Odisha news

ଫୁଲବାଣୀ କୋଭିଡ ହସପିଟାଲ ବୁଲି ଦେଖିଲେ ଜିଲାପାଳ : ଆଜି ଆଉ ୨ଜଣ ସଂକ୍ରମିତ ସୁସ୍ଥ

0

ଫୁଲବାଣୀ : ଆଜି କନ୍ଧମାଳ ଜିଲାପାଳ ଡ.ବୃନ୍ଦା ଡି ଫୁଲବାଣୀରେ ଥିବା କୋଭିଡ୍ ହସପିଟାଲକୁ ବୁଲି ଦେଖିଛନ୍ତି । ସେଠାରେ ନିୟୋଜିତ ଥିବା ସମସ୍ତ ଡାକ୍ତର ଏବଂ ସ୍ୱାସ୍ଥ୍ୟ କର୍ମୀମାନଙ୍କ ସହିତ ବ୍ୟକ୍ତିଗତ ଭାବରେ ଆଲୋଚନା କରିବା ସହିତ ସେଠାରେ ଚାଲିଥିବା ସମସ୍ତ ସ୍ୱଛତା,ରୋଗୀଙ୍କୁ ଦିଆଯାଉଥିବା ଖାଦ୍ୟପେୟ ବାବଦରେ ପଚାରି ବୁଝିବା ସହିତ ସେଠାରେ ଚାଲିଥିବା ସମସ୍ତ ବ୍ୟବସ୍ଥା ସନ୍ତୋଷଜନକ ବୋଲି ଆଜି ତାଙ୍କର ଟ୍ୱିଟ୍ ମାଧ୍ୟମରେ ଜଣାଇଛନ୍ତି  । ଆଜି ସେଠାରେ ଚିକିତ୍ସାତର ହେଉଥିବା ଆଉ ଦୁଇଜଣ କରୋନା ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଥିବା ଜଣାପଡିଛି । ତେବେ ସେଠାରେ  ଆଉ ୯ଜଣ ସଂକ୍ରମିତ ଚିକିତ୍ସାତ ହେଉଥିବା ଜଣାପଡିଛି ।

 

Ad2
Leave A Reply