ବିରୋଧୀଦଳଗୁଡ଼ିକ ମିଳିମିଶି ଦେଶର ମାତୃଶକ୍ତି ସହ ବିଶ୍ୱାସଘାତ କରିଛନ୍ତି
ଯେଉଁମାନେ ନାରୀଶକ୍ତିର ସ୍ୱାର୍ଥକୁ ବଳି ପକାଇଦେଇଛନ୍ତି, ସେମାନଙ୍କୁ ଅଭିଶାପର ଫଳ
ନି୧⁄୨ୟ ମିଳିବ : ବାଂସୁରୀ ସ୍ୱରାଜ
ବହୁତ ଶୀଘ୍ର ଦେଶର ନାରୀଶକ୍ତି ନୂଆ ଉଡାଣ ଭରିବା ପାଇଁ ପ୍ରସ୍ତୁତ ହେବ
କଂଗ୍ରେସ ସମେତ ବିରୋଧୀ ଦଳର ମହିଳା ବିରୋଧୀ ଆଭିମୁଖ୍ୟକୁ ନେଇ ବିଜେପି
ଜନଜାଗରଣ ସୃଷ୍ଟି କରିବ
ଭୁବନେଶ୍ୱର,ତା.୧୯/୦୪: ଗତ ୧୭ ତାରିଖ ଭାରତୀୟ ଗଣତାବିକ ଇତିହାସରେ ଏକ ‘କଳା ଦିବସ’ ଥିଲା ।
ଏହି ଦିନ କଂଗ୍ରେସ ଦଳ ନେତୃତ୍ୱରେ ସମଗ୍ର ବିରୋଧୀଦଳ ମିଳିମିଶି ଦେଶର କୋଟି କୋଟି ମହିଳାଙ୍କ ସ୍ୱପ୍ନକୁ ଚୁରମାର କରି
ଦେଇଥିଲେ । ସମ୍ବିଧାନର ୧୩୧ ତମ ସଂଶୋଧନକୁ ଲୋକସଭାରେ ପରାଜିତ କରି ହସଖୁସିର ସହ ଉତ୍ସବ ପାଳନ
କରିଥିଲେ । ଏହା ଦେଶର ମହିଳାଙ୍କ ପରାଜୟ ନୁହେଁ, ଏହା ବିରୋଧୀଙ୍କ ଅହଂକାରକୁ ଦର୍ଶାଏ । ଏହାର ଉତର ଏ ଦେଶର
ନାରୀଶକ୍ତି ନିଜ ଭୋଟ ମାଧ୍ୟମରେ ଦେବେ ବୋଲି ରାଜ୍ୟ କାର୍ଯ୍ୟାଳୟରେ “ନାରୀଶକ୍ତି ବନ୍ଦ ଅଧିନିୟମ” ଉପରେ
ଆୟୋଜିତ ସାମ୍ବାଦିକ ସ୧ିଳନୀରେ ମାନ୍ୟବର ମୁଖମବୀ ଶ୍ରୀ ମୋହନଚରଣ ମାଝୀ କହିଛନ୍ତି ।
ମାନ୍ୟବର ମୁଖ୍ୟମବୀ ଶ୍ରୀ ମାଝୀ କହିଛନ୍ତି ଯେ, ମହିଳାଙ୍କ ସଶକ୍ତିକରଣ ପାଇଁ ମାନନୀୟ ପ୍ରଧାନମବୀ ଶ୍ରୀ ନରେନ୍ଦ୍ର
ମୋଦିଜୀ ଯଜ୍ଞ କରୁଥିବାବେଳେ ବିରୋଧୀମାନେ ଏହାକୁ ବିଫଳ କରିବା ପାଇଁ ଷଡ଼ଯବ କରୁଛନ୍ତି । ଦେଶର ପ୍ରାୟ ୧୪୦
କୋଟି ଜନସଂଖ୍ୟାର ଅଧା ହେଉଛନ୍ତି କେବଳ ମହିଳା । ମହିଳାଙ୍କ ବିନା ସୃଷ୍ଟିର କଳ୍ପନା ମଧ୍ୟ କରାଯାଇ ନ ପାରେ । ଆଜି
