Odisha news

ଆଜି ହେଉଛି ମଙ୍ଗଳବାର ଓ ହନୁମାନଙ୍କ ଦିନ , ଆଜିର ଦିନରେ ପାଠ କରନ୍ତୁ ରାମରକ୍ଷା ସ୍ତୋତ୍ର ଦୂର ହେବ ସମସ୍ତ ସମସ୍ୟା

0

ମାନ୍ୟତା ଅନୁସାରେ ମଙ୍ଗଳବାର ର ସମ୍ପର୍କ ହନୁମାନଙ୍କ ସହିତ ରହିଛି l ମାନ୍ୟତା ଅନୁସାରେ ଯେଉଁଠି ମଙ୍ଗଳବାର ର ସମ୍ବନ୍ଧ ମଙ୍ଗଳ ଗ୍ରହ ସହିତ ରହିଛି, ତେଣୁ ମଙ୍ଗଳବାର କୁ  କୁହାଯାଏ l କେବଳ ଏତିକି  ନୁହେଁ, ମଙ୍ଗଳ ଙ୍କୁ ଶକ୍ତିର କାରକ ବୋଲି କୁହାଯାଏ l  ଅସୁବିଧା ଓ ସଙ୍କଟ ସମୟରେ ମଣିଷ ନିକଟରେ ଶକ୍ତିର କ୍ଷୟ ହୋଇଥାଏ l ଯଦି ସଂକଟରେ ଥିବା ବ୍ୟକ୍ତି ମଙ୍ଗଳବାର ଦିନ ହନୁମାନ ଙ୍କୁ ପ୍ରାର୍ଥନା କରିଥାଏ, ତେବେ ସମସ୍ତ ଅସୁବିଧା ଦୂର ହୋଇଥାଏ l

ବୈଦିକ ଗ୍ରନ୍ଥ ଅନୁସାରେ ମଙ୍ଗଳବାର ଦିନ ଟି ଖୁବ କଲ୍ୟାଣକାରୀ ଅଟେ l  ଏହିଦିନ ଭକ୍ତରାଜ ହନୁମାନ ତାଙ୍କ ଭକ୍ତ ମାନଙ୍କର ସମସ୍ତ କଷ୍ଟ ଦୂର କରି ଥାଆନ୍ତି l ଯଦି ଆପଣ ସଫଳତା ନିକଟରେ ପହଂଚି ମଧ୍ୟ କୌଣସି କାର୍ଯ୍ୟରେ ସଫଳ ହୋଇପାରୁ ନାହାନ୍ତି ତେବେ ମଙ୍ଗଳବାର ଦିନ ନିମ୍ନ ଲିଖିତ ଉପାୟ କରନ୍ତୁ -:

– ମଙ୍ଗଳବାର ଦିନ ହନୁମାନ ଦର୍ଶନ ସହିତ ଶ୍ରୀରାମ ଙ୍କୁ ଦର୍ଶନ କରିବାର ଖୁବ ମହତ୍ୱ ରହିଛି l  ଏହିଦିନ ହନୁମାନଙ୍କ ମସ୍ତକ ର ସିନ୍ଦୁର କୁ ନିଜ ଘରର ମୁଖ୍ୟ ଦ୍ୱାରରେ ଲଗାଇବା ଦ୍ୱାରା ସମସ୍ତ ମନସ୍କାମନା ପୁର୍ଣ ହୋଇଥାଏ l ଏହାଛଡା ମନ ସ୍ଥିର ହୋଇଥାଏ l

– ଯଦି ଆପଣ ବ୍ୟବସାୟ ରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ତେବେ ମଙ୍ଗଳବାର ଦିନ ନାଲି ସୂତାରେ ଲେମ୍ବୁ ଓ କଞ୍ଚାଲଙ୍କା ବାନ୍ଧି ନିଜ ବ୍ୟବସାୟ ପ୍ରତିଷ୍ଠାନ ରେ ବାନ୍ଧି ଦିଅନ୍ତୁ l ଏହାଦ୍ୱାର ବ୍ୟବସାୟ ରେ ସଫଳତା ମିଳିବ ଓ ନକାରାତ୍ମକ ଶକ୍ତି ଦୂର ହେବ l

– କଳା ରାଶି ଓ ଜବ ଅଟାକୁ ଏକ ସାଙ୍ଗରେ ମିଶାଇ ରୁଟି ପ୍ରସ୍ତୁତ କରନ୍ତୁ l  ଏହାପରେ ଯଦି କାହାକୁ ଛୋଟ ପିଲାଙ୍କୁ ନଜର ଲାଗିଛି ତେବେ ସେଥିରେ ଗୁଡ଼ ମିଶାଇ ପିଲା ମୁଣ୍ଡ ଉପରେ ୭ଥର ହନୁମାନଙ୍କୁ ସ୍ମରଣ କରି ବୁଲାଇ ବାହାରେ ରଖି ଦିଅନ୍ତୁ l  ନଜର ଉତୁରିଯିବ l

– ଜୀବନ ରେ ସମସ୍ତ ସମସ୍ୟା ଦୂର ହେବା ପାଇଁ ହନୁମାନ ମନ୍ଦିର ଯାଇ ସେଠାରେ ରାମ ରକ୍ଷା ସ୍ତୋତ୍ର ପାଠ କରନ୍ତୁ l ଏହାଦ୍ୱାରା ଦେଖିବେ ଜୀବନ ଖୁବ ସରଳ ଓ ସୁନ୍ଦର ହୋଇଯିବ l

– ଯଦି ପ୍ରତି ମଙ୍ଗଳବାର ଦିନ ଆପଣ ହନୁମାନଙ ମନ୍ଦିର ରେ ହନୁମାନ ଚାଳିଶା ପାଠ କରିବାକୁ ଯାଉଛନ୍ତି ତେବେ ଗୋଟିଏ ଘିଅ ଦୀପ ଓ ଗୋଟିଏ ତେଲ ଦୀପ ନିହାତି ଜଳାନ୍ତୁ l ଏପରି କଲେ ମନ ସ୍ଥିର ହେବ l

Govt
Leave A Reply