Odisha news

ଆପଣଙ୍କ ଅଞ୍ଚଳର ଧର୍ମାନୁଷ୍ଠାନ ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କଲେ ୨୩ କୋଟି ଟଙ୍କା

0

ଭୁବନେଶ୍ୱର: ରାଜ୍ୟର ପ୍ରମୁଖ ଧର୍ମାନୁଷ୍ଠାନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ୨୩ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଛନ୍ତି | ମନ୍ଦିର, ଗୀର୍ଜା, ମସଜିଦ ଓ ଗୁରୁଦ୍ୱାରର ଉନ୍ନତିକରଣ ପାଇଁ ଏହି ଅର୍ଥ ବ୍ୟୟ ହେବ | ପ୍ରତିଟି ଧର୍ମାନୁଷ୍ଠାନକୁ ୧ କୋଟି ଟଙ୍କା ଲେଖାଏଁ ଯୋଗାଇଦିଆଯିବ | ଏଥିରେ ନୂଆ ନିର୍ମାଣ ସାଙ୍ଗକୁ ପର୍ଯ୍ୟଟକଙ୍କ ପାଇଁ ସୁବିଧା ସୁଯୋଗର ବ୍ୟବସ୍ଥା କରାଯିବ | ଏହି ତାଲିକାରେ ୧୦ଟି ମନ୍ଦିର, ୫ଟି ଚର୍ଚ୍ଚ, ୬ଟି ମସଜିଦ ଓ ୨ଟି ଗୁରୁଦ୍ୱାରକୁ ୧ କୋଟି ଟଙ୍କା ଲେଖାଏଁ ମିଳିବ | ନଜର ପକାନ୍ତୁ ଆପଣଙ୍କ ଅଂଚଳର ଏହି ସବୁ ଧର୍ମାନୁଷ୍ଠାନକୁ ସହାୟତା ମିଳିବ |

Leave A Reply

Your email address will not be published.