Odisha news

କଂଗ୍ରେସ ର ସ୍ଵାଧୀନତା ର ଗୌରବ ଯାତ୍ରା ଅନୁଷ୍ଠିତ

0

ନୂଆପଡ଼ା : ସକାଳ ଖବର (ସୁରେନ୍ଦ୍ର ପ୍ରସାଦ ତିୱାରି) ଏଆଇସିସି ଓ ଓଡିଶା ପ୍ରଦେଶ କଂଗ୍ରେସ କମିଟି ନିର୍ଦ୍ଦେଶକ୍ରମେ ଆଜି କୋମନା ବ୍ଲକ କଂଗ୍ରେସ କମିଟି ସଭାପତି ଶ୍ରୀଯୁକ୍ତ କୈଳାଶ ଚନ୍ଦ୍ର ବାଗ ଙ୍କ ନେତୃତ୍ଵରେ ସ୍ଵାଧୀନତାର ଗୌରବଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି ୧୪ କିମି ର ପଦଯାତ୍ରା ପେଣ୍ଡେରାବନ ରୁ ଆରମ୍ଭ ହୋଇ ଉଦ୍ୟାନବନ୍ଧ ଆମ୍ବେଦକର ଛକ ନିକଟରେ ଶେଷ ହୋଇଥିଲା l ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ର ବିଫଳତା ଯୋଗୁଁ ପେଟ୍ରୋଲ, ଡିଜେଲ,ରନ୍ଧନ ଗ୍ଯାସର ଅହେତୁକ ଦରବୃଦ୍ଧି, ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀ ଉପରୁ ଜିଏସଟି ପ୍ରତ୍ୟାହାର, ଉତ୍କଟ ବେକାରୀ ସମସ୍ୟା, ଜିଲ୍ଲା ଭିତ୍ତିକ ନିଯୁକ୍ତି ପ୍ରମୁଖ ଦାବୀକୁ ନେଇ ପଦଯାତ୍ରା କରାଯାଇଥିଲା l କାର୍ଯ୍ୟକ୍ରମରେ ଜିଲ୍ଲା କଂଗ୍ରେସ ସଭାପତି ଘାସିରାମ ମାଝୀ ଯୋଗଦାନ କରି ଗରିବ ଲୋକଙ୍କୁ ଶୋଷଣ କରିବା ବନ୍ଦ କରନ୍ତୁ ଏବଂ ଯୁବକ ମାନଙ୍କୁ ରୋଜଗାର ଯୋଗାଇ ଦିଆଯିବା ସହ ବଞ୍ଚିତ ଲୋକଙ୍କୁ କର୍ମ ନିଯୁକ୍ତି କ୍ଷେତ୍ରରେ ଅଗ୍ରାଧିକାର ଦିଆଯାଉ, ତେବେ ଯାଇ ଦେଶ ଆତ୍ମନିର୍ଭରଶୀଳ ହୋଇପାରିବ ବୋଲି ସରକାର ଉପରେ ଦୋଷାରୋପ କରିଥିଲେ l ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସଭାପତି ଶ୍ରୀ ମାଝୀ ଙ୍କ ସମେତ ଜିଲ୍ଲା ପରିଷଦ ସଭ୍ଯ ଭରତ ଲାଲ ରାଉତ, ବରିଷ୍ଠ ନେତା ବୃନ୍ଦାବନ ମହାନନ୍ଦ, ଜିଲ୍ଲା କଂଗ୍ରେସ କମିଟି ସାଧାରଣ ସମ୍ପାଦକ ସୌରଭ ଚନ୍ଦ୍ରକାର, ଜିଲ୍ଲା ଯୁବ କଂଗ୍ରେସ ଉପସଭାପତି ନୀଳାଚଳ ମହାନନ୍ଦ, ବିଧାନସଭା ଯୁବ କଂଗ୍ରେସ ସଭାପତି ଶାହାରୁଖ୍ ଖାନ୍, ବ୍ଲକ ଯୁବ ସଭାପତି ନରେନ୍ଦ୍ର ନାଗ, କ୍ଷେତ୍ର ମୋହନ ମାଝୀ, ବିରାଟ ତାଣ୍ଡି, ମୁଖ ସୁନା, ପରମେଶ୍ଵର ମାଝୀ, କମଲେଶ ମହାନନ୍ଦ ପ୍ରମୁଖ ସାମିଲ ହୋଇଥିଲେ l

Leave A Reply