ଫୁଲବାଣୀରେ ଜଣେ ଏବଂ ଘୁ.ଉଦୟଗିରିର ଜଣେ ବ୍ୟାଙ୍କ କର୍ମଚାରୀ କରୋନା ପଜିଟିଭ : ୭ ଦିନ ପାଇଁ ସିଲ୍ ହେଲା ଫୁଲବାଣୀ ବାଲିଗୁଡା ଓ ଘୁ.ଦଉୟଗିରି ଷ୍ଟେଟବ୍ୟାଙ୍କ ଶାଖା
ଫୁଲବାଣୀ : ଭାରତିୟ ଷ୍ଟଟବ୍ୟାଙ୍କର ଜଣେ ଉଚ୍ଚାଧିକାରୀ କରୋନାରେ ସଂକ୍ରମିତ ହେବାପରେ ଆଜି କନ୍ଧମାଳ ଜିଲାର ଫୁଲବାଣୀରେ ଥିବା ଷ୍ଟେଟବ୍ୟାଙ୍କର ଆଂଚଳିକ ମୁଖ୍ୟାଳୟ ସମେତ ଫୁଲବାଣୀର ମୁଖ୍ୟ ଶାଖା ଓ ବଜାର ବ୍ରାଂଚ୍ ଶାଖାକୁ ସିଲ କରାଯାଇଛି । ଏହାସହିତ ଏହି କାର୍ଯ୍ୟାଳୟ ସମେତ ଉଭୟ ଶାଖାକୁ ସାନିଟାଇଜ ମଧ୍ୟ କରାଯାଇଛି । ବାଲିଗୁଡାର ଶାଖା ଏବଂ ଘୁ.ଉଦୟଗିରିରେ ଥିବା ଶାଖାକୁ କନ୍ଧମାଳ ଜିଲା ପ୍ରଶାସନର ନିଦେ୍ର୍ଦଶ କ୍ରମେ ବୁଧବାର ଦିନ ସିଲ କରିବା ସହିତ ସେଗୁଡିକୁ ମଧ୍ୟ ସାନିଟାଇଜ କରଯାଇଛି । ଘୁ.ଉଦୟଗିରି ଶାଖାରେ କାର୍ଯ୍ୟ କରୁଥିବା ଜଣେ କର୍ମଚାରୀ ମଧ୍ୟ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡିଛି । ସେ ଗତ ୬ ଦିନ ଧରି ଅସୁସ୍ଥ ରହିବାସହିତ ଘରେ ରହୁଥିଲେ କିନ୍ତୁ ତାଙ୍କ ସହିତ ରହିଥିବା ରୁମମେଟ୍ ବ୍ୟାଙ୍କୁ ଆସସିବା ସହିତ ବ୍ୟାଙ୍କରେ କାର୍ଯ୍ୟ କରୁଥିଲେ । ଏହି ଖବର ପାଇବା ପରେ ପ୍ରଶାସନ ତରଫରୁ ଘୁ.ଉଦୟଗିରି ଶାଖାକୁ ମଧ୍ୟ ସିଲ କରାଯିବା ସହିତ ସମଗ୍ର ବ୍ୟାଙ୍କକୁ ସାନିଟାଇଜ କରାଯାଇଛି । ସୁଚନା ଅନୁସାରେ ଫୁଲବାଣୀ ଷ୍ଟେଟବ୍ୟାଙ୍କର ଆଂଚଳିକ କାର୍ଯ୍ୟାଳୟର ଜଣେ ଅଧିକାରୀ କୌଣସି କାର୍ଯ୍ୟରେ ଭୁବନେଶ୍ୱର ଯାଇଥିବାବେଳେ ସେଠାରେ ତାଙ୍କଠାରେ କରୋନା ଲକ୍ଷଣ ଦେଖାଦେଇଥିଲା ଏବଂ ତାଙ୍କର ସ୍ୱାବ ପରୀକ୍ଷା କରିବାପରେ ତାଙ୍କର ରିପୋର୍ଟରେ ପଜିଟିଭ ଅସିଥିବା ଜଣାପଡିଡଛି । ଏହାପରେ ଫୁଲବାଣୀରେ ଥିବା ସମସ୍ତ ଶାଖାରେ ଏହି ପଦକ୍ଷେପ ନିଆଯାଇଛି । କରୋନା ମହାମାରୀ ସମୟରେ ସରକାର କୋଭିଡ ଗାଇଡଲାଇନ ଜାରୀ କରିଥିବାବେଳେ ଜିଲାରେ କାର୍ଯ୍ୟରତ କିଛି ବିଭାଗର ଅଧିକାରୀ ମାନେ ଏହାର ଖୋଲାଖୋଲି ଉଲଙ୍ଘନ କରୁଥିବା ଜଣାପଡିଛି । ଜିଲାରେ କୃଷି ବିଭାଗର ଜଣେ ବ୍ଳକ କୃଷି ଅଧିକାରୀ ଏହି ଆଇନର ଅମାନ୍ୟ କରି ଜିଲାସ୍ତରୀୟ ଅଧିକାରୀଙ୍କ ଅଗୋଚରରେ ତାଙ୍କର ଗଞ୍ଜାମ ଜିଲାରେ ଥିବା ଗ୍ରାମକୁ ଯାତାୟା କରୁଥିଲେ ପରେ ଏହା ଜଣାପଡିବାପରେ ସେହି ଅଧିକାରୀ ଜଣକ ଛୁଟିରେ ରହିଛନ୍ତି । ଏପରି କିଛି ଅଧିକାରୀ ଓଡିଶାର କରୋନା ହଟସ୍ପଟ୍ ଭାବରେ ଜଣାଶୁଣା ଥିବା ଗଞ୍ଜାମ ଜିଲାକୁ ମଧ୍ୟ ଯାତାୟାତ କରୁଛନ୍ତି ଯାହା ତାଙ୍କର ଜିଲା ସ୍ତରୀୟ ଅଧିକାରୀ ମାନେ ମଧ୍ୟ ଜାଣି ନଥିବା ପରେ ଜଣାପଡିଛି । ସେହିପରି ଖଜୁରିପଡାର ୟୁରେଶ ପାତ୍ର ନାମକ ଜଣେ ବ୍ଳକ କୃଷି ଅଧିକାରୀ ମଧ୍ୟ ଜିଲା ଅଧିକାରୀଙ୍କ ଅଗୋଚରରେ ତାଙ୍କର ଘର ଗଞ୍ଜାମ ଜିଲାକୁ ଯାଇ ଥିଲେ ସେଠାତର ତାଙ୍କ ବାପା୮୍କର କରୋନାରେ ମୃତୁ୍ୟ ହୋଇଥିଲା ଏବଂ ପରେ ତାଙ୍କର ମଧ୍ୟ କରୋନାରେ ଆକ୍ରାନ୍ତ ହୋଇ ମୃତୁ୍ୟ ହୋଇଥିବା ଜଣାପଡିଛି । ତେବେ ଏହି ସଂକ୍ରାନ୍ତରେ ଜିଲାପାଳ ଖବର ପାଇବାପରେ ଜିଲା କୃଷି ଅଧିକାରୀଙ୍କୁ ଏକ ଚିଠି ମଧ୍ୟମରେ ଜଣାଇଛନ୍ତି କି କୌଣସି ବିଭାଗୀୟ କର୍ମଚାରୀ ବିନା ଅନୁମତିରେ ଜିଲା ବାହାରକୁ ଗଲେ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।