ଭଦ୍ରକ,୦୩ ।୦୭:ଭଦ୍ରକ ଜିଲ୍ଲାରୁ ଆଜି ଜଣେ ନୂତନ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଜଣେ ରୋଗୀ ମଧ୍ୟ ସୁସ୍ଥ ହୋଇଛନ୍ତି । ସବୁ ପରେ ମୋଟ ଆକଫଭ କେଶ ରହିଛି ୮ । ଆଜି ସୁଦ୍ଧା ମୋଟ ୧୦ ହଜାର ୬୩ ଜଣଙ୍କ ନମୁନା ପରୀକ୍ଷା ହେବା ପରେ ୨୩୪ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ସେମାନଙ୍କ ମଧ୍ୟରୁ ୨୨୬ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ଏବଂ ୮ଜଣ ଚିକିତ୍ସାଧିନ ରହିଛନ୍ତି । ଆଜି ଚିହ୍ନଟ ଆକ୍ରାନ୍ତ ବାସୁଦେବପୁର ପୌରପାଳିକା ଅନ୍ତର୍ଗତ ଶୁକଦେବପୁର ଗ୍ରାମର ଅଧିବାସୀ । ସେ ଲୋକାଲ କେଶ ବୋଲି ଜଣା ପଡିଛି । ଜିଲ୍ଲାପାଳ ସଂପୃକ୍ତ ଅଞ୍ଚଳକୁ କଣ୍ଟେନମେଣ୍ଟଜୋନ ଘୋଷଣା କରିଛନ୍ତି । ଏହା ବ୍ୟତୀତ ଗତକାଲି ୨ଟି ଅଞ୍ଚଳରୁ କଣ୍ଟେନମେଣ୍ଟ ଜୋନ କଟକଣା ପ୍ରତ୍ୟାହାର କରାଯାଇଛି । ଭଣ୍ଡାରିପୋଖରୀ ବ୍ଲକ ଅନ୍ତର୍ଗତ ଦକ୍ଷିଣବାଡ ପଞ୍ଚାୟତର ଭଣ୍ଡାରିପୋଖରୀ ନୋଡାଲ ହାଇସ୍କୁଲ ଓ ସରସଦା ପଞ୍ଚାୟତର ସରସଦା ହାଇସ୍କୁଲ ।
