Odisha news

ସାଲେପୁର ବ୍ଲକ୍ରେ ୭ଜଣ କରୋନା ପଜିଟିଭ୍ ଚିହ୍ନଟ, ସମସ୍ତେ ଲୋକାଲ୍ କଣ୍ଟାକ୍ଟ

0

ସାଲେପୁର ୨୪ ।୮- ସାଲେପୁର ବ୍ଲକ୍ ଅଞ୍ଚଳରେ ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି । ଲୋକମାନେ ସରକାରଙ୍କ କୋଭିଡ୍ ନିୟମ ସୁଚାରୁ ରୂପେ ପାଳନ କରୁନଥିବାରୁ କ୍ୱାରେଣ୍ଟାଇନ୍ ସେଣ୍ଟର ଅପେକ୍ଷା ଏବେ ଲୋକାଲ୍ କଣ୍ଟାକ୍ଟରେ ଅଧିକାଂଶ ସଂକ୍ରମିତ ହେଉଥିବା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି । ଆଜି ସାଲେପୁର ବ୍ଲକ୍ର ମିର୍ଜାପୁର ପଞ୍ଚାୟତର ପୂର୍ବତନ ସରପଞ୍ଚଙ୍କ ସମେତ ତାଙ୍କ ଝିଅ ଓ ନାତୁଣୀ ସମେତ ଅନ୍ୟଜଣେ ସଂକ୍ରମିତ ହୋଇଥିବା ଜଣାଯାଇଛି ।

ମିର୍ଜାପୁର ପଞ୍ଚାୟତରେ ମୋଟ୍ ୪ଜଣ ପଜିଟିଭ୍ ଚିହ୍ନଟ ହୋଇଥିବା ଜଣାଯାଇଛି । ସେମାନେ କଟକରେ କିଛି ଦିନ ରହିବାପରେ ଘରକୁ ଫେରିବାପରେ ତାଙ୍କ ଠାରେ ଥଣ୍ଡା ଜ୍ୱର ଆଦି ଲକ୍ଷଣ ଦେଖାଯିବାରୁ ତାଙ୍କର ସ୍ୱାବ୍ ପରୀକ୍ଷା ନିମନ୍ତେ ପଠାଯାଇଥିବାବେଳେ ଆଜି ତାଙ୍କର ରିପୋର୍ଟ ପଜିଟିଭ୍ ଆସିଅଛି । ସେହିପରି ପିକୋଳ ପଞ୍ଚାୟତରେ ଗୋଟିଏ ପରିବାରର ୨ଜଣ ଏବଂ ଏହି ପରିବାର ସହ ମିଶିଥିବା ଅନ୍ୟଜଣେ ମୋଟ୍ ୩ଜଣ ପଜିଟିଭ୍ ଚିହ୍ନଟ ହୋଇଥିବା ସାଲେପୁର ବିଡ଼ିଓ ଦେବରାଜ ସେଠୀ ପ୍ରକାଶ କରିଛନ୍ତି । ଆଜିସୁଦ୍ଧା ସାଲେପୁର ବ୍ଲକ୍ରେ ୮୩ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ ସେଥିମଧ୍ୟରୁ ୬୦ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ଜଣାଯାଇଛି ।

Leave A Reply