ଭୁବନେଶ୍ୱର,୧୭ା୧ : ଆଜି ଲୋକସେବା ଭବନରେ ଆଇଏଏସ୍ ସମ୍ମିଳନୀ ହୋଇଛଜ୍ଜ । ସମସ୍ତ ଜିଲ୍ଲାପାଳଙ୍କ ସହ ବରିଷ୍ଠ ଅଧିକାରୀଙ୍କ ବୈଠକ ହୋଇଛି । ଏହି ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଧ୍ୟକ୍ଷତା କରିଛନ୍ତି । ସେ ଉପସ୍ଥିତ ମନ୍ତ୍ରୀ, ଅଫିସରଙ୍କୁ ଶପଥ ପାଠ କରାଇଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଅଫିସରଙ୍କୁ ମାର୍ଗଦର୍ଶନ ମୁଖ୍ୟମନ୍ତ୍ରୀ କରାଇଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଲୋକମାନେ ହିଁ ଆମର ପ୍ରଭୁ, ସେମାନେ ହିଁ ଶାସନର ବିନ୍ଦୁ । ଆମ ସରକାର ଉପରେ ସାଧାରଣ ଲୋକଙ୍କ ଅତୁଟ ଆଶା, ବଶ୍ୱାସ ରହିଛି । ସାଧାରଣ ଲୋକଙ୍କ ଇଛା, ବିଶ୍ୱାସକୁ ଚରିତାର୍ଥ କରିବା ଆମର ପ୍ରମୁଖ କର୍ତ୍ତବ୍ୟ ।
