ଡେଲାଙ୍ଗ-ଡେଲାଙ୍ଗ ଅଂଚଳରେ ଜଣେ କରୋନା ପଜେଟିଭ୍ ଚିହ୍ନଟ ହୋଇଥିବା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରୁ ସୁଚନା ଦିଆଯାଇଛି । ପଜେଟିଭ ଚିହ୍ନଟ ଜଣକ କରୋନା ଯୋଦ୍ଧା ଡେଲାଙ୍ଗ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରର କର୍ମଚାରୀ ଅଟନ୍ତିି । ଅଂଚଳରେ ମହାମାରୀ କରୋନା ସମୟରେ ସ୍ୱାସ୍ଥ୍ୟ ସେବା ଯୋଗାଇ କରୋନା ଯୋଦ୍ଧା ଭାବେ ବେଶ ସୁନାମ ଅଜ୍ଜର୍ନ କରିଥିଲେ ।
ଚିହ୍ନଟ ପରେ ତାଙ୍କୁ ହୋମ କ୍ୱାରାଣ୍ଟାଇନିରେ ରହିବା ପାଇଁ ମେଡିକାଲ ପକ୍ଷରୁ ପରାମର୍ଶ ଦିଆଯାଇଥିବା ଡେଲାଙ୍ଗ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ସୁଚନା ମିଳିଛି । ସେହୀପରୀ ଡେଲାଙ୍ଗ ବ୍ଲକର ଜଣେ କନିଷ୍ଠ ଯନ୍ତ୍ରୀଙ୍କ ସ୍ୱାମୀ କରୋନା ପଜେଟିଭ ଚିହ୍ନଟ ହେବା ପରେ କନିଷ୍ଠ ଯନ୍ତ୍ରୀଙ୍କ ସ୍ୱାବ ପରିକ୍ଷା ନହେବା ପର୍ଯ୍ୟନ୍ତ ଡେଲାଙ୍ଗ ବ୍ଲକ କାର୍ଯ୍ୟାଳୟକୁ ନଆସିବା ପାଇଁ ତାଙ୍କୁ ପରାମର୍ଶ ଦିଆଯାଇଥିବା ଖବର ଜଣାପଡିଛ