ଦେଶର ଝିଅ ଓ ମହିଳାମାନେ ସବୁ କ୍ଷେତ୍ରରେ ନିଜର ଶ୍ରେଷ୍ଠତା ପ୍ରତିପାଦନ କରିଛନ୍ତି । ଶିକ୍ଷା, ସ୍ୱାସ୍ଥ୍ୟ, ବିଜ୍ଞାନ ଓ ପ୍ରଯୁକ୍ତି
ବିଦ୍ୟା, କ୍ରିଡା, ବ୍ୟବସାୟ, ପ୍ରଶାସନ ସବୁ କ୍ଷେତ୍ରରେ ତାଙ୍କ ପ୍ରତିଭା ପ୍ରଦର୍ଶନ କରିଛନ୍ତି । ସ୍କୁଲରେ ପାଠ ପଢାଇବାରୁ ଆରମ୍ଭ
କରି ଉଡାଜାହାଜ ଉଡାଇବା ତାଙ୍କ ପାଇଁ ଆଜି ସାଧାରଣ କଥା । ଅପରେଶନ ସିନ୍ଦୁର ସମୟରେ ଭାରତୀୟ ‘ନାରୀଶକ୍ତି’ର
ଚମତ୍କାର ସାରା ବିଶ୍ୱ ଦେଖିଥିଲା । ମାତ୍ର ବିରୋଧୀଦଳମାନଙ୍କ ପାଇଁ ମହିଳା ସଶକ୍ତିକରଣ କେବଳ ଏକ ସ୍ଲୋଗାନ ଓ ଏକ
ଫେଶନ । ଯେତେବେଳେ ନାରୀମାନଙ୍କୁ ପ୍ରକୃତ ସ୧ାନ ଏବଂ ପ୍ରକୃତ ଅଧିକାର ଦେବାର ବେଳ ଆସିଲା, ବିଭିନ୍ନ ଆଳ
ଦେଖାଇ ସେମାନେ ସେଥିରୁ ଓହରିଗଲେ । ମହିଳାଙ୍କୁ ନେତୃତ୍ୱ ଦେବା ପାଇଁ ନୁହେଁ, ତାଙ୍କୁ କେବଳ ନିଜ ନିଜ ଦଳରେ
ଗୋଡାଣିଆ ଭାବେ ବ୍ୟବହାର କରିବା ପାଇଁ ଷଡଯବ କରାଗଲା । ସେମାନଙ୍କ ନାରୀ ସ୍ୱାଧୀନତା ସ୍ଲୋଗାନ ଏବଂ ତାଙ୍କର
ଅସଲ ରୂପ ଦୁଇ ଦିନର ଲୋକସଭା ବିତର୍କରେ ପଦାକୁ ଆସିଛି । କଂଗ୍ରେସଠାରୁ ଆରମ୍ଭ କରି ତୃଣମୂଳ କଂଗ୍ରେସ,
ସମାଜବାଦୀ ପାର୍ଟି, ଆମ ଆଦମୀ ପାର୍ଟି, ଡିଏମକେ, ବାମପନ୍ଥୀ ଦଳଗୁଡ଼ିକର ଆଭିମୁଖ୍ୟରୁ ଏହା ସ୍ପଷ୍ଟ ହେଉଛି ଯେ,
ସେମାନେ ହେଉଛନ୍ତି ପ୍ରକୃତରେ ମହିଳା ବିରୋଧୀ । ସେମାନେ କେବଳ ମହିଳା ସଶକ୍ତିକରଣର ମୁଖା ପିନ୍ଧି ଅଭିନୟ
କରୁଛନ୍ତି ।
ଯେଉଁମାନେ କହୁଛନ୍ତି ଯେ, ପଂଚାୟତ ନିର୍ବାଚନରେ ମହିଳାଙ୍କୁ ଆରକ୍ଷଣ ପ୍ରଦାନ କରିଛନ୍ତି, ତାହା ସେମାନେ
ଏଥିପାଇଁ କରିଛନ୍ତି ଯେ, ପଂଚାୟତସ୍ତରରେ ଆରକ୍ଷଣ ଦେଲେ ଏହି ନେତାମାନଙ୍କର ବିଧାନସଭା କିମ୍ବା ଲୋକସଭା କ୍ଷେତ୍ରରେ
ନିର୍ବାଚନ ଲଢ଼ିବା ପାଇଁ କିଛି କ୍ଷତି ହେଉନାହିଁ । କିନ୍ତୁ ଯେତେବେଳେ ଦେଖିଲେ ଯେ ବିଧାନସଭା ଓ ଲୋକସଭାରେ ତାଙ୍କ
