Odisha news

ଶାସ୍ତ୍ର ଅନୁସାରେ ଅନ୍ୟର ଏହିସବୁ ଜିନିଷକୁ ବ୍ୟବହାର କରିବା ଉଚିତ ନୁହେଁ, ଆସିପାରେ ଜୀବନରେ ଘୋର ସଙ୍କଟ

0

ପ୍ରତିଟି ମନୁଷ୍ୟ ନିଜକୁ ଖୁସି ଓ ସମୃଦ୍ଧ ଦେଖିବାକୁ ଇଛା କରିଥାଏ l ସେଥିପାଇଁ ଏହା ଆବଶ୍ୟକ ଯେ ବ୍ୟକ୍ତି ନିଜକୁ ସର୍ବଦା କିଛିଟା ନିୟମରେ ରଖିବା ଜରୁରୀ l କାରଣ ଆମ ମନ ଓ ମସ୍ତିଷ୍କ ଉପରେ ବାସ୍ତୁର ଘୋର ପ୍ରଭାବ ପଡିଥାଏ l ସେହିଭଳି ଆମେ ଅନ୍ୟର କିଛିଟା ଜିନିଷକୁ କଦାପି ବ୍ୟବହାର କରିବା ଉଚିତ ନୁହେଁ l ଯାହା ଆମ ଜୀବନ ଉପରେ ନକାରାତ୍ମକ ପ୍ରଭାବ ପକାଇଥାଏ l

ଅନ୍ୟର ଏହିସବୁ ଜିନିଷକୁ ବ୍ୟବହାର କରନ୍ତୁ ନାହିଁ -:

* ଅନ୍ୟର ପୋଷାକ –
ଶାସ୍ତ୍ର କହୁଛି ଯେ ଅନ୍ୟର ବସ୍ତ୍ର ବା ପୋଷାକ ପିନ୍ଧିବା ଉଚିତ ନୁହେଁ l ଏହା ଆପଣଙ୍କ ବ୍ୟକ୍ତିତ୍ୱରେ ବାଧା ଆଣିଥାଏ l ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ମଧ୍ୟ ଏହା ଠିକ ନୁହେଁ ଅନ୍ୟର ପୋଷାକ ପିନ୍ଧିବା ଦ୍ୱାରା ତ୍ୱଚା ସମ୍ବନ୍ଧିତ ସମସ୍ୟା ଦେଖା ଦେଇପାରେ l

* ଅନ୍ୟର ରୁମାଲ –
ସମସ୍ତେ ରୁମାଲ ବ୍ୟବହାର କରିବା ସ୍ୱଛତାର ପ୍ରତୀକ ଅଟେ l କିନ୍ତୁ ଅନ୍ୟର ବ୍ୟବହୃତ ରୁମାଲ୍ ବ୍ୟବହାର କରିବା ଦ୍ୱାରା ବନ୍ଧୁତ୍ୱରେ ବାଧା ଦେଖା ଦେଇଥାଏ ଓ ଜୀବନ ରେ ଅସନ୍ତୋଷ ଦେଖା ଦେଇଥାଏ l

* ଅନ୍ୟର କଲମ –
କଲମ ମା ସରସ୍ବତୀଙ୍କ ପ୍ରତୀକ ଅଟେ l ଯଦି ଆପଣ ଅନ୍ୟର ବ୍ୟବହୃତ କଲମ ବ୍ୟବହାର କରିବେ ତେବେ ଧନ ହାନିର ସମ୍ଭାବନା ରହିଥାଏ l

* ଅନ୍ୟର ମୁଦି –
ଯଦି ଆପଣ ଅନ୍ୟର ମୁଦିକୁ ମାଗି କି ପିନ୍ଧିବେ ତେବେ ଏହାଦ୍ୱାରା ଆର୍ଥିକ ହାନିର ସମୁଖୀନ ହେବେ l

* ଅନ୍ୟର ଘଡି –
ଶାସ୍ତ୍ର ଅନୁସାରେ ଘଡି କୁ ଖୁବ ଗୁରୁତ୍ୱ ଦିଆ ଯାଇଥାଏ l ଅନ୍ୟର ଘଡି ପିନ୍ଧିବା ଦ୍ୱାରା ଖରାପ ସମୟ ଆରମ୍ଭ ହୋଇଥାଏ l ତେଣୁ ଅନ୍ୟ ର ଘଡି ପିନ୍ଧିବା ଉଚିତ ନୁହେଁ l

Leave A Reply

Your email address will not be published.