Odisha news

ସଂପର୍କ ସାହିତ୍ୟ ସଂସଦର ୧୭ତମ ବାର୍ଷିକ ଉତ୍ସବ

0

ସାଲେପୁର ୨୪ ।୮- ସଂସ୍କାରିତ ସମାଜ ଗଠନରେ ସାହିତ୍ୟର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ଓ ସାହିତ୍ୟ ସମାଜକୁ ଦିଗଦର୍ଶନ ଦେଇଥାଏ ବୋଲି ସଂପର୍କ ସାହିତ୍ୟ ସଂସଦର ୧୭ତମ ନିରାଡ଼ମ୍ବର ବାର୍ଷିକ ଉସôବରେ ବିଶିଷ୍ଟ କବି, ପ୍ରତିଷ୍ଠିତ ସାହିତି୍ୟକ ମାନେ ମତବ୍ୟକ୍ତ କରିଥବଲେ । ପବିତ୍ର ନୂଆଖାଇ ପର୍ବରେ ପ୍ରସିଦ୍ଧ ଶୈବପୀଠ ଚାଟେଶ୍ୱର ମହାଦେବଙ୍କ ପୀଠ ପରିସରରେ ସଂସଦର କାର୍ଯ୍ୟକାରୀ ସଭାପତି ଗୀତୀକବି ପ୍ରଫୁଲ୍ଲ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉସôବରେ ମୁଖ୍ୟ ବକ୍ତା ଭାବେ କବି ବିଷ୍ଣୁଚରଣ ମିଶ୍ର, ସମ୍ମାନୀତ ଅତିଥି ଭାବେ କଳିଙ୍ଗ ସାହିତ୍ୟ ଏକାଡ଼େମୀର ସଭାପତି ଡ଼ଃ ପୂର୍ଣ୍ଣଚନ୍ଦ୍ର ଓଝା, ରାଷ୍ଟ୍ରବାର୍ତ୍ତାର ସଂପାଦକ ଅମିତାବ ସାହୁ, ସମାଜସେବୀ ସୁଧିର କୁମାର ପ୍ରଧାନ, ଅଧ୍ୟାପକ ଡ଼ଃ ସୁଶାନ୍ତ କୁମାର ପାଢ଼ୀ, ସଂଗଠକ ଉମେଶ ଚନ୍ଦ୍ର ସାହୁ, ଶୁଭେଷ ରଂଜନ ପରିଡ଼ା, କବି ହରେକୃଷ୍ଣ ଷଢ଼ଙ୍ଗୀ ପ୍ରମୁଖ ଯୋଗଦେଇ ବକ୍ତବ୍ୟ ରଖିଥିଲେ ।

ସଂସଦର ସଭାପତି ତୁଷାରକାନ୍ତ ମହାନ୍ତି ସ୍ୱାଗତ ସଂଗୀତ ପରିବେଷଣ କରିଥିଲେ । ସଂପାଦକ କବି ଚନ୍ଦ୍ରମଣୀ ଭୂୟାଁ ସ୍ୱାଗତ ଭାଷଣ ପ୍ରଦାନ କରିବା ସହ ଧନ୍ୟବାଦ ପ୍ରଦାନ କରିଥିଲେ । ସେପ୍ଟେମ୍ବର ମାସରେ ବର୍ଷା ଆସର କବିତାପାଠୋସôବ ହେବ ବୋଲି ସଂସଦ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିଲା । କାର୍ଯ୍ୟକ୍ରମକୁ କ୍ଷୀରୋଦ ଚନ୍ଦ୍ର ପରିଡ଼ା, ସୈାମ୍ୟରଂଜନ ଭୂୟାଁ ପରିଚାଳନା କରିଥିବା ବେଳେ ସୂର୍ଯ୍ୟକାନ୍ତ ପଣ୍ଡା, ଲକ୍ଷ୍ମୀଧର ବେହେରା, ସୁନୀଲ କୁମାର ଦତ୍ତ, ଅରବିନ୍ଦ ପଣ୍ଡା, ନରହରି ଦାଶ ପ୍ରମୁଖ ଯୋଗଦେଇଥିଲେ । କାର୍ଯ୍ୟକ୍ରମ ସାମାଜିକ ଦୂରତା ପାଳନ କରାଯାଇ ଅନୁଷ୍ଠିତ ହୋଇଥିଲା ।

Leave A Reply