ସ୍ୱାର୍ଥରେ ଆଂଚ୍ ଆସିପାରେ, ସେତେବେଳେ ସେମାନଙ୍କ ମନରେ ଛନକା ପଶିଗଲା । ଏଥିଯୋଗୁ ସେମାନେ ଅଧିନିୟମକୁ
ଲାଗୁ କରେଇ ଦେଇ ନଥିଲେ । କଂଗ୍ରେସ ଓ ତାଙ୍କ ସହଯୋଗୀ ଦଳମାନେ ପୂର୍ବରୁ ଦୁର୍ନୀତି ଓ ପରିବାରବାଦ ପାଇଁ ଜଣାଶୁଣା
ଥିଲେ, କିନ୍ତୁ ବର୍ତମାନ ତାଙ୍କ ମୁଣ୍ଡରେ ‘ ମହିଳା ବିରୋଧୀ’ କଳଙ୍କର ଷ୍ଟାମ୍ପ ଲାଗିଗଲା ।
ଯଶସ୍ୱୀ ପ୍ରଧାନମବୀ ନରେନ୍ଦ୍ର ମୋଦୀଜୀଙ୍କ ମହିଳା ସଶକ୍ତିକରଣ ସମ୍ବନ୍ଧରେ ପଦକ୍ଷେପ ସାରା ଦୁନିଆ ଦେଖିଛି ।
ଏଥିପାଇଁ ପ୍ରମାଣର ଆବଶ୍ୟକତା ନାହିଁ । ଦେଶର ସମଗ୍ର ମହିଳା ସମାଜର ଭରସା ମାନନୀୟ ମୋଦୀଜୀଙ୍କ ଉପରେ ଅଛି ।
ଏହି ସାମୟିକ ବିଳମ୍ବ ନାରୀଶକ୍ତିକୁ ରୋକିପାରିବ ନାହିଁ । ତାଙ୍କ ଉଡାଣ କିଛି ଦିନ ପାଇଁ ବିଳମ୍ବିତ ହୋଇଛି, କିନ୍ତୁ ବହୁତ
ଶୀଘ୍ର ଦେଶର ନାରୀଶକ୍ତି ନୂଆ ଉଡାଣ ଭରିବା ପାଇଁ ପ୍ରସ୍ତୁତ ହେବ ବୋଲି ମାନ୍ୟବର ମୁଖ୍ୟମବୀ ଶ୍ରୀ ମାଝୀ କହିଛନ୍ତି ।
ସାମ୍ବାଦିକ ସ୧ିଳନୀକୁ ସମ୍ବୋଧନ କରି ସାଂସଦ ଶ୍ରୀମତୀ ବାଂସୁରୀ ସ୍ୱରାଜ କହିଛନ୍ତି ଯେ, ନାରୀଶକ୍ତି ବନ୍ଦନ
ଅଧିନିୟମ ସର୍ବସ୧ତିକ୍ରମେ ୨୦୨୩ ସେପ୍ଟେମ୍ବରରେ ପାରିତ ହୋଇଥିଲା । ସେତେବେଳେ କଂଗ୍ରେସ ସମେତ ସମସ୍ତ
ବିରୋଧୀ ଦଳଗୁଡ଼ିକ ଏହି ଅଧିନିୟମ ସପକ୍ଷରେ ସହମତି ପ୍ରକାଶ କରିଥିଲେ । ମାତ୍ର ଏହି ଅଧିନିୟମ ଲାଗୁ ହେବାବେଳକୁ
କଂଗ୍ରେସ, ଡିଏମ୍କେ, ଟିଏମ୍ସି, ସମାଜବାଦୀ ପାର୍ଟିଙ୍କ ସହ ଇଣ୍ଡି ମେଂଟରେ ଥିବା ସବୁ ବିରୋଧୀଦଳଗୁଡ଼ିକ ମିଳିମିଶି ଏହି
ଦେଶର ମାତୃଶକ୍ତି ସହ ବିଶ୍ୱାସଘାତ କରିଛନ୍ତି । ଏନେଇ ଯଶସ୍ୱୀ ପ୍ରଧାନମବୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ସମ୍ବୋଧନରେ
