Odisha news

ଚାଣକ୍ୟ ନୀତି : ଯେଉଁ ପତ୍ନୀଙ୍କ ନିକଟରେ ରହିଥାଏ ଏହି ୪ଟି ଗୁଣ ସେହି ସ୍ୱାମୀ ଅଟେ ଭାଗ୍ୟବାନ

0

ମାନବ ସମାଜ ର କଲ୍ୟାଣ ବିଷୟରେ ଚାଣକ୍ୟ ନିଜ ନୀତିଶାସ୍ତ୍ର ବିଷୟରେ କହି ଥାଆନ୍ତି ଯାହାକି ମଣିଷର ଜୀବନ ପାଇଁ ନିତାନ୍ତ ଜରୁରୀ l ଏହି ନୀତିଶାସ୍ତ୍ର କୁ ଯିଏ ଅନୁସରଣ କରିଥଏ ତାର ଭାଗ୍ୟରେ ପରିବର୍ତ୍ତନ ହୋଇଥାଏ l ନୀତିଶାସ୍ତ୍ର ରେ ଏପରି ପୁରୁଷଙ୍କୁ ଭାଗ୍ୟଶାଳୀ କୁହାଯାଇଥାଏ ଯାହାଙ୍କ ପତ୍ନୀଙ୍କ ନିକଟରେ ଏହି ୪ଟି ବିଶେଷ  ଗୁଣ ରହିଥାଏ l

ଆସନ୍ତୁ ଜାଣିବା ସେହି ଗୁଣ ଗୁଡିକ କଣ -:

୧- ଶାନ୍ତ ସ୍ୱଭାବ ଥିବା ପତ୍ନୀ :
ଯେଉଁ ପୁରୁଷର ପତ୍ନୀ ଶାନ୍ତ ସ୍ୱଭାବର ହୋଇଥାଏ ସେ ଖୁବ ଭାଗ୍ୟଶାଳୀ ହୋଇଥାଏ l ଏପରି ବ୍ୟକ୍ତି ଉପରେ ଈଶ୍ୱରଙ୍କ କୃପା ରହିଥାଏ l ଏପରି ମହିଳାମାନେ ସର୍ବଦା ଗୃହରେ ଶାନ୍ତି  ର ବାତାବରଣ ରଖନ୍ତି l ଏପରି ସ୍ତ୍ରୀ ଅସୁବିଧା ସମୟରେ ମଧ୍ୟ ଭାବିଚିନ୍ତି କାର୍ଯ୍ୟ କରିଥାଏ ଓ ପରିବାରକୁ ଯୋଡି ରଖିଥାଏ l

୨- ଧାର୍ମିକ ମନା ଓ ସଂସ୍କାରି :
ଚାଣକ୍ୟ ନୀତି ଅନୁସାରେ ଯେଉଁ ସ୍ତ୍ରୀ ଶିକ୍ଷିତ ଓ ସଂସ୍କରୀ ହେବା ସହ ଧର୍ମ ଗ୍ରନ୍ଥରେ ଜ୍ଞାନ ରଖିଥାଏ, ଠିକ ଭୁଲ ମଧ୍ୟରେ ଅନ୍ତର ବୁଝି ପାରିଥାଏ. ଏଭଳି ମହିଳା ଯେଉଁ ଗୃହକୁ ଯାଇ ଥାଆନ୍ତି ସେହି ଗୃହରେ ସର୍ବଦା ହସଖୁସି ରେ ପୁରୀ ରହିଥାଏ ଓ ସନ୍ତାନ ମାନେ ମଧ୍ୟ ସଂସ୍କାରବାନ ହୋଇ ଥାଆନ୍ତି l ସେହି ନାରୀ କୁ ଲାଭ କରିଥିବା ପୁରୁଷ ଭାଗ୍ୟବାନ ହୋଇଥାଏ, କାରଣ ବଡ଼ ମାନଙ୍କୁ ସମ୍ମାନ ଓ ସାନ ମାନଙ୍କୁ ଠିକ ଭାବରେ ଆଦର କରିଥାଏ l

୩- ଧର୍ଯ୍ୟବାନ ମହିଳା :
ଯେଉଁ ନାରୀ ଧାର୍ଯ୍ୟଶୀଳା ହୋଇଥାଏ ସେ ପରିସ୍ଥିତି ଯେତେ ଜଟିଳ ହେଲେ ମଧ୍ୟ ନିଜ ସ୍ୱାମୀର ହାତ ଛାଡି ନଥାଏ l ପ୍ରତ୍ୟେକ ପରିସ୍ଥିତି ରେ ନିଜ ସ୍ୱାମୀର ପାଦରେ ପାଦ ମିଳାଇ ଠିଆ ହୁଏ l ତା ସହିତ ସେ ନିଜ ସ୍ୱାମୀକୁ ସମସ୍ତ ଅସୁବିଧାରୁ ବାହାର କରିବାକୁ ଚେଷ୍ଟା କରିଥାଏ ଓ ସ୍ୱାମୀର ମନୋବଳ ବଢ଼ାଇଥାଏ l ଏହାଛଡା ଜୀବନ ରେ ଆଗକୁ ବଢ଼ିବାରେ ସାଙ୍ଗ ଦେଇଥାଏ l

୪- ଧନ ସଂଚୟ କରୁଥିବା ନାରୀ :
ଚାଣକ୍ୟ ଙ୍କ ନୀତି ଅନୁସାରେ ଅସୁବିଧା ସମୟ ପାଇଁ ମହିଳାମାନେ ଧନ ସଂଚୟ କରି ରଖି ଥାଆନ୍ତି l ଏଭଳି ନାରୀ ନିଜ ପରିବାର କୁ ଅସୁବିଧା ସମୟରେ ସାହାଯ୍ୟର ହାତ ବଢ଼ାଇଥାଏ l ସେ ନିଜ ସଂଚିତ ଧନ ରେ ପରିବାରକୁ ଅସୁବିଧାରୁ ରକ୍ଷା କରି ଥାଆନ୍ତି l

Leave A Reply

Your email address will not be published.