Odisha news

ଗବେଷଣାରୁ ଖୁଲାସା :ସକାଳୁ ତାଳି ମାରି ଦୂର କରିପାରିବେ ୫ଟି ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା

0

ତାଳି ଅର୍ଥାତ କ୍ଲାପିଙ୍ଗ ଥେରାପି ବୋଲି କୁହାଯାଏ, ଆମେମାନେ କେତେବେଳେ କୌଣସି ଖୁସି ଅବସରରେ ତାଳି ମରିଥାଉ ତ ଆଉ କେତେବେଳେ କୌଣସି ଭଜନ କୀର୍ତନ ସମୟରେ , ନଚେତ କାହାର ଜନ୍ମଦିନ ଉତ୍ସବ ରେ ତ ଆଉ କେତେବେଳେ କେହି ପୁରସ୍କୃତ ହେଉଥିବା ସମୟରେ l ତାଳି ମାରିବା ପାଇଁ ଅନେକ ଗୁଡିଏ କାରଣ ରହିଥାଏ l  କିନ୍ତୁ ନିକଟରେ ହୋଇଥିବା ଗୋଟିଏ ଗବେଷଣା ଅନୁସାରେ ଜଣା ପଡିଛି ଯେ ତାଳି ମାରିବା ଦ୍ୱାରା ଶରୀରରୁ ଅନେକ ଗୁଡିଏ ରୋଗ ଦୁରେଇ ଯାଇଥାଏ l

ଯାହାକୁ କ୍ଲାପିଙ୍ଗ ଫିଟ୍ନେସ ବୋଲି କୁହାଯାଏ, କିନ୍ତୁ ଆପଣ କଣ ଜାଣିଛନ୍ତି କି କ୍ଲାପିଙ୍ଗ ଫିଟ୍ନେସ ଶରୀର ପାଇଁ କେତେ ଉପଯୋଗୀ l କିନ୍ତୁ ଆପଣ ତାଳି ମାରିବା ଦ୍ୱାରା ଅନେକ ଗୁଡିଏ ରୋଗ ଠାରୁ ଦୁରେଇ ରହିପାରିବେ l

– ତାଳି ମାରି ହାର୍ଟ କୁ ରଖନ୍ତୁ ସୁସ୍ଥ :
କ୍ଳାପିଙ୍ଗ ଥେରାପି ଦ୍ୱାରା ଆପଣ ନିଜ ହର୍ତାକୁ ସୁସ୍ଥ ରଖିପାରିବେ ବୋଲି ଗବେଷଣା କହୁଛି l  ବିଶେଷ ଭାବରେ ଆପଣଙ୍କ ହାତରେ ୨୯ ଟି ଏକ୍ୟୁପ୍ରେସର ପଏଣ୍ଟ ରହିଛି, ତାଳି ମାରିବା ଦ୍ୱାରା ଏହା ଉପରେ ଚାପ ପଡିଥାଏ l  ଯାହାଦ୍ୱାରା ଆପଣଙ୍କୁ ଶକ୍ତି ମିଳିଥାଏ l  ତାଳି ରକ୍ତ ସଂଚାଳନ ସୁଧାରିବାରେ ସାହାଯ୍ୟ କରିଥାଏ l

– ମେଣ୍ଟାଲ ହେଲ୍ଥ ସୁରକ୍ଷିତ ରୁହେ ତାଳି ଦ୍ୱାରା :
ଗବେଷକ ମାନଙ୍କ ମତରେ ଷ୍ଟ୍ରେସ ଓ ଡିପ୍ରେସନ ରେ ତାଳି ମାରିବା ଦ୍ୱାରା ମନ କୁ ଶାନ୍ତି ମିଳିଥାଏ l  ପ୍ରତିଦିନ ନିୟମିତ ଭାରେ ସକାଳୁ ତାଳି ମାରିବା ଅଭ୍ୟାସ କରନ୍ତୁ, ଏପରି କରିବା ଦ୍ୱାରା ଆପଣଙ୍କ ମସ୍ତିଷ୍କରେ ସକାରାତ୍ମକ ଶକ୍ତି ଜାଗ୍ରତ ହୋଇଥାଏ l  ଯାହାଦ୍ୱାରା ମାନସିକ ଚାପ ଠିକ ହୋଇଥାଏ l  ତାଳି ଦ୍ୱାରା ଶରୀରରେ ହାପି ହର୍ମୋନ ବୃଦ୍ଧି ହୋଇଥାଏ, ଓ ମନକୁ ଶାନ୍ତି ମିଳିଥାଏ l

– ମେମୋରୀ ପାୱାର ବୃଦ୍ଧି ପାଇଥାଏ :
କ୍ଲାପିଙ୍ଗ ଥେରାପି ଦ୍ୱାରା ଛୋଟ ପିଲାଙ୍କ ମେମୋରୀ ପ୍ରଖର ହୋଇଥାଏ l  ପିଲାମାନେ ଠିକ ଭାବରେ ପ୍ରତ୍ୟେକ କଥା ମାନେ ରଖି ପାରନ୍ତି l  ତେଣୁ ଛୋଟ ପିଲାଙ୍କୁ ପ୍ରାତମିକ ଶିକ୍ଷାରେ ତାଳି ମାରିବା ପାଇଁ କୁହାଯାଏ l

– ଇମ୍ୟୁନିଟି ବୃଦ୍ଧି କରେ ତାଳି :
ନିୟମିତ ସକାଳୁ ଉଠି ୨୦ରୁ ୩୦ ଥର ତାଳି ମାରିବା ଉଚିତ l ତାଳି ମାରିବା ଦ୍ୱାରା ଆପଣଙ୍କ ଶରୀରରେ ଶକ୍ତି ଜାଗ୍ରତ ହୋଇଥାଏ l  ତାଳି ଦ୍ୱାରା ଶରୀରରେ ହ୍ୱାଇଟ ବ୍ଲଡ଼ ସେଲ ବୃଦ୍ଧି ହୋଇଥାଏ ଓ ଆପଣଙ୍କ ପ୍ରତିରୋଧକ କ୍ଷମତା ବୃଦ୍ଧି ହୁଏ l

– ତ୍ୱଚା ପାଇଁ ହିତକର :
ତ୍ୱଚା ପାଇଁ ବିଶେଷ ଲାଭଦାୟକ ତାଳି l  ତାଳି ମାରିବା ଦ୍ୱାରା ରକ୍ତ ସଂଚାଳନ ଠିକ ଭାବରେ ହୋଇଥାଏ l  ତେବେ ଏପରି ସ୍ଥିତି ରେ ଶରୀରରେ ଅକ୍ସିଜେନ ପ୍ରବାହ ଭଲରେ ହୋଇଥାଏ, ଏହାଦ୍ୱାରା ତ୍ୱଚାରେ ଚମକ ଆସିଥାଏ l

Govt
Leave A Reply