ଫୁଲବାଣୀ : କନ୍ଧମାଳ ଜିଲ୍ଲାରେ କରୋନା ତାର ଧିରେ ଧିରେ କାୟା ବିସ୍ତାର କରିଚାଲିଛି । ଆଜି ପୁଣି ଜିଲ୍ଲାରେ ୧୧ ଜଣ ନୂତନ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଏଥିରୁ ୬ ଜଣ ପୁରୁଷ ଥିବା ବେଳେ ୫ ଜଣ ମହିଳା ଅଛନ୍ତି । ୭ ଜଣ କରୋନା ପଜିଟିଭ ରୋଗୀ ଜି.ଉଦୟଗିରି ସବଜେଲରୁ ଚିହ୍ନଟ ହୋଇଥିବା ବେଳେ ୪ ଜଣ ଫୁଲବାଣୀ କବରଖାନା ସାହିର ଅଛନ୍ତି ।
ଆଜିର ୧୧ ଜଣ ପଜିଟିଭଙ୍କୁ ମିଶାଇ ମୋଟ ପଜିଟିଭଙ୍କ ସଂଖ୍ୟା ୪୬୩ ରେ ପଂହଚିଲା । ହେଲେ ବର୍ତମାନ ସୁଦ୍ଧା ଜିଲ୍ଲାରେ ୨୬୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଆଜି ଜିଲାରେ ଅନ୍ୟ ଜଣେ କରୋନା ସଂକ୍ରମିତଙ୍କର ମୃତୁ୍ୟ ହୋଇଥିବା ଜିଲା ପ୍ରଶାସନ ତରଫରୁ ସୁଚନା ପ୍ରଦାନ କରାଯାଇଛି ମୃତକ ଜଣକ ମଦ୍ୟପାନ କାରଣରୁ ଲିଭର ଓ ଜଣ୍ଡିସ ଜନିତ ରୋଗରେ ପୁର୍ବରୁ ପୀଡିତ ଥିବା ନେଇ ସୁଚନା ପ୍ରଦାନ କରିଛି ଜିଲା ପ୍ରଶାସନ ତାଙ୍କୁ ମିଶାଇ ଜିଲାରେ ମୋଟ ୨ ଜଣ ମୃତୁ୍ୟବରଣ କରିଛନ୍ତ । ଆଉ୨୦୦ ଜଣ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଅଛନ୍ତି ।