Odisha news

ମାଟି ର ଗୁଣ ନଷ୍ଟ ହେବାଦ୍ଵାରା ମଧ୍ୟ ହୃଦଘାତ ର କାରଣ ହୋଇପାରେ ଜାଣନ୍ତୁ କଣ କହୁଛି ଗବେଷଣା

0

ଆଜିକାଲି ମାଟିର ଗୁଣ ନଷ୍ଟ ହେବା ଦ୍ୱାରା ମଧ୍ୟ ହୃଦଘାତ ସମସ୍ୟା ର କାରଣ ବୋଲି ଗବେଷକ ମାନେ ମତ ଦେଇଛନ୍ତି l ଏହି ସମସ୍ୟା ବର୍ତମାନ ସାରା ବିଶ୍ୱର କାରଣ ହୋଇଛି l ବର୍ତମାନ ବିଶ୍ୱରେ ସବୁଠୁ ଅଧିକ କାର୍ଡିଓବସ୍କୁଲର ରୋଗୀ ଅଧିକ ରୁ ଅଧିକ ବଢି ଚାଲିଛନ୍ତି l ଗତ କିଛିଦିନ ମଧ୍ୟରେ ଜର୍ମାନୀ ରେ ହୋଇଥିବା ଗୋଟିଏ ଗବେଷଣା ଅନୁସାରେ ମାଟି ରେ ବଢୁଥିବା ପେଷ୍ଟିସାଇଡ୍ସ  ର ମାତ୍ରା ଓ ମେଟାଲ ର ମାତ୍ରା ଅଧିକ ରହିଥିବା କାରଣରୁ ହାର୍ଟ ଉପରେ ଏହାର ସିଧାସଳଖ ପ୍ରଭାବ ପଡିଥାଏ l

ମାଟି ପ୍ରଦୂଷଣ କାରଣରୁ ହାର୍ଟ ଉପରେ ପ୍ରଭାବ ପଡିଥାଏ -:

* ମାଟି ରେ ବଢୁଥିବା ପ୍ରଦୂଷଣ କାରଣରୁ ହାର୍ଟ ରେ ଫୁଲିବା ସମସ୍ୟା ଦେଖା ଯାଇଥାଏ l

*  ମାଟିର ପ୍ରଦୂଷଣ କାରଣରୁ ହାର୍ଟ ଡିଷ୍ଟର୍ବ ହୋଇଥାଏ l

* ସଏଲ ପଲ୍ୟୁସନ କାରଣରୁ ଶରୀର ଉପରେ ଅକ୍ସୀଡେଟିବ ଷ୍ଟ୍ରେସ ବଢିବାକୁ ଲାଗିଥାଏ ଏହାଦ୍ୱାରା ଫ୍ରି ରେଡ଼ିକୁଲସ ସଂଖ୍ୟା ବଢିବାକୁ ଲାଗିଥାଏ ଓ ଏହାପରେ ଗୋଟିଏ ପରେ ଗୋଟିଏ କୋଷିକା ଡ୍ୟାମେଜ ହେବାକୁ ଲାଗିଥାଏ l

* ମାଟିରେ ଟକ୍ସିନ ମାତ୍ରା ଏତେ ଅଧିକ ରହୁଛି ଯେ ଗବେଷକ ମାନେ ମତ ଦେଇଛନ୍ତି ଯେତେବେଳେ ବି ଆପଣ ବାହାରକୁ ବାହାରୁଛନ୍ତି ମାସ୍କ ପିନ୍ଧି ବାହାରନ୍ତୁ l

* ଏହି ସମସ୍ୟା କୌଣସି ଗୋଟିଏ ଦେଶର ନୁହେଁ ଏହା ବର୍ତମାନ ସାରା ବିଶ୍ୱର ଅଟେ l ବର୍ତମାନ ଏହା ଗ୍ଲୋବାଲ ଇସୁ ଅଟେ l

* ଏହି ଗବେଷଣାରେ ପେଷ୍ଟିସାଇଡ୍ସ ଓ ହେବି ମେଟାଲସ ଦ୍ୱାରା ମାଟି ପ୍ରଭାବିତ ରହୁଛି l ଯାହାଦ୍ୱାରା ପାଣି ଓ ଭୋଜନ ପ୍ରଭାବିତ ହେଉଛି l

* ଏହି ଗବେଷଣା ଦ୍ୱାରା ଜଣା ପଡିଛି ଯେ ଜଳବାୟୁ ପ୍ରଦୂଷଣ ଓ ମାଟି ଦୂଷିତ ହେବା ଦ୍ୱାରା ବିଶେଷ ଭାବରେ ହାର୍ଟ ସମ୍ବନ୍ଧୀୟ ଅସୁବିଧା ଦେଖା ଯାଇଥାଏ l

Leave A Reply