Odisha news

କଂଗ୍ରେସ ଦଳ ଦ୍ୱାରା ମାସ୍କ ବଣ୍ଟନ

ବୋରିଗୁମ୍ମା କେ.ସାକିଲି ଦୋରା)—- କଂଗ୍ରେସ ଦଳ ପକ୍ଷରୁ ବୋରିଗୁମ୍ମା ସହରରେ ମାସ୍କ ବଣ୍ଟନ କରାଯାଇଛି। ଜୟପୁର ବିଧାୟକ ତାରାପ୍ରସାଦ ବାହୀନିପତି ଙ୍କ ନିର୍ଦ୍ଧେଶ କ୍ରମେ ବୋରିଗୁମ୍ମା ସହର ସମେତ ବ୍ଳକ ର ଅନ୍ୟ ପଞ୍ଚାୟତ ମାନଙ୍କରେ ମାସ୍କ ବଣ୍ଟନ କରାଯାଇଥିଲା। କଂଗ୍ରେସ ସଭାପତି ଅଶୋକ କୁମାର ଗନ୍ତାୟତ ଙ୍କ ସଭାପତିତ୍ୱ ରେ ମାସ୍କ ବୋରିଗୁମ୍ମା ସହରରେ ବଣ୍ଟନ କରାଗଲା। ଜାତୀୟ ରାଜପଥ ରେ ଯିବାଆସିବା କରୁଥିବା ଲୋକଙ୍କୁ ମାସ୍କ ଦିଆଯାଇଛି। ଏଥିସହ କରୋନା ସଚେତନତା ବାର୍ତ୍ତା ଲୋକ ମାନଙ୍କୁ ଦେଇଛନ୍ତି। ଘରୁ ବାହାରକୁ ଗଲେ ସବୁବେଳେ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ରଖିବା ପାଇଁ କହିଥିଲେ। ମାସ୍କ ବଣ୍ଟନ ସମୟରେ କଂଗ୍ରେସ କର୍ମୀ ତଥା ବରିଷ୍ଠ କଂଗ୍ରେସ ନେତା ରାମଚନ୍ଦ୍ର ପାଢ଼ୀ, କେ.ସୁଧାକର, ତପନ ଦାସ,ସୁରେଶ ରାଉତ, ବିଟୁ ପଣ୍ଡା, ଶ୍ରୀନିବାସ, ବୁଲି ପ୍ରମୁଖ ଉପସ୍ଥିତ ରହି ଲୋକଙ୍କୁ ମାସ୍କ ବଣ୍ଟନ କରିଥିଲେ

Comments are closed.