କେନ୍ଦୁଝର ସ୍ବ-ପ୍ର: ଆଜି ଘଟଗାଁରେ ଜାତୀୟ କଂଗ୍ରେସ ପକ୍ଷରୁ ତ୍ରିରଙ୍ଗା ଯାତ୍ରା କରାଯାଇଛି। ବ୍ଳକ ସଭାପତି ପ୍ରଭାକର ନାୟକଙ୍କ ଅଧ୍ୟକ୍ଷତାରେ ହାଟ ପଡ଼ିଆରୁ କଂଗ୍ରେସ କର୍ମୀମାନେ ପତାକା ଧରି ଶୋଭାଯାତ୍ରାରେ ବାହାରିଥିଲେ। ଏଥିରେ ଜିଲ୍ଲା କଂଗ୍ରେସ ସଭାପତି ବିପ୍ଲବ ମିଶ୍ର, ରାଜ୍ୟ ସମ୍ପାଦକ ସଂଗ୍ରାମ ଦାସ, ଘଷିପୁରା ବ୍ଲକ ସଭାପତି ସୁବ୍ରତ ଚକ୍ର, ଯୁବ କଂଗ୍ରେସ ସଭାପତି ସୁନେଶ ଧୀର, ଛାତ୍ର ସଭାପତି ଶୁଭମ ରାଜ୍, ତ୍ରିଲୋଚନ ପରିଡ଼ା, ଦିଲୀପ ଜେନା, ଦେବେନ୍ଦ୍ର ନାଏକ, ପ୍ରବୀଣା ଦଣ୍ଡପାଟ, ସୁରେନ୍ଦ୍ର ପଟ୍ଟନାୟକ, ଚନ୍ଦ୍ରଶେଖର ସାହୁ, ବିଶ୍ଵନାଥ ବେଦ, ଭଞ୍ଜକିଶୋର ମିଶ୍ର, ଫକୀର ମହାନ୍ତ, ଜେନାମଣି ମହାନ୍ତ, ଦୟାନିଧି ମହାନ୍ତ, ଦୁଷ୍ମନ୍ତ ଗିରି, ଜୟକୃଷ୍ଣ ନାୟକ, ଗୈାରହରି ନାଏକ, ଉତ୍ତମ ପଲେଇ, ନରହରି ନାୟକ, ମହେଶ୍ୱର ପାତ୍ର ପ୍ରମୁଖ ସାମିଲ ହୋଇଥିଲେ। ଶୋଭାଯାତ୍ରା ଘଟଗାଁ ଗ୍ରାମ ଓ ବଜାର ପରିକ୍ରମା କରିବା ପରେ ପାଲା ମଣ୍ଡପରେ ପହଞ୍ଚିଥିଲେ । ଆୟୋଜିତ ସଭାରେ ବ୍ଲକସଭାପତି ଶ୍ରୀ ନାୟକ ସଭାପତି ତ୍ବ କରିଥିଲେ। ଘଷିପୁରା ବ୍ଲକ କଂଗ୍ରେସ ସଭାପତି ସୁବ୍ରତ କୁମାର ଚକ୍ର ଉଦ୍ବବୋଧନ ଦେଇ କହିଥିଲେ ଯେ ୧୯୪୭ ମସିହାରେ ଭାରତ ସ୍ଵାଧିନ ହେବାରେ କଂଗ୍ରେସର ଗୁରୁତ୍ବପୂର୍ଣ୍ଣ ଭୂମିକା ଦେଶପାଇଁ ଚିରସ୍ମରଣୀୟ ହୋଇ ରହିଲା କଂଗ୍ରେସ ହିଁ ଏକମାତ୍ର ଦଳ ଦେଶକୁ ସୁଶାସନ ଦେଇପାରିବ ବୋଲି ଆଲୋଚନା କରିଥିଲେ। ଦେଶ ସ୍ବାଧୀନତାରେ କଂଗ୍ରେସର ଭୂମିକା ସମ୍ପର୍କରେ ଆଲୋଚନା କରିଥିଲେ। ରାଜ୍ୟ ସଂପାଦକ ସଂଗ୍ରାମଦାସ ଅହେତୁକ ଦରବୃଦ୍ଧି ଓ ବେକାରୀ ସମସ୍ୟାକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ ଜିଲ୍ଲା ସଭାପତି ବିପ୍ଳବ ମିଶ୍ର ସ୍ଵାଧୀନତା ସଂଗ୍ରାମୀର ବଳିଦାନ ଦେଇଥିବା ରାଜ୍ୟର ଅନେକ ସଂଗ୍ରାମୀ ଙ୍କ ସମ୍ପର୍କରେ କହିଥିଲେ।ଯୁବ କଂଗ୍ରେସ ସଭାପତି ସୁରେଶ ଧୀର ଧନ୍ୟବାଦ୍ ଦେଇଥିଲେ।