Odisha news

ରାସ୍ତା ପ୍ୱାଶ୍ୱର୍ ଗଛକୁ ଧକ୍କା ଦେଲା ଯାତ୍ରୀବାହୀ ଅଟୋ, ୮ ଆହତ

0

ହିଞ୍ଜିଳିକାଟୁ, : ଗୁରୁବାର ଭୋର ପ୍ରାୟ ସାଢେ ୪ ଟାରେ ୫୯ ନଂ ଜାତୀୟ ରାଜପଥ ହିଂଜିଳି ଥାନା ସୋମପୁର ଛକ ନିକଟରେ ଭାରସାମ୍ୟ ହରାଇ ଏକ ଯାତ୍ରୀବାହୀ ଅଟୋ(ଓଡ଼ି୦୭ଟି ୨୬୩୦) ରାସ୍ତା ପ୍ୱାଶ୍ୱର୍ ଗଛକୁ ଧକ୍କା ଦେବାରୁ ଅଟୋରେ ଯାତ୍ରା କରୁଥିବା ୮ ଯାତ୍ରୀ ଆହତ ହୋଇଛନ୍ତି ।

ସେମାନେ ହେଲେ ଆସିକା ଥାନା ପଢାଳ ଜୟପୁର ଗ୍ରାମର ରାକେଶ ଲେଙ୍କା(୨୯), ପ୍ରିତିପ୍ରଜ୍ଞା ମହାନ୍ତି (୧୨), ଲକ୍ଷ୍ମୀ ପ୍ରତିମା ଲେଙ୍କା (୧୯), ଜୟନ୍ତି ଲେଙ୍କା(୩୭), ସାରଙ୍ଗଧର ମହାନ୍ତି(୪୨), ରୁନୁ ମହାନ୍ତି (୩୭), ଚିଦାନନ୍ଦ ମହାନ୍ତି(୮) ଓ ରାଜା ସ୍ୱାଇଁ (୮) । ସେମାନଙ୍କ ମଧ୍ୟରୁ ରାଜେଶ, ପ୍ରିତିପ୍ରଜ୍ଞା ଓ ଲକ୍ଷ୍ମୀଙ୍କ ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ ଅଧିକ ଚିକିତ୍ସା ସକାଶେ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି । ଖବର ପାଇ ପୋଲିସ ଦୂର୍ଘଟଣା ସ୍ଥଳରେ ପଂହଚି ଅଟୋକୁ ଜବତ କରିଥିବା ବେଳେ ଚାଳକ ଘଟଣା ସ୍ଥଳରୁ ଫେରାର ହୋଇଯାଇଛି ।

ପ୍ରକାଶ ଯେ, ବ୍ରହ୍ମପୁର ଠାରୁ ଆସିକା ଥାନା ପଢାଳ ଜୟପୁର ଗ୍ରାମର ୨ ପରିବାର ଗ୍ରାମକୁ ଅଟୋ ଯୋଗେ ଫେରୁଥିବା ବେଳେ ଘନ କୁହୁଡ଼ି ଯୋଗୁଁ ସୋମପୁର ଛକ ନିକଟରେ ରହିଥିତା ହମ୍ପସ୍ରେ ଭାରସାମ୍ୟ ହରାଇ ରାସ୍ତା ପ୍ୱାଶ୍ୱର୍ ଏକ ଗଛକୁ ଧକ୍କା ଦେଇଥିଲା । ଅନ୍ୟପକ୍ଷରେ ଜାତୀୟ ରାଜପଥ ବିଭାଗ ପକ୍ଷରୁ ନିର୍ମାଣ କରାଯାଇଥିବା ହମ୍ପସ୍ ପୂର୍ବରୁ ସାଙ୍କେତିକ ଚିହ୍ନ ଦର୍ଶାଇବାକୁ ଅଂଚଳବାସୀ ଦାବି ଜଣାଇଛନ୍ତି ।

Leave A Reply