ନାରୀମାନଙ୍କ ପ୍ରତି ତାଙ୍କ ବେଦନା ଓ ସମ୍ବେଦନା ଦେଖିବାକୁ ମିଳିଥିଲା । ଗତ ୧୬, ୧୭, ୧୮ ଏପ୍ରିଲରେ ସଂସଦରେ
ଯେତେବେଳେ ଏହି ଅଧିନିୟମ ଲାଗୁ କରିବା ଉପରେ ଚର୍ଚ୍ଚା ହୋଇଥିଲା, ସେତେବେଳେ ବିରୋଧିମାନେ ନିଜ ପୂର୍ବ
ପ୍ରତିଶ୍ରୁତିରୁ ଓହରି ଯାଇଥିଲେ । ଯଶସ୍ୱୀ ପ୍ରଧାନମବୀ ମୋଦିଜୀ ୨୦୨୯ରୁ ମହିଳା ସଂରକ୍ଷଣ ଲାଗୁ କରିବା ପାଇଁ ଚାହିଁଥିଲେ,
ମାତ୍ର ବିରୋଧୀମାନେ ଦେଶର ମାତୃଶକ୍ତି ପୀଠିରେ ଛୁରି ଭୁଷି ଦେଇଛନ୍ତି । କଂଗ୍ରେସ ଓ ବିରୋଧୀ ଦଳଗୁଡ଼ିକ ନାରୀମାନଙ୍କ
ଭୂମିକା କେବଳ ମତଦାନ କେନ୍ଦ୍ରରେ ସୀମିତ ରହୁ ବୋଲି ଚାହୁଁଛନ୍ତି । ସେମାନଙ୍କୁ କେବଳ ଭୋଟବ୍ୟାଙ୍କ ଭାବେ ବ୍ୟବହାର
କରିବାକୁ ଚାହୁଁଥିବା ଏଥିରୁ ସ୍ପଷ୍ଟ ହୋଇଛି । ଯେତେବେଳେ ଏହି ଅଧିନିୟମ ଲୋକ ସଭା ଓ ରାଜ୍ୟ ବିଧାନସଭାଗୁଡ଼ିକରେ
ନାରୀମାନଙ୍କ ଭାଗିଦାରୀକୁ ସୁନି୧⁄୨ିତ କରାଉଥିଲା ସେତେବେଳେ ବିରୋଧି ଦଳଗୁଡ଼ିକ ମୁହଁ ମୋଡ଼ି ଦେଇଛନ୍ତି । ଦେଶର
ମାତୃଶକ୍ତିକୁ ଅଧିକାର ଦେବାକୁ ଯଶସ୍ୱୀ ପ୍ରଧାନମବୀ ମୋଦିଜୀ ପ୍ରୟାସ କରୁଥିବାବେଳେ କଂଗ୍ରେସ ନେତୃତ୍ୱରେ ଇଣ୍ଡି
ମେଂଟରେ ଥିବା ବିରୋଧୀ ଦଳଗୁଡ଼ିକ ବାଧା ସୃଷ୍ଟି କରିଛନ୍ତି । କଂଗ୍ରେସ ସବୁବେଳେ ଭାରତରତ୍ନ ଡ. ଭୀମରାଓ ବାବାସାହେବ
ଆମ୍ବେଦକର ଓ ସମ୍ବିଧାନର କଥା କହୁଥିବାବେଳେ ନାରୀମାନଙ୍କ ଅଧିକାରର ହିସାବ ଦେବାର ସମୟ ଯେତେବେଳେ ଆସିଲା
ସେତେବେଳେ ଏହି ଦଳ ସମ୍ବିଧାନର ତଂଟି ଚିପିଦେଲା । ଗତ ୪୦ ବର୍ଷ ଧରି ଦେଶର ମାତୃଶକ୍ତି ନିଜର ଅଧିକାର ପାଇଁ
ଅପେକ୍ଷା କରିଥିବାବେଳେ ବିରୋଧୀମାନେ ଜାଣିଶୁଣି ବିଭିନ୍ନ ପ୍ରସଙ୍ଗ ଉଠାଇ ହୀନ ରାଜନୀତି କରି ଏହି ଅଧିନିୟମକୁ ଲାଗୁ
