Odisha news

ଦେଶର ସବୁଠୁ କମ୍ ବୟସ ଓ ପ୍ରଥମ ଆଦିବାସୀ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

0
ନୂଆଦିଲ୍ଲୀ : ରାଷ୍ଟ୍ରପତି ମତଦାନ ରେ ରାଷ୍ଟ୍ରୀୟ ଜନ ତାନ୍ତ୍ରିକ ପାର୍ଥି ଙ୍କ ନାମ ଶେଷରେ ଘୋଷଣା କରାଯାଇଛି । ଭାଜପା ଅଧକ୍ଷ ଜେପି . ନଡ୍ଡା ବିଧିବଦ୍ଧ ଭାବରେ ଦ୍ରୌପଦୀ ମୁର୍ମୁ ଙ୍କ ନାମ ଘୋଷଣା କରିଛନ୍ତି । ସେ ପୂର୍ବରୁ ଝାରଖଣ୍ଡ ର ରାଜ୍ୟପାଳ ରହି ଥିଲେ । ଅନ୍ୟ ପକ୍ଷରେ ବିପକ୍ଷ ଯଶବନ୍ତ ସିନହା ଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ ଭାବରେ ଘୋଷଣା କରିଥିଲା ।
ଦ୍ରୌପଦୀ ମୁର୍ମୁ ହେଉଛନ୍ତି ଭାରତର ଦ୍ଵିତୀୟ ମହିଳା ରାଷ୍ଟ୍ରପତି ଓ ପ୍ରଥମ ଆଦିବାସୀ ରାଷ୍ଟ୍ରପତି । ଏହାଛଡା ଓଡ଼ିଶା ପାଇଁ ମଧ୍ୟ ଏହା ଗର୍ବ ର ବିଷୟ ।
 ଓଡ଼ିଶାର ଗୋଟିଏ ଛୋଟ ଗାଁ ରୁ ରାଷ୍ଟ୍ରପତି ପଦବୀ –
ଚଳିତ ଥର ରାଷ୍ଟ୍ରପତି ନିର୍ବାଚନ ହୋଇଥିବା ଦ୍ରୌପଦୀ ମୁର୍ମୁ ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲାର ବେଦାପୋଷୀ ଗ୍ରାମରେ ଗୋଟିଏ ଆଦିବାସୀ ପରିବାର ରେ ଜୁନ୍ ୨୦ ତାରିଖ ୧୯୫୮ ରେ ଜନ୍ମ ଗ୍ରହଣ କରିଥିଲେ । ସେ ପିଲାଟି ଦିନରୁ ସିକ୍ଷାପ୍ରତି ବିଶେଷ ରୁଚି ରଖିଥିଲେ । ଭୁବନେଶ୍ୱର ସ୍ଥିତ ରମାଦେବୀ ମହିଳା ବିଦ୍ୟାଳୟ ରୁ ସ୍ନାତକ ଡିଗ୍ରୀ ହାସଲ କରିବା ପରେ ରାଜ୍ୟ ସଚିବାଳୟ ରେ ନିଯୁକ୍ତି ପାଇ ଚାକିରୀ କରିଥିଲେ । ତାଙ୍କର ବିବାହ ଶ୍ୟାମ ଚରଣ ମୁର୍ମୁ ଙ୍କ ସହିତ ହୋଇଥିଲା ।
ତାଙ୍କ ଜୀବନ ପିଲାଟି ଦିନରୁ ଖୁବ୍ ସଂଘର୍ଷ ମୟ ଥିଲା । ତଥାପି ସେ ସମାଜ କଲ୍ୟାଣ କାର୍ଯ୍ୟରେ ନିଜକୁ ନିୟୋଜିତ କରି ଥିଲେ । ତେଣୁ ସେ ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗ ପୁର ରେ ଥିବା ଅରବିନ୍ଦ ଇଣ୍ଟି ଗ୍ରାଲ ବିଦ୍ୟାଳୟ ରେ ବିନା ବେତନ ରେ ଅଧ୍ୟାପିକା ଭାବରେ କାର୍ଯ୍ୟ କରିଥିଲେ ।
ସେ ନିଜର ରାଜନୈତିକ ଜୀବନ ରାଇରଙ୍ଗପୁର ର ଏନ୍ ଏ ସି ର ଭାଇସ ଚେୟାର ମ୍ୟାନ୍ ଭାବରେ ଆରମ୍ଭ କରିଥିଲେ । ତାଙ୍କୁ ଓଡ଼ିଶା ବିଧାନସଭା ପକ୍ଷରୁ ୨୦୦୭ ରେ ସର୍ବଶ୍ରେଷ୍ଠ ବିଧାୟକ ଭାବରେ ନୀଳକଣ୍ଠ ସମ୍ମାନ ରେ ସମ୍ମାନିତ କରାଯାଇଥିଲା । ସେ ଓଡ଼ିଶା ସରକାର ରେ ଟ୍ରାନ୍ସପୋର୍ଟ, ବାଣିଜ୍ୟ, ମତ୍ସ୍ୟ ପାଳନ ଓ ପଶୁ ପାଳନ ଭଳି ବିଭାଗର ଦାୟିତ୍ଵ ତୁଲାଇ ଥିଲେ ।
Leave A Reply

Your email address will not be published.