Odisha news

ବର୍ଷାପାଣିରେ ଧୋଇଗଲା କଲ୍ୟାଣସିଂହପୁର ଅସ୍ଥାୟୀ ପୋଲ ୬ଟି ପଞ୍ଚାୟତ ବାସୀଙ୍କ ଯୋଗାଯୋଗ ଠପ୍‌

0

ରାୟଗଡା (Rabindra Patkhandal) : କଲ୍ୟାଣୀ ନଦୀ ଉପରମୁଣ୍ଡରେ ପ୍ରବଳ ବର୍ଷା । ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର କଲ୍ୟାଣୀ ନଦୀ ଉପରେ ଥିବା ଅସ୍ଥାୟୀ ପୋଲ ଧୋଇଗଲା । ଯାହାଫଳରେ ୬ଟି ଗ୍ରାମ ପଞ୍ଚାୟତ ବାସୀ କଲ୍ୟାଣସିଂହପୁର ବ୍ଲକ ସଦର ମହକୁମାରୁ ସ୍ୱାସ୍ଥ୍ୟ, ଶିକ୍ଷା ଓ ଗମନାଗମନରୁ ବିଚ୍ଛିନ୍ନ ହୋଇଯାଇଛି । ସ୍ଥାୟୀ ପୋଲ ନିର୍ମାଣ କାର୍ଯ୍ୟ ମନ୍ଥର ଗତିରେ ଚାଲୁଥିବାରୁ ବର୍ଷା ଋତୁ ଆସିଲେ କଲ୍ୟାଣସିଂହପୁର ବ୍ଲକ ବାସିନ୍ଦା ବାହ୍ୟ ଜଗତରୁ ବିଛିନ୍ନ ହୋଇଛି । ଆଜିକୁ ୩ ବର୍ଷ ତଳେ ୨୦୧୭ ଜୁଲାଇ ୧୬ ତାରିଖ ଦିନ ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ କଲ୍ୟାଣୀ ନଦୀର ଜଳସ୍ତର ବୃଦ୍ଧି ପାଇଥିଲା । ପ୍ରବଳ ବର୍ଷା ଯୋଗୁଁ କଲ୍ୟାଣସିଂହପୁରକୁ ଯୋଗାଯୋଗ କରୁଥିବା କଲ୍ୟାଣୀ ସେତୁ ସମେତ ଆଖ ପାଖ ଅଂଚଳକୁ ଜଳମଗ୍ନ କରିବା ସହ କଲ୍ୟାଣୀ ସେତୁ ସଂପୂର୍ଣ୍ଣ ରୂପେ ଭାଙ୍ଗିଯାଇଥିଲା ।

୨୦୧୭ ପ୍ରଳୟକାରୀ ବନ୍ୟା ଯୋଗୁଁ ବସ ସେବା ସହ ଟ୍ରେନ ସେବା ମଧ୍ୟ ବାଧାପ୍ରାପ୍ତ ହୋଇଥିଲା । ବର୍ଷା ସରିଲା ପରେ ମଧ୍ୟ କଲ୍ୟାଣସିଂହପୁର ବାସୀଙ୍କ ଦୁଃଖ ସରିନଥିଲା । କଲ୍ୟାଣୀ ସେତୁ ଭାଙ୍ଗି ଯିବା ଯୋଗୁଁ କଲ୍ୟାଣସିଂହପୁର ବାସିନ୍ଦା ବାହ୍ୟ ଜଗତରୁ ବିଛିନ୍ନ ହୋଇଥିଲେ । ଶେଷରେ ପ୍ରଶାସନ ତରଫରୁ କଲ୍ୟାଣି ନଦୀ ଉପରେ ଅସ୍ଥାୟୀ ପୋଲ ନିର୍ମାଣ କରି ଗମନାମନର ବ୍ୟବସ୍ଥା କରାଯାଇଥିଲା । ତେବେ ଦୀର୍ଘ ୩ ବର୍ଷ ବିତି ଯାଇଥିଲେ ସୁଦ୍ଧା ଆଜି ଯାଏଁ କଲ୍ୟାଣୀ ସେତୁ ନିର୍ମାଣ ହୋଇପାରିନାହିଁ । ବର୍ଷା ଆସିଲେ ପୁଣି ଥଲେ ସେହି ୨୦୧୭ ମସିହାର ଘଟଣାର ପୁନରବୃତି ହେବନି ତ ବୋଲି ନିଜକୁ ନିଜ ପ୍ରଶ୍ନ କରିଥାନ୍ତି । ଗତକାଲିର ଲଗାଣ ବର୍ଷା ଯୋଗୁଁ କଲ୍ୟାଣ ନଦୀରେ ନିର୍ମାଣ ହୋଇଥିବା ଅସ୍ଥାୟୀ ସେତୁ ଭାଙ୍ଗି ଯିବାରୁ ପୁଣି ଥରେ କଲ୍ୟାଣସିଂହପୁର ବାସିନ୍ଦାଙ୍କ ମନରେ ଛନକା ପସିଛି । ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଅସ୍ଥାୟୀ ପୋଲ ଭାସି ଯାଇଛି । ଫଳରେ ୬ଟି ପଞ୍ଚାୟତ ବାହ୍ୟ ଜଗତରୁ ସ୍ୱାସ୍ଥ୍ୟ, ଶିକ୍ଷା ଓ ଗମନା ଗମନରୁ ବିଛିନ୍ନ ହୋଇଛନ୍ତି । ପୁଜାରିଗୁଡା, ସୁନାଖଣ୍ଡି, ପାରସାଲି, ପଲମା, କନ୍ଧକାତିପାଡୁ ଏବଂ କଲ୍ୟାଣସିଂହପୁରକୁ ଯୋଗାଯୋଗ ବିଛିନ୍ନ ହୋଇପଡିଛି ।

ଫଳରେ କଲ୍ୟାଣସିଂହପୁର ସଦର ବ୍ଲକକୁ ଯିବାକୁ ହେଲେ ୫୦ କି.ମି ରାସ୍ତା ଦେଇ ବିକଳ୍ପ ଭାବେ ଯିବାକୁ ପଡିବ । ଦୈନିକ ୨ ହଜାର ଲୋକେ ଏହି ଅସ୍ଥାୟୀ ପୋଲ ଦେଇ ଯାତାୟତ କରିଥାନ୍ତି । ପ୍ରଥମ ବର୍ଷାରେ ଯଦି ଅସ୍ଥାୟୀ ପୋଲର ଏହି ଅବସ୍ଥା ତା ହେଲେ ଆଗକୁ ସ୍ଥିତି ଆହୁରି ଖରାପ ହେବ ବୋଲି ବର୍ତମାନ ଠାରୁ କଲ୍ୟାଣସିଂହପୁର ବାସିନ୍ଦା ଅନୁମାନ କରିସାରିଲେଣି ।

Nalco

Leave A Reply