Odisha news

ପ୍ରିନ୍ସ କଲେଜର ବାଜିମାତ, +୨ ବିଜ୍ଞାନରେ ମୟୂରଭଞ୍ଜ ଟପ୍ପର ହେଲେ ପ୍ରିନ୍ସ କଲେଜର ଛାତ୍ର ରୁଦ୍ରନାରାୟଣ ଭୋଇ

0

ବାରିପଦା  : ଚଳିତ ବର୍ଷ ଯୁକ୍ତ ୨ ବିଜ୍ଞାନ ପରୀକ୍ଷାରେ ପ୍ରିନ୍ସ କଲେଜ ବାରିପଦା ଏବଂ ବାଲେଶ୍ୱର ଛାତ୍ରଛାତ୍ରୀ ଶତପ୍ରତିଶତ ସଫଳତା ହାସଲ କରିଥିବାବେଳେ ମୋଟ୍ ୨୪୮ ଜଣ ଛାତ୍ରଛାତ୍ରୀ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବାବେଳେ ୩୧ଜଣ ୫୦୦ ମାର୍କରୁ ଉଦ୍ଧ୍ୱର୍ ଏବଂ ୫୪ଜଣ ୮୦ପ୍ରତିଶତରୁ ଅଧିକ ମାର୍କ ରଖିଛନ୍ତି । ଏଠାରେ ପ୍ରିନ୍ସ କଲେଜ, ବାରିପଦାର ଛାତ୍ର ରୁଦ୍ରନାରାୟଣ ଭୋଇ ଯଦିବାବି ମାଟ୍ରିକରେ ୯୦ପ୍ରତିଶତ ମାର୍କ ରଖିନଥିଲେ ତଥାପି +୨ ବିଜ୍ଞାନ ପ୍ରିନ୍ସ କଲେଜରେ ଅଧ୍ୟକ୍ଷନ କରି ଚଳିତ ବର୍ଷ ଯୁକ୍ତ ୨ ବିଜ୍ଞାନ ଫଳାଫଳାରେ ସର୍ବାଧିକ ୫୬୮ ମାର୍କ ରଖି ମୟୂରଭଞ୍ଜର ପ୍ରଥମ ସ୍ଥାନ ହାସଲ କରିଥିବାବେଳେ, ଉତ୍ତର ଓଡିଶାର ଦ୍ୱିତୀୟ ସ୍ଥାନ ଏବଂ ସମଗ୍ର ଓଡିଶାର ଶ୍ରେଷ୍ଠ ପଞ୍ଚମ ଜଣ ତାଲିକାରେ ସ୍ଥାନ ହାସଲ କରି ଏହି କଲେଜକୁ ଐତିହାସିକ ସଫଳତା ଆଣିଦେଇଛନ୍ତି । ସେହିଭଳି ପବିତ୍ରୀମଣି ମହାନ୍ତ-୫୪୦, ଶୁଭଶ୍ରୀ ଜେନା-୫୩୮, ବିକାଶ କୁମାର ପୃଷ୍ଟି-୫୩୬, ହରପ୍ରିୟା ଦେହୁରୀ-୫୩୪, ଶିବାନୀ ନାୟକ-୫୩୧, ରାଜୀବ ସୁବୁଧି-୫୩୦, ସୁଖମୟ ଗିରି-୫୩୦, ବାସୁଦେବ ମାର୍ଣ୍ଡି-୫୨୮, ହିତେଶ କୁମାର କର-୫୨୬, ମଧୁସ୍ମିତା ହେମ୍ବ୍ରମ-୫୨୩, ବିଶ୍ୱନାଥ ସ-୫୨୨, ଅମିତ ମହାନ୍ତି-୫୨୨, ଭାଗ୍ୟରଞ୍ଜନ ଗାଣ-୫୨୧, ଆନନ୍ଦ ରାଉତ-୫୨୧, ଏହିଭଳି ୩୧ଜଣ ଛାତ୍ରଛାତ୍ରୀ ୫୦୦ରୁ ଉଦ୍ଧ୍ୱର୍ ମାର୍କ ରଖି ଏହି କଲେଜକୁ ଅପୂର୍ବ ସଫଳତା ଆଣି ଦେଇଛନ୍ତି । ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି କି ଯଦିବାବି ମାଟି୍ରକ ପରୀକ୍ଷାରେ ଅଧିକାଂଶ ପିଲା ଦ୍ୱିତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇ ଏଠାରେ ନାମ ଲେଖାଇଥିଲେ କିନ୍ତୁ ସେସବୁ ପିଲା ଏଠାରେ +୨ ବିଜ୍ଞାନରେ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ଏହି ସଫଳତା ପାଇଁ ଛାତ୍ରଛାତ୍ରୀ ଏବଂ ଅଭିଭାବକ ମହଲରେ ଖୁସିର ଲହରୀ ଖେଳି ଯାଇଥିବାବେଳେ କଲେଜର ନିଦେ୍ର୍ଦଶକ କାର୍ତ୍ତିକ ଚନ୍ଦ୍ର ସ୍ୱାଇଁ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଅକ୍ଲାନ୍ତ ପରିଶ୍ରମ ଏବଂ ଉଚ୍ଚମାନର ପାଠପଢା ଶୈଳୀକୁ ଭୂୟସୀ ପ୍ରଶଂସା କରିଥିବାବେଳେ ଛାତ୍ରଛାତ୍ରୀ ମାନଙ୍କର ଉତ୍ତରତ୍ତର ଉନ୍ନତି ପାଇଁ ପ୍ରଭୁ ଜଗନ୍ନାଥଙ୍କ ପାଖରେ ପ୍ରାର୍ଥନା କରିଛନ୍ତି ।

Leave A Reply