କେନ୍ଦ୍ରାପଡା: କେନ୍ଦ୍ରାପଡା ଜିଲ୍ଲାପାଳ ସମର୍ଥ ବର୍ମାଙ୍କୁ କରୋନା ଯୋଦ୍ଧା ଭାବେ ସମ୍ବର୍ଦ୍ଧିତ କରାଯାଇଛି । କୋଭୀଡ-୧୯ ବିଶ୍ୱ ମହାମାରୀ ସଂକ୍ରମଣର ପ୍ରତିରୋଧ ପାଇଁ ଶ୍ରୀ ବର୍ମାଙ୍କ ନେତୃତ୍ୱରେ କେନ୍ଦ୍ରାପଡା ଜିଲ୍ଲାରେ ବିଭିନ୍ନ ସରକାରୀ କାର୍ଯ୍ୟକ୍ରମ କୁ ଉତ୍ସର୍ଗୀକୃତ ସେବା ମନୋଭାବରେଏ ପରିଚାଳନା କରିବା ରେ ଉଲ୍ଲେଖନୀୟ ଅବଦାନ ଥିବାରୁ ଭୁବନେଶ୍ୱର ଆସ୍ଥା ଫାଉଣ୍ଡେସନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି ।
ସଂଗଠନର କମକର୍ତା ମାନେ ବୁଧବାର ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟ ରେ ଶ୍ରୀ ବର୍ମାଙ୍କୁ ମାନପତ୍ର , ଉତରୀୟ, ଓ ପୁଷ୍ପଗୁଚ୍ଛ ପ୍ରଦାନ କରିଥିଲେ । ସଂଗଠନର ସଭାପତି ଶୁଭକାନ୍ତ ସାମଲ ଙ୍କ ସମେତ ତିର୍ଥବାସୀ ବେହେରା, ମୋହନ ସାମଲ, ପ୍ରଭାସ ଚୈାଧୁରୀ, ପାପୁନି ବସନ୍ତିଆ , ପ୍ରଦିପ ମିଶ୍ର ପ୍ରମୁଖ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।