Odisha news

ଅନୁଗୁଳ: ଆମେରିକାରେ ଅନୁଗୁଳ ଦମ୍ପତି : ପରିବାର ଲୋକ ଚିନ୍ତାରେ

0

ଅନୁଗୁଳ: ଅନୁଗୁଳର ଓଡିଆ ଦମ୍ପତି ଆମେରିକାରେ । ୩୮ ଦିନ ହେଲା ଘର ଭିତରେ ବନ୍ଦୀ ପରି ଅତିବାହିତ କରୁଛନ୍ତି । ଚିନ୍ତାରେ ପରିବାର ସଦସ୍ୟ । ବାପା, ମାଆ ଆଖିରୁ ଶୁଖୁନି ଲୁହ । କେବେ ପରିସ୍ଥିତି ସ୍ୱାଭାବିକ ହେବ ସୁରକ୍ଷିତ ଅବସ୍ଥାରେ ଘରକୁ ଫେରିବେ ସେହି ଆଶାରେ ଦିନ ଗଣୁଛନ୍ତି ଦମ୍ପତି ପରିବାର ସଦସ୍ୟ । ଅନୁଗୁଳର ଶୁଭ୍ରକାନ୍ତ ମହାପାତ୍ର ଓ ତାଙ୍କ ସ୍ତ୍ରୀ ସୃଜନିକା ଆଚାର୍ଯ୍ୟ ବିଗତ ୫ ବର୍ଷ ହେଲା ଆମେରିକାର ଚିକାଗୋ ସହରରେ ରହୁଛନ୍ତି । ଶୁଭ୍ରକାନ୍ତ ସେଠାରେ ଟ୍ରାନ୍ସୟୁନିୟନ ନାମକ ଏକ ସଂସ୍ଥାରେ ସଫ୍ଟଓୟାର ଇଜିଂନିୟର ଭାବେ କାମ କରୁଛନ୍ତି । ୫ ବର୍ଷ ମଧ୍ୟରେ ସେମାନେ ଘରକୁ ମାତ୍ର ଥରୁଟିଏ ଆସିଥିଲେ । ଚଳିତ ଏପ୍ରିଲ ମାସରେ ସେମାନେ ପୁଣି ଥରେ ଘରକୁ ଆସିବା ପାଇଁ ସମସ୍ତ ପ୍ରସ୍ତୁତି କରି ସାରିଥିଲେ । ମା ବାପା ଓ ପରିବାର ସଦସ୍ୟ ସେମାନଙ୍କ ବାଟକୁ ଚାତକ ପରି ଚାହିଁ ବସିଥିଲେ । ହେଲେ କରୋନା ତାଣ୍ଡବ ସେମାନଙ୍କ ସବୁ ଆଶା ନିରାଶାରେ ବଦଳାଇ ଦେଲା । ଆମେରିକାରେ କରୋନାର ବିଭୀଷିକା ବିଶ୍ୱରେ ସବୁଠାରୁ ଅଧିକ । ସେଠାରେ ପୋକ ମାଛି ପରି ଲୋକ ମରୁଛନ୍ତି । ଶୁଭ୍ରକାନ୍ତ ରହୁଥିବା ସହରରେ ୩୦ ହଜାରରୁ ଅଧିକ କରୋନା ଆକ୍ରାନ୍ତ ଅଛନ୍ତି । ୧୭ ଶହରୁ ଅଧିକ ଲୋକଙ୍କ ମୃତ୍ୟୁ ହେଲାଣି । ସହରରେ ଯୂଆଡେ ଦେଖିଲେ ଖାଁ ଖାଁ ରାସ୍ତା ଘାଟ ସବୁ ଖାଲି । କେବଳ ବଡ ବଡ ଅଟ୍ଟାଳିକା । ଏଭଳି ପରିସ୍ଥିତିରେ ସେମାନେ ଭୟ ଓ ଆତଙ୍କରେ ରହୁଛନ୍ତି । ସେଠାକାର ସରକାରଙ୍କ ନିଦେ୍ର୍ଦଶ ମୁତାବକ ୩୮ ଦିନ ହେଲା ଘର ଭିତରେ ରହୁଛନ୍ତି । ଅନ ଲାଇନ ଯୋଗେ କିଛି ମଗାଇ ଖାଉଛନ୍ତି । ଆହୁରି କେତେ ଦିନ ଏମିତି ବଚିଂବାକୁ ପଡିବ ସେକଥା ବି ଜାଣି ନାହାଁନ୍ତି । ବାହାରେ ମୃତ୍ୟୁର