ବାଲିପାଟଣା ୩୧/୦୫: ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କ ମନ ମୁଖି କାର୍ଯ୍ୟକଳାପ ଓ ଜନସାଧାରଣ ଙ୍କୁ ଦୁଃବ୍ୟବହାର ପ୍ରତିବାଦ ରେ ବୁଧବାର ପୁର୍ବାହ୍ନ ରେ ବାଲିପାଟଣା ଦଳିତ ମଞ୍ଚ ଓ ଅଭିଭାବକ ମହାସଂଘ ପକ୍ଷରୁ ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ । ଦଳିତ ମଞ୍ଚ ର ଆବାହକ କୈଳାସ ଚନ୍ଦ୍ର ସେଠୀ ଙ୍କ ନେତୃତ୍ଵ ରେ ମଞ୍ଚର ବହୁ କର୍ମକର୍ତ୍ତା ଏକତ୍ରିତ ହୋଇ ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କ ବ୍ୟବହାର କୁ ଘୋର ନିନ୍ଦା କରିବା ସହିତ ବି.ଇ.ଓ ହଟାଅ ବାଲିପାଟଣା ବଞ୍ଚାଅ ବୋଲି ନାରା ଦେଇଥିଲେ । ଯଦି ଆସନ୍ତା ୨୪ ଘଣ୍ଟା ମଧ୍ୟରେ ବି .ଇ . ଓ ଶୈଳଧିରଜା ତନୟା ଶତପଥି ଙ୍କୁ ଅନ୍ୟତ୍ର ବଦଳି କରାନଯାଏ ଓ ଦଳିତ ମଞ୍ଚ ର ଆବାହକ କୈଳାସ ଚନ୍ଦ୍ର ସେଠୀ ଙ୍କୁ ସେ କ୍ଷମା ପ୍ରାଥନା ନ ମାଗନ୍ତି ତେବେ ତାଙ୍କ ନାମରେ ହରିଜନ ଦଫା ଲଗାଇ ଥାନା ରେ ମାମଲା ଋଜୁ କରିବୁ ବୋଲି କହିଥିଲେ । ଉକ୍ତ କାର୍ଯ୍ୟକ୍ରମ ରେ ଲକ୍ଷ୍ମଣ ଭୋଇ , ବରିଷ୍ଠ ନାଗରିକ ସଭାପତି ଦିଲୀପ ସେଠୀ , ଭରତ ବେହେରା ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ । ଏ ସମ୍ପର୍କରେ ବିଇ.ଓ ଙ୍କୁ ଯୋଗାଯୋଗ କରିବାରୁ ସେ କୁହନ୍ତି ମୁଁ କାହାକୁ ଦୁଃ ବ୍ୟବହାର କରିନାହିଁ । ଏହା ମୋ ନାମରେ ଏକ ମିଥ୍ୟା ଅଭିଯୋଗ ।