କରେଇ ଦେଇନାହାନ୍ତି । ମହିଳାମାନଙ୍କୁ ରାଜନୀତିରେ ସେମାନଙ୍କ ଅଧିକାର ମିଳୁ ବୋଲି ସେମାନେ ଚାହୁଁ ନ ଥିଲେ ବୋଲି
ଏଥିରୁ ସ୍ପଷ୍ଟ ହୋଇଛି । ମାତୃଶକ୍ତିଙ୍କ ହିତର ବଳି ଚଢ଼େଇବା ପାଇଁ ସେମାନେ ଯେଉଁ ଅବରୋଧ ସୃଷ୍ଟି କରିଛନ୍ତି, ଏଥିପାଇଁ
ସେମାନେ ମାତୃଶକ୍ତିର ଆକ୍ରୋଶର ଶୀକାର ହେବା ସୁନି୧⁄୨ତ । ମାତୃଶକ୍ତିର ଆର୍ଶୀବାଦ ପାଇବାକୁ ସେମାନେ ସୁଯୋଗ
ପାଇଥିଲେ କିନ୍ତୁ ହାତଛଡ଼ା କରିଦେଲେ । ଯେଉଁମାନେ ନାରୀଶକ୍ତିର ସ୍ୱାର୍ଥକୁ ବଳି ପକାଇଦେଇଛନ୍ତି, ସେମାନଙ୍କୁ ଅଭିଶାପର
ଫଳ ନି୧⁄୨ୟ ମିଳିବ ।
ମୋଦିଜୀ ଓ ଭାରତୀୟ ଜନତା ପାର୍ଟି ପାଇଁ ନାରୀଶକ୍ତି ବନ୍ଦନ ଅଧିନିୟମ ଏକ ସଂକଳ୍ପ । ଏହା ନି୧⁄୨ିତ ପୂରଣ
ହେବ । ମୋଦିଜୀଙ୍କ ନେତୃତ୍ୱରେ ନାରୀମାନଙ୍କୁ ସେମାନଙ୍କ ଅଧିକାର ନି୧⁄୨ୟ ମିଳିବ ବୋଲି ମୋଦିଜୀ ମାତୃଶକ୍ତିକୁ ନିର୍ଭର
ପ୍ରତିଶ୍ରୁତି ଦେଇଛନ୍ତି । କଂଗ୍ରେସ ସମେତ ବିରୋଧୀ ଦଳର ମହିଳା ବିରୋଧୀ ଆଭିମୁଖ୍ୟକୁ ନେଇ ବିଜେପି ଜନଜାଗରଣ ସୃଷ୍ଟି
କରିବ । ପଂଚାୟତରୁ ପାର୍ଲିଆମେଂଟ ପର୍ଯ୍ୟନ୍ତ ସବୁଠି ସ୍ୱର ଉତୋଳନ କରିବ ବୋଲି ବୋଲି ସାଂସଦ ସୁଶ୍ରୀ ସ୍ୱରାଜ
ମତବ୍ୟକ୍ତ କରିଛନ୍ତି ।
ଏହି ସାମ୍ବାଦିକ ସ୧ିଳନୀରେ ରାଜ୍ୟ ସଭାପତି ତଥା ରାଜ୍ୟସଭା ସାଂସଦ ଶ୍ରୀ ମନମୋହନ ସାମଲ, ଉପମୁଖ୍ୟମବୀ
ଶ୍ରୀ କେ.ଭି. ସିଂଦେଓ, ଶ୍ରୀମତୀ ପ୍ରଭାତୀ ପରିଡ଼ା, ରାଜ୍ୟ ପ୍ରଭାରୀ ଶ୍ରୀ ବିଜୟପାଲ ସିଂ ତୋମାର, ରାଜ୍ୟ ଉପସଭାନେତ୍ରୀ
ଶ୍ରୀମତୀ କୁସୁମ ଟେଟେ ଓ ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀମତୀ ପୂର୍ଣ୍ଣିମା ପ୍ରିୟଦର୍ଶନୀ ନାୟକ ଉପସ୍ଥିତ ଥିଲେ ।