩୦ ବର୍ଷୀୟ କମଲେସ ଙ୍କୁ ମହାମାରୀ କାରଣରୁ ମୃତ ଘୋଷିତ କରାଯାଇ ଥିଲା l ସେ ବିବାହିତ ଥିଲେ, କରୋନା ସମୟରେ SOP ଲାଗୁ ହୋଇଥିବା କାରଣରୁ ତାର ଶବ ପରିବାର ସଦସ୍ୟଙ୍କୁ ହସ୍ତାନ୍ତର କରାଯାଇ ନଥିଲା l ଏବଂ ତାଙ୍କର ଅନ୍ତିମ ସଂସ୍କାର ନିୟମ ଅନୁସାରେ କରିଦିଆ ଯାଇଥିଲା l ବର୍ତମାନ ପାଖାପାଖି ୨ବର୍ଷ ପରେ ଉକ୍ତ ବ୍ୟକ୍ତି ଜଣଙ୍କ ଘରକୁ ସମ୍ପୂର୍ଣ ଘଟଣା ବର୍ଣନା କରିଛନ୍ତି l
କମଲେସ ଙ୍କ ସୂଚନା ଅନୁସାରେ ସେହି ଦିନଠାରୁ କମଲେସ ଅହମଦାବାଦ ର ଗୋଟିଏ ବଦମାସ ଲୋକ ଙ୍କ ଦଳ ର କବଜା ରେ ରହିଥିଲେ l ପ୍ରତିଦିନ ତାକୁ ନିଶା ଇଞ୍ଜେକ୍ସନ ଦିଆଯାଉ ଥିଲା l କମଲେସ ର ପରିଚୟ ତାର ପତ୍ନୀ ଓ ପରିବାର ସଦସ୍ୟଙ୍କ ଦ୍ୱାରା କରାଯାଇ ଥିଲା l ଏହାକୁ ନେଇ ବର୍ତମାନ ଯାଞ୍ଚ ଚାଲିଛି l ଏହାକୁ ନେଇ ସ୍ଥାନୀୟ ପୋଲିସ ମଧ୍ୟ ଅହମଦାବାଦ ପୋଲିସ ନିକଟରୁ ସମ୍ପୂର୍ଣ ଘଟଣା ଯାଞ୍ଚ କରିବା ପାଇଁ ସହଯୋଗ ଆଶା କରିଛି l କମଲେସ ସେଠାରୁ ଜଣେ ସହୃଦୟ ବ୍ୟକ୍ତିଙ୍କ ସହଯୋଗ ରେ ଖସି ଆସିବା ପାଇଁ ସକ୍ଷମ ହୋଇଛନ୍ତି l ଉକ୍ତ ଗ୍ୟାଙ୍ଗ ର ଲୋକମାନେ ତାଙ୍କୁ ଅନେକ ପ୍ରକାର ମାଡ଼ ମାରି ଖରାପ କାର୍ଯ୍ୟ କରାଇବାକୁ ଚାହୁଁ ଥିଲେ l କମଲେସ ଙ୍କ କହିବା କଥା ହେଲା ସେମାନେ ବିଶେଷ ଭାବରେ ସ୍ମଗଲିଙ୍ଗ ଇତ୍ୟାଦି କରୁଛନ୍ତି l