Odisha news

ବାରିପଦା : ମୟୂରଭଞ୍ଜରେ କରୋନା ସଂଖ୍ୟା ୧୭୨କୁ ବୃଦ୍ଧି

0

ବାରିପଦା  : ଗୁରୁବାର ମୟୂରଭଞ୍ଜ ଜିଲ୍ଲାରେ ୭ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେବାପରେ ଜିଲ୍ଲାରେ କରୋନା ସଂଖ୍ୟା ୧୭୨କୁ ଛୁଇଁଛି । ଗୁରୁବାର ମୋଟ୍ ୭ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୫ଜଣ ସ୍ଥାନୀୟ ଅଞ୍ଚଳର ହୋଇଥିବାରୁ ଚିନ୍ତାର ବିଷୟ ପାଲଟିଛି ।

ଏହି ସ୍ଥାନୀୟ କରୋନା ଆକ୍ରାନ୍ତମାନେ ହେଲେ ଗୋପବନ୍ଧୁନଗର ବ୍ଲକ ଓ ଉଦଳା ବ୍ଲକରୁ ଦୁଇଜଣ ଲେଖାଏଁ ଚିହ୍ନଟ ହୋଇଥିବାବେଳେ ଖୁଣ୍ଟା ବ୍ଲକରୁ ଜଣେ ଚିହ୍ନଟ ହୋଇଛନ୍ତି । ଏହି ସ୍ଥାନୀୟ ୫ଜଣ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିମାନଙ୍କ ଚିହ୍ନଟ ପ୍ରକି୍ରୟା ଆରମ୍ଭ ହୋଇଯାଇଛି ।

ମିଳିଥିବା ସୂଚନା ଅନୁଯାୟୀ କ୍ୱାରାଣ୍ଟାଇନ୍ କେନ୍ଦ୍ରରେ ଚିହ୍ନଟ ହୋଇଥିବା ୨ଜଣ କରୋନା ଆକ୍ରାନ୍ତ ରାସଗୋବିନ୍ଦପୁର ଓ ବହଳଦା ବ୍ଲକର ହୋଇଥିବାବେଳେ ମହାରାଷ୍ଟ୍ର ଓ ଗୁଜୁରାଟ୍ ଫେରନ୍ତା ବୋଲି ଜଣାଯାଇଛି । ବର୍ତ୍ତମାସ ସୁଦ୍ଧା ୧୭୨ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୧୨୬ଜଣ ସୁସ୍ଥ ହୋଇ ଘରକୁ ଫେରିଥିବାବେଳେ ୪୬ଜଣ ବର୍ତ୍ତମାନ ସୁଦ୍ଧା ଚିକିସôିତ ହେଉଛନ୍ତି ।

Leave A Reply