ନୂଆଦିଲ୍ଲୀ : ମହାରାଷ୍ଟ୍ର ର ମୁଖ୍ୟମନ୍ତ୍ରୀ ଗାଦି କୁ ନେଇ ଟଣାଟଣି ହେବା କୌଣସି ନୂଆ କଥା ନୁହେଁ l ପୂର୍ବରୁ ଅନେକ ଥର ମହାରାଷ୍ଟ୍ର ରାଜନୈତିକ ସଙ୍କଟ ର ସମୁଖୀନ ହେଉଛି l ଏହା ପୂର୍ବରୁ ୨ଥର ରାଷ୍ଟ୍ରପତି ଶାସନ ମଧ୍ୟ ଲାଗି ସାରିଛି l ଏହା ମଧ୍ୟରେ ପ୍ରତିଦ୍ବନ୍ଦୀ ବିଧାୟକ ଏକନାଥ ସିନ୍ଧେ ଅନ୍ୟ ବିଧାୟକ ମାନଙ୍କ ସହିତ ସୁରଟ ରେ ପହଂଚି ସାରିଲେଣି l ବର୍ତମାନ ଚାଲିଥିବା ସରକାରରେ ଶିବସେନା ସହିତ ଏନସିପି ଓ କଂଗ୍ରେସ ଗଠବନ୍ଧନ ରେ ସରକାର ନିର୍ମାଣ କରିଥିଲା l କିନ୍ତୁ ବର୍ତମାନ ସେଥିରେ ଫାଟ ସୃଷ୍ଟି ହୋଇଛି l ମିଳିଥିବା ସୂଚନା ଅନୁସାରେ ବିବାଦୀୟ ବିଧାୟକ ଏକନାଥ ସିନ୍ଧେ ମତ ଦେଇଛନ୍ତି ଯେ ଭାଜପା ସହିତ ମିଳିତ ଭାବରେ ସରକାର ଗଢିବେ l କିନ୍ତୁ ଏହି ପରିପ୍ରେକ୍ଷୀ ରେ ଏନସିପି ମୁଖ୍ୟ ଶରତ ପାୱାର ଙ୍କ ବୟାନ ଆସିଛି l ସେ କହିଛନ୍ତି ଯଦି ଉଦ୍ଧବ ସରକାର ଭାଙ୍ଗିବ ତେବେ ଏନସିପି ବିଜେପି ସହିତ ସରକାର ଗଢିବା ବଦଳରେ ବିପକ୍ଷରେ ବସିବା ପାଇଁ ପସନ୍ଦ କରିବ l
ମହାରାଷ୍ଟ୍ରରେ ଆସିଥିବା ରାଜନୈତିକ ସଙ୍କଟ କୁ ନେଇ ଶରଦ ପାୱାର କହିଥିଲେ ଏହା ଶିବସେନାର ଅନ୍ତରୀଣ ମାମଲା ଅଟେ l ସେ କହିଛନ୍ତି ଉଦ୍ଧବ ଠାକରେ ଏହି ମାମଲାକୁ ନିଶ୍ଚିନ୍ତ ଭାବରେ ତୁଲାଇ ଦେବେ l
ମହାରାଷ୍ଟ୍ରରେ ବିଧାନ ପରିଷଦ ମତଦାନ ପରେ ଶିବସେନା ବିଧାୟକ ଏକନାଥ ସିନ୍ଧେ ଅସନ୍ତୁଷ୍ଟ ଅଛନ୍ତି। କୁହାଯାଇଛି ଯେ ସେ ଶିବସେନା ଅଧ୍ୟକ୍ଷ ଙ୍କ ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି । ସେ ବର୍ତ୍ତମାନ୍ ସୁରଟ ର ଗୋଟିଏ ହୋଟେଲ୍ ରେ ୨୯ ଜଣ ବିଧାୟକ ଙ୍କ ସହିତ ଅଛନ୍ତି । ବର୍ତ୍ତମାନ୍ ଏହି ସମସ୍ତ ଘଟଣା