Odisha news

ବର୍ଷାଋତୁରେ ମାଲେରିଆ ଜ୍ୱର ହେବାର ଅଧିକ ସମ୍ଭାବନା ରହିଥାଏ, ଏହିସବୁ ଲକ୍ଷଣକୁ ଅଣଦେଖା କରନ୍ତୁ ନାହିଁ

0

ବର୍ଷାଋତୁ ଆସିବା ମାତ୍ରକେ ଚାରିଆଡ ପାଣି କାଦୁଅ ଜମି ଯାଇଥାଏ ଓ ଏହି ସମୟରେ ମାଲେରିଆ ରୋଗୀ ମାନଙ୍କୁ ଅଧିକ ଦେଖିବାକୁ ମିଳିଥାଏ l ପ୍ରାୟ ଅଧିକାଂଶ ଲୋକ ଏହାକୁ ସାମାନ୍ୟ ଜ୍ୱର ଭାବି ଅଣଦେଖା କରି ଦେଇ ଥାଆନ୍ତି l କିନ୍ତୁ ଏହାକୁ ଅଣଦେଖା କରିବା ଉଚିତ ନୁହେଁ l କାରଣ ଆପଣ ଯେଉଁ ଜ୍ୱରକୁ ସାମାନ୍ୟ ଜ୍ୱର ଭାବି ଅଣଦେଖା କରି ଥାଆନ୍ତି ତାହା ମାଲେରିଆ ଜ୍ୱର ମଧ୍ୟ ହୋଇପାରେ l

* ମାଲେରିଆ ଜ୍ୱର କଣ ?
ମାଲେରିଆ ଜ୍ୱର ମଶା ଠାରୁ ବ୍ୟାପିଥାଏ l ଏହି ଜ୍ୱର ମାଈ ଏନୋଫ୍ଲିସ ମଶା କାମୁଡିବା ଦ୍ୱାରା ହୋଇଥାଏ l ଏହି ମଶା ନିକଟରେ ପ୍ଲାଜମୋଡିୟମ ନାମକ ଜୀବାଣୁ ମିଳିଥାଏ l ଯାହା ସଂକ୍ରମିତ କରାଇ ରୋଗରେ ପକାଇଥାଏ l

ଲକ୍ଷଣ -:
– ମାଲେରିଆ ଜ୍ବରରେ କମ୍ପ ଆସି ଜ୍ୱର ହୋଇଥାଏ

– ଏହି ଜ୍ୱର ଖୁବ ଜୋରେ ହୁଏ, ଯେପରିକି ଶରୀରରେ ହାଇ ଟେମ୍ପରେଚର ରହିଥାଏ

– ମୁଣ୍ଡ ଖୁବ ବିନ୍ଧିବା ସହିତ ବାନ୍ତି ସମସ୍ୟା ମଧ୍ୟ ଦେଖିବାକୁ ମିଳିଥାଏ

– ତଣ୍ଟି କିଚ କିଚ ହେବା ସହିତ କାଶ ମଧ୍ୟ ହୋଇଥାଏ

– ଏହାଛଡା ମାଂସପେଶୀ ଗୁଡିକରେ ଅଧିକ ଯନ୍ତ୍ରଣା ଅନୁଭୂତ ହୋଇଥାଏ ଓ ଥକା ଲାଗି ମନ ବିଚଳିତ ରୁହେ

କେତେଦିନ ମଧ୍ୟରେ ଦେଖା ଯାଇଥାଏ ମାଲେରିଆ ଲକ୍ଷଣ –
ମଲେରିଆ ମଶା କାମୁଡ଼ିବାର ୭ରୁ୩୦ ଦିନ ମଧ୍ୟରେ ଲକ୍ଷଣ ଦେଖିବାକୁ ମିଳିଥାଏ l ଯଦି ଆପଣଙ୍କ ଇମ୍ୟୁନିଟି ଷ୍ଟ୍ରଙ୍ଗ ହୋଇଥାଏ ଏହି ଲକ୍ଷଣ ଡେରିରେ ଦେଖିବାକୁ ମିଳେ l

Leave A Reply

Your email address will not be published.