ତାଣ୍ଡବ ଦେଖି ଦେଖି ହତବାକ ହୋଇ ଗଲେଣି । କିନ୍ତୁ ସେମାନଙ୍କ ଭୟ, ଆତଙ୍କ ଓ ଦୁର୍ଦ୍ଦଶାକୁ ନିଜ ଭିତରେ ଚାପି ରଖିଛନ୍ତି । ପରିବାର ଲୋକେ କାଳେ ଚିନ୍ତାରେ ପଡିଯିବେ ସେଥିପାଇଁ ସବୁ କିଛି ସ୍ୱାଭାବିକ ଥିବା କହି ସାନ୍ତ୍ୱନା ଜଣାଉଛନ୍ତି । ଆମେରିକାରେ ଯେଉଁ ପରିସ୍ଥିତି ଲାଗି ରହିଛି କେତେବେଳେ କଣ ଯେ ଘଟିବ ତାହା କହିବା ମୁସ୍କିଲ ବୋଲି କହିଛନ୍ତି ।ୁଭ୍ରକାନ୍ତ ମହାପାତ୍ର ଓ ତାଙ୍କ ସ୍ତ୍ରୀ ସୃଜନିକା ଆଚାର୍ଯ୍ୟ । ଅନ୍ୟ ପକ୍ଷରେ ଶୁଭ୍ରକାନ୍ତଙ୍କ ଘରେ ସମସ୍ତେ ଚିନ୍ତାରେ । କେହି ଭଲ କରି ଖାଇ ପାରୁନାହାଁନ୍ତି କି ଶୋଇ ପାରୁ ନାହାଁନ୍ତି । ତାଙ୍କ ମା ଆଖିରୁ ଲୁହ ଶୁଖୁନି । ଟିଭିରେ ଆମେରିକା ସମ୍ପର୍କୀତ ଖବର ଦେଖିଲେ ସେମାନଙ୍କ ଛାତି ଥରୁଛି । ଏ ମାସରେ ପୁଅ ବୋହୂ ଘରକୁ ଆସି ଥାଆନ୍ତେ । ଆସିତ ପାରିଲେନି । ହେଲେ ମୃତ୍ୟୁର ଚକ୍ରବ୍ୟୁହ ଭିତରେ ସେମାନେ ଡରି ଡରି ବଚିଂ ରହିଛନ୍ତି । ଶୁଭ୍ରକାନ୍ତ ସବୁଦିନେ ଭିଡିଓ କଳିଙ୍ଗ ଜରିଆରେ କଥା ହେଉଛନ୍ତି । ବାପା ମା ଭାଇ ଓ ସମ୍ପର୍କୀୟଙ୍କୁ ଧର୍ଯ୍ୟ ଧରିବାକୁ କହୁଛନ୍ତି । କରୋନାର ଭୟାବହତା ବିଶେଷ କରି ଆମେରିକାର ସ୍ଥିତିକୁ ନେଇ ଆଦୋ÷ ଆଲୋଚନା ନ କରିବାକୁ ଶୁଭ୍ରକାନ୍ତ ବୁଝାଉଛନ୍ତି । ଅନ୍ୟ ପକ୍ଷରେ ତାଙ୍କ ବାପା ମା ଓ ଅନ୍ୟ ମାନେ କେବଳ ଠାକୁରଙ୍କୁ ଡାକୁଛନ୍ତି । କେମିତି ଶୁଭ୍ରକାନ୍ତ ଓ ସୃଜନିକା ସୁରକ୍ଷିତ ଘରକୁ ଫେରିବେ ସେଥିପାଇଁ ଅହ ରହ ଦୀପ ଜାଳୁଛନ୍ତି । ଏକଥା କୁହନ୍ତି ଶୁଭ୍ରକାନ୍ତଙ୍କ ବାପା ଦୁର୍ଗାଚରଣ ମହାପାତ୍ର ଓ ମା ନଳିନୀ ମହାପାତ୍ର । ପରିବାର ଲୋକଙ୍କ ମନରେ ଅନେକ ଅଶା ରହିଛି । ଭାରତ ସରକାର ନିଶ୍ଚିତ ଭାବେ କିଛି ନା କିଛି ପଦକ୍ଷେପ ନେବେ । ଆମେରିକାରେ ଏଭଳି ଭୟାନକ ପରିସ୍ଥିତିରେ ରହିଥିବା ଭାରତୀୟ ମାନଙ୍କୁ ସେଠାରୁ ଉଦ୍ଧାର କରି ସ୍ୱଦେଶ ଫେରାଇ ଆଣିବେ ।

Leave A Reply