Odisha news

କରୋନା ରେ ଆଖି ବୁଜିଲେ ସି ଆର ସି ସି ବଳଭଦ୍ର ଭତ୍ରା

ବୋରିଗୁମ୍ମା (କେ.ସାକିଲି ଦୋରା)—- ବୋରିଗୁମ୍ମା ବ୍ଲକରେ ରେ ଜଣେ କର୍ଯ୍ୟରତ ସି ଆର ସି ସି ଙ୍କ କରୋନାରେ ରେ ମୃତୁ ହୋଇଥିବା ବିଇଓ ଲୋକନାଥ ସୁନା ସୂଚନା ଦେଇଛନ୍ତି। ମୃତ ସି ଆର ସି ସି ଙ୍କ ନାମ ବଳଭଦ୍ର ଭତ୍ରା।ସେ ବୋରିଗୁମ୍ମା ବ୍ଳକ ର ମହୁଲି ଓ ଡେଙ୍ଗପଦର କ୍ଲଷ୍ଟର ରେ ସି ଆର ସି ସି ଭାବେ କାର୍ଯ୍ୟ କରୁଥିଲେ।ସେ କିଛି ଦିନ ତଳେ କରୋନା ପୋଜିଟିଭ ବାହାରିଥିଲା। ପରେ ହୋମ ଆଇସଲେସନ ରେ ରହି ଚିକିତ୍ସିତ ହେଉଥିଲେ। ପରେ ଗୁରୁତର ହେବାରୁ ତାଙ୍କୁ ଜୟପୁର ସ୍ଥିତ କୋଭିଡ ହସ୍ପିଟାଲରେ ରେ ରହି ଚିକିତ୍ସିତ ହେଉଥିଲେ। ଆଜି ବଳଭଦ୍ର ଭତ୍ରା ଙ୍କ ଜୟପୁର କୋଭିଡ ହସ୍ପିଟାଲରେ ମୃତୁ ହୋଇଥିଲା।
କୋଭିଡ ଗାଇଡ଼ଲାଇନ ଅନୁସାରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି। ବିଇଓ କାର୍ଯ୍ୟାଳୟ ତରଫରୁ ଏବିଇଓ ସୁବାସ ଚନ୍ଦ୍ର ମାଝୀ, ସି ଆର ସି ସି ତ୍ରିଲୋଚନ ପାଇକ, ଶିକ୍ଷକ ରାଜେନ୍ଦ୍ର ଶିରା ଓ ନବଘନ ମାଝୀ ମୃତ ବଳଭଦ୍ର ଙ୍କ ଘରେ ପହଞ୍ଚି ମୃତକ ଙ୍କ ପରିବାର ଙ୍କୁ ସମବେଦନା ଜଣାଇଥିଲେ। ପ୍ରକାଶ ଥାଉ କି ୨୦୦୪ ମସିହାରେ ବଳଭଦ୍ର ଭତ୍ରା ବୋରିଗୁମ୍ମା ବ୍ଳକ ର ମୁଦୁଲିଗୁଡା ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ। ପରେ ବ୍ଳକ ର ଚମ୍ପିଆ,ଦଣ୍ଡାବାଡ଼, ସାନ ପରିଆ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଭାବେ କାର୍ଯ୍ୟ କରି ଆସୁଥିଲେ। ପରେ ଗତ ଦୁଇ ବର୍ଷ ହେଲା ସି ଆର ସି ସି ଭାବେ କାର୍ଯ୍ୟ କରୁଥିଲେ। ବଳଭଦ୍ର ଭତ୍ରା ଙ୍କ ବିୟୋଗ ରେ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କ ମହଲରେ ଶୋକ ର ଛାୟା ଖେଳିଯାଇଛି।

Comments are closed.