Odisha news

ମୁଖ୍ୟମନ୍ତ୍ରୀ କୋଭିଡ୍ ୧୯ ରିଲିଫ ପାଣ୍ଠିକୁ ତାଳଚେର ବସ୍ ମାଲିକ ସଂଘ ପ୍ରଦାନ କଲେ ୫୦ ହଜାର ଟଙ୍କା

0

ତାଳଚେର – ତାଳଚେର ବସ୍ ମାଲିକ ସଂଘ ମୁଖ୍ୟମନ୍ତ୍ରୀ କୋଭିଡ୍ ୧୯ ରିଲିଫ ପାଣ୍ଠିକୁ ଉପଜିଲ୍ଲାପାଳ ରଜନୀକାନ୍ତ ସ୍ବାଇଁଙ୍କ ମାଧ୍ୟମରେ ୫୦ହଜାର ଟଙ୍କା ପ୍ରଦାନ କରିଛନ୍ତି ।ବସ୍ ମାଲିକ ସଂଘ ସଭାପତି ଇଂ ଶ୍ରୀକାନ୍ତ କୁମାର ପାଣି, ସାଧାରଣ ସମ୍ପାଦକ ସୁମନ ବେହେରା, କୋଷାଧ୍ୟକ୍ଷ ମଦନ ମୋହନ ମହାନ୍ତି, ସମାଜ ସେବୀ ବାପି ମହାନ୍ତି ପ୍ରମୁଖ ଅର୍ଥ ପ୍ରଦାନ ସମୟରେ ଉପସ୍ଥିତ ଥିଲେ । ବସ୍ ମାଲିକ ସଂଘ ନିଜସ୍ଵ ଉଦ୍ୟମରେ ତାଳଚେର ବସଷ୍ଟାଣ୍ଡ ଏବଂ ଏଠାରେ ଥିବା ବସ୍ ଗୁଡ଼ିକୁ ବିଶୋଧନ କରିଛନ୍ତି । ବସ୍ ନ ଚାଲିବା ସତ୍ତ୍ବେ ବସ୍ ମାଲିକ ସଂଘ ଏହି ଅର୍ଥ ପ୍ରଦାନ କରି ଥିବାରୁ ଉପଖଣ୍ଡ ପ୍ରଶାସନ ତରଫରୁ ସାଧୁବାଦ ଜଣାଯାଇଛି ।

Nalco
Leave A Reply