ମଧ୍ୟରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଆପାତ୍ କାଳୀନ ବୈଠକ ଡ଼ାକି ସୂଚନା ଦେଇଛନ୍ତି ଯେ ଏକନଥ ଙ୍କ ନିକଟତର ବିଧାୟକ ଙ୍କୁ ସୁରଟ ପଠା ଯାଇଛି । ଉଦ୍ଧବ ଙ୍କ ନେତା ତାଙ୍କ ସହିତ ଆଲୋଚନା ଜାରି ରଖିଛନ୍ତି ।
ମହାରାଷ୍ଟ୍ର ରେ ରାଜନୈତିକ ସଂକଟ ମଧରେ ବିଜେପି ମୁଖ୍ୟାଳୟ ବାହାରେ ଲୋକମାନେ ନିଜର ଖୁସି ଜାହିର କରିବାକୁ ଯାଇ ଖୁସି ମନାଉଛନ୍ତି। ବିଜେପି ପକ୍ଷରୁ ପୂର୍ବରୁ ମତ ଦିଆଯାଇ ଥିଲା ଉଦ୍ଧବ ସରକାର ଙ୍କ ର ଓଲଟା ଗଣତି ଆରମ୍ଭ ହୋଇ ଗଲା। ମହାରାଷ୍ଟ୍ର ର ବିଜେପି ନେତା କିରୀଟ ସୌମେୟା ଟୁଇଟ୍ କରି ଥିଲେ ଲେଖି ଥିଲେ ଯେ ” ମହାରାଷ୍ଟ୍ର ବିଧାନ ପରିଷଦ ମତଦାନ ଫଳାଫଳ , ଶିବସେନା ( ମାଫିଆ ସେନା ) କୁ ୫୨ ଟି ଭୋଟ ମିଳିଛି । ୧୨ ଜଣ ବିଧାୟକ ଙ୍କ ବିଦ୍ରୋହ ( ୫୫ ଶିବସେନା + ୯ ସମର୍ଥକ = ୬୪ ) ଉଦ୍ଧବ ଠାକରେ ଙ୍କ ମାଫିଆ ସରକାର ର କାଉଣ୍ଟ ଡାଉନ୍ ଆରମ୍ଭ ।
ମହାରାଷ୍ଟ୍ର ସରକାର କୁ ଶିବସେନା , କଂଗ୍ରେସ ଓ ଏନ୍ ସି ପି ମିଳିତ ଭାବରେ ଚଳାଇ ଆସୁଛନ୍ତି । ବିଧାନସଭା ର ସମୁଦାୟ ବିଧାୟକ ଙ୍କ ସଂଖ୍ୟା ୨୮୭ । ଯେଉଁଥିରେ ବହୁମତ ପାଇଁ ୧୪୪ ସିଟ ରେ ବିଜୟ ଲାଭ କରିବା ଉଚିତ୍ । କିନ୍ତୁ ସରକାର ଥିବା ଶିବସେନା ନିକଟରେ ୫୫ ଜଣ ବିଧାୟକ ଅଛନ୍ତି ଓ କଂଗ୍ରେସ ନିକଟରେ ୪୪ ଟି ସିଟ ଅଛି । ଏହି ୩ ଟି ଦଳକୁ ମିଶାଇବା ପରେ ୧୫୨ ଜଣ ବିଧାୟକ ହେଉଛନ୍ତି । ଯାହାକି ବହୁମତ ଠାରୁ ଅଧିକ ଅଟେ । ଯଦି ଶିବସେନା ର ବିବାଦୀୟ ୨୯ ଜଣ ବିଧାୟକ ଏଥିରୁ ଓହରି ଯିବେ ତେବେ ଏହା ୧୨୩ ହୋଇଯିବ । ଯାହାକି ବହୁମତ ରୁ କମିଯିବ । କୁହାଯାଇଛି ଯେ ଏହି ବହୁମତ କୁ ନେଇ ଉଦ୍ଧବ ସରକାର ଙ୍କ ଗାଦି ଟଳମଳ ହେବ ।