ଭୁବନେଶ୍ୱର: ଓଡ଼ିଶାରେ ପୁଣି ୧୫୨୧ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି । ଏହାକୁ ମିଶାଇ ସୁସ୍ଥ ହୋଇଥିବା ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୪୦୭୨୬ରେ ପହଁଚିଛି ।ଏନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ତରଫରୁ ସୂଚନା ମିଳିଛି।
ସୁସ୍ଥହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ଗଞ୍ଜାମରୁ ସର୍ବାଧିକ ୨୭୨ଜଣ ଥିବା ବେଳେ ଖୋର୍ଧାରୁ ୨୩୧, କଟକରୁ ୧୬୬, ରାୟଗଡାରୁ ୯୩, ସୁନ୍ଦରଗଡରୁ ୮୯, ପୁରୀରୁ ୮୦, କଳାହାଣ୍ଡିରୁ ୭୭, ବାଲେଶ୍ୱରରୁ ୬୧, ନୟାଗଡରୁ ୫୬, ଗଜପତିରୁ ୫୪, ସମ୍ବଲପୁରରୁ ୫୪, ଯାଜପୁରରୁ ୫୨, କୋରାପୁଟରୁ ୪୬, ଭଦ୍ରକରୁ ୨୬ ଜଣ ରହିଛନ୍ତି ।
କନ୍ଧମାଳରୁ ୨୬, ମାଲକାନଗିରିରୁ ୨୨, କେଉଁଝରରୁ ୧୯, ଜଗତସିଂପୁରରୁ ୧୬, ଅନୁଗୋଳରୁ ୧୩, ବଲାଙ୍ଗୀରରୁ ୧୩, କେନ୍ଦ୍ରାପଡାରୁ ୧୩, ବରଗଡରୁ ୧୦, ଝାରସୁଗୁଡାରୁ ୧୦, ସୋନପୁରରୁ ୯, ମୟୂରଭଞ୍ଜରୁ ୬, ବୌଦ୍ଧରୁ ୫ ଓ ନବରଙ୍ଗପୁରରୁ ୨ଜଣ ଆରୋଗ୍ୟ ଲାଭ କରିଛନ୍ତି ।