ଅଧିକାଂଶ ଲୋକଙ୍କର ସାଇନସ୍ ସମସ୍ୟା ଦେଖା ଦେଇଥାଏ । ଏହା ବିଶେଷ ଭାବରେ ସଂକ୍ରମଣ ଓ ବ୍ୟାକ୍ଟେରିଆ କାରଣରୁ ହୋଇଥାଏ । ଏହାକୁ ସାଇନୋସାଇଟ ମଧ୍ୟ କୁହା ଯାଇଥାଏ । ଏହା କେବଳ ନିଶ୍ଵାସ ନେବାରେ ବାଧା ସୃଷ୍ଟି କରି ନଥାଏ , ବରଂ ଏହାଦ୍ବାରା ଶରୀରର ମାଂସପେଶୀ ରେ ଯନ୍ତ୍ରଣା ଅନୁଭବ ହୋଇଥାଏ ଓ ମୁଣ୍ଡ ବ୍ୟଥା ମଧ୍ୟ ଲଗାତାର ଭାବରେ ହୋଇଥାଏ । ଏଥିରୁ ରକ୍ଷା ପାଇବା ପାଇଁ ସମସ୍ତେ ବିଭିନ୍ନ ଔଷଧ ସେବନ କରି ଥାଆନ୍ତି । କିନ୍ତୁ ଏହି ରୋଗ ମଧ୍ୟ ଘରୋଇ ଉପଚାର ଦ୍ଵାରା ଠିକ୍ ହୋଇ ପାରିବ ।
* ସାଇନସ୍ ରୁ ଆରାମ ପାଇବା ପାଇଁ ଦୁଇଟି ବଡ଼ ଚାମଚ୍ ଜିରା ୫ ଟି ଗୋଲମରିଚ ଏହାକୁ ସାମାନ୍ୟ ଭାଜି ନିଅନ୍ତୁ । ଏହାପରେ ତାକୁ ଗୁଣ୍ଡ କରି ମହୁ ସହିତ ସେବନ କରନ୍ତୁ । ଏହାକୁ ସବୁବେଳେ ଭୋଜନ କରିବା ପରେ ସେବନ କରିବା ଉଚିତ୍ । ସେବନ କରିସାରି ସାମାନ୍ୟ ଉଷୁମ ପାଣି ପିଇବା ଆବଶ୍ୟକ ।
* ପ୍ରତିଦିନ ନିୟମିତ ଭାବରେ ୩ ପାଖୁଡ଼ା ରସୁଣ କୁ ସାମାନ୍ୟ ଗରମ୍ କରି ସେବନ କରନ୍ତୁ । ଏହାପରେ ଉଷୁମ ପାଣି ପିଇବା ଆବଶ୍ୟକ । ସାଇନସ୍ ଠିକ୍ ହୋଇ ଯିବ ।
* ପ୍ରତିଦିନ ଷ୍ଟିମ୍ ନେବା ଉଚିତ୍ , ଏହା ସାଇନସ୍ ସମସ୍ୟା ଦୂର କରିଥାଏ । ତା ସେହିଁ ଅଦା ରସକୁ ମହୁ ସହିତ ନିହାତି ଭାବରେ ସେବନ କଲେ ସାଇନସ୍ ଠାରୁ ଦୂରେଇ ରହିବେ ।
* ପ୍ରତିଦିନ ସକାଳେ ଓ ରାତିରେ ମେଥି ଓ ଡ଼ାଲଚିନି କୁ ସମାନ ପରିମାଣର ନେଇ ଗୁଣ୍ଡକରି ମହୁ ସହିତ ସେବନ କଲେ ସାଇନସ୍ ସମସ୍ୟା ଦୂର ହୋଇଥାଏ ।
* ପୁରୁଣା ଦେଶୀ ଘିଅ କୁ ସାମାନ୍ୟ ଉଷୁମ କରି ନାକରେ ପକେଇବା ଦ୍ଵାରା ସାଇନସ୍ ଦୁର ହୋଇଥାଏ ।