ରାୟଗଡା : ସବୁ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ପ୍ରେସ ୟୁନିୟନ ରାୟଗଡା ତରଫରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି । ରାୟଗଡା ବନ ବିଭାଗ ଏବଂ ପ୍ରେସ ୟୁନିୟନର ମିଳିତ ଆନୁକୁଲ୍ୟରେ ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଆୟୋଜିତ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାୟଗଡା ବ୍ଲକର ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ନୃସିଂହ ଚରଣ ପଟ୍ଟନାୟକ, ସମ୍ମାନୀତ ଅତିଥି ଭାବେ ଜିଲ୍ଲାସୂଚନା ଏବଂ ଲୋକ ସଂପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ, ଇମ୍ଫା ଥେରୁବାଲିର ଉପ-ପ୍ରବନ୍ଧକ(ମାନବ ସମ୍ବଳ) କାଲୋଲ ନାୟକ, ଲୋକ ସଂପର୍କ ଅଧିକାରୀ ତଥା ବରିଷ୍ଠ ପ୍ରବନ୍ଧକ ଶକ୍ତି ପ୍ରସାଦ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ । ରାୟଗଡା ସହର ସ୍ଥିତ ସେରିଗୁଡା ଗ୍ରାମ ନିକଟରେ ଥିବା ଜାତୀୟ ରାଜପଥ କାର୍ଯ୍ୟାଳୟ ସମ୍ମୁଖରେ ୫୦ଟି ଚାରା ଅତିଥି ଏବଂ ପ୍ରେସ ୟୁନିୟର ସଦସ୍ୟ ମାନେ ରୋପଣ କରିଥିଲେ । ପ୍ରେସ ୟୁନିୟନ ତରଫରୁ ପରିବେଶ ସୁରକ୍ଷା ଦିଗରେ ସବୁ ବର୍ଷ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜନ କରୁଥିବାରୁ ଅତିଥି ମାନେ ପ୍ରଶଂସା କରିଥିଲେ ପ୍ରେସ ୟୁନିୟନ ତରଫରୁ ସଭାପତି ଦୟାନନ୍ଦ ଖାଡେଙ୍ଗା, ସାଧାରଣ ସଂପାଦକ ମନୋଜ ସାହୁ, ଶିବାଜୀ ଦାସ,ଶ୍ରୀନିବାସ ବଳିୟାର ସିଂ ପ୍ରମୁଖ ଉପସ୍ଥିତ ଥିଲେ । ଏଥି ସୀମାରେ ଶହୀଦ ହୋଇଥିବା ୨୦ ଜଣ ଭାରତୀୟ ଜାବନଙ୍କୁ ଶ୍ରଦ୍ଧାଜଂଳୀ ଜ୍ଞାପନ କରାଯାଇ ୨ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା ।