Odisha news

ପାଣିପାଗ ବଦଳିବା ମାତ୍ରକେ ପୁଣି ବଢିବାକୁ ଲାଗିଛି କରୋନା ସଂକ୍ରମଣ, ରୋଗ ନିକଟରୁ ରକ୍ଷା ପାଇବା ପାଇଁ ଗ୍ରହଣ କରନ୍ତୁ ଏହି ପଦକ୍ଷେପ

0

ବର୍ତମାନ ଜଳବାୟୁ ରେ ପରିବର୍ତନ ଆସିଚି, ଗ୍ରୀଷ୍ମ ଋତୁ ପରେ ବର୍ଷା ଋତୁର ଆଗମନ ହୋଇଛି l  ଦିଲ୍ଲୀ ମହାରାଷ୍ଟ୍ର ସମେତ ଦେଶର ବିଭିନ୍ନ ରାଜ୍ୟରେ କରୋନା ମହାମାରୀ ଦ୍ରୁତ ଗତିରେ ବ୍ୟାପିବାକୁ ଲାଗିଛି l ଏହାର ସବୁଠୁ ବଡ କାରଣ ଲୋକଙ୍କ ଦାୟିତ୍ୱଶୂନ୍ୟ କାର୍ଯ୍ୟ ଓ ବଦଳୁଥିବା ଜଳବାୟୁ l ଆଜି ପର୍ଯ୍ୟନ୍ତ ହୋଇଥିବା ଅଧ୍ୟୟନ ଦ୍ୱାରା ଜଣା ପଡିଛି ଯେ ଜଳବାୟୁ ରେ ପରିବର୍ତନ ହେବା ମାତ୍ରକେ କରୋନା କେଶ ଅଧିକ ଦେଖିବାକୁ ମିଳିଥାଏ l

ତେଣୁ ଆପଣଙ୍କୁ ଏହି ବର୍ଷାଋତୁ ରେ କିଛିଟା କଥାକୁ ଧ୍ୟାନ ରଖିବାକୁ ପଡିବ –

– ବୁଷ୍ଟର ଡୋଜ ନିହାତି ନେବା ଜରୁରୀ :
କରୋନା ନିକଟରୁ ରକ୍ଷା ପାଇବା ପାଇଁ ଟୀକା ର ବୁଷ୍ଟର ଡୋଜ ନିହାତି ନେବା ଆବଶ୍ୟକ l ଏହାଦ୍ୱାରା କରୋନା ର ବିପଦ କିଛି ମାତ୍ରାରେ କମିଯିବ l ଟୀକା ନେବାପରେ ମଧ୍ୟ ଆପଣ ନିହାତି ମାସ୍କ ପିନ୍ଧିବା ଜରୁରୀ l

– ମାସ୍କ ପିନ୍ଧନ୍ତୁ :
ଯଦି ଆପଣ ଅଫିସ କିମ୍ବା କାମରେ ଏପରି ସ୍ଥାନକୁ ଯାଉଛନ୍ତି ଯେଉଁଠି ଅଧିକ ଭିଡ଼ ରହିଥାଏ ତେବେ ନିହାତି ମାସ୍କ ପିନ୍ଧିବା ଜରୁରୀ l ପବ୍ଲିକ ପ୍ଲେସ କୁ ଯିବାକୁ ଦୁରେଇ ରୁହନ୍ତୁ l ବୟସ୍କ ଲୋକଙ୍କୁ ଏଭଳି ସ୍ଥାନକୁ ନିଅନ୍ତୁ ନାହିଁ l

– ନିଜ ଖାଦ୍ୟ ପେୟ ର ଧ୍ୟାନ ରଖନ୍ତୁ :
ବଦଳୁଥିବା ଋତୁରେ ଖାଦ୍ୟ ପେୟ ର ଆମ ସ୍ୱାସ୍ଥ୍ୟ ଉପରେ ଅଧିକ ପ୍ରଭାବ ପଡିଥାଏ l ଏହି ସମୟରେ ଥଣ୍ଡା ଓ ଫ୍ରିଜ ରେ ଥିବା ଜିନିଷ ଖାଇବା ଉଚିତ ନୁହେଁ l ବର୍ଷାଋତୁ ରେ ପାଚନସକ୍ତି ଦୁର୍ବଳ ରହିଥାଏ l

– ଇମ୍ୟୁନିଟି ବଢାଇବା ଜରୁରୀ :
ବର୍ଷାଋତୁରେ ସିଜନାଲ ଫ୍ଲୁ ଓ ଭାଇରାଲ ଜ୍ୱର ଅଧିକ ବ୍ୟାପିଥାଏ l ସେଥିପାଇଁ ଏହି ସମୟରେ ଇମ୍ୟୁନିଟି ମଜବୁତ କରିବା ନିହାତି ଜରୁରୀ l ଏହି ଋତୁରେ ଭିଟାମିନ ଯୁକ୍ତ ଫଳ ଓ ପନିପରିବା ଖାଇବା ନିହାତି ଆବଶ୍ୟକ l

– ଥଣ୍ଡା ଜନିତ ସଂକ୍ରମଣ ଠାରୁ ଦୁରେଇ ରୁହନ୍ତୁ :
ବର୍ଷା ଋତୁରେ ସାମାନ୍ୟ ଅବହେଳା କାରଣରୁ ଥଣ୍ଡା ଜ୍ୱର ହେବାର ସମ୍ଭାବନା ଅଧିକ ଦେଖିବାକୁ ମିଳିଥାଏ l ସର୍ଦି ହେବା ଦ୍ୱାରା ବାମ୍ଫ ନେବା ସହିତ ଉଷୁମ ପାଣି ସେବନ କରନ୍ତୁ l ରାତିରେ ଶୋଇବା ପୂର୍ବରୁ ହଳଦୀ ଯୁକ୍ତ ଦୁଗ୍ଧ ସେବନ କରନ୍ତୁ l

Leave A Reply

Your email address will not be published.