Odisha news

ଶୀତ ଦିନରେ ପଇଡ ପାଣି ପିଇବାର ୭ଟି ଅଦ୍ଭୁତ ଲାଭ

0

ଆମେ ସମସ୍ତେ ପ୍ରାୟ ଜାଣିଛୁ ପୈଦା ପାଣି ଔଷଧୀୟ ଗୁଣରେ ଭରପୁର ଅଟେ l  ଆମେ ଏହା ମଧ୍ୟ ଜାଣିଚୁ ଯେ ପଇଡ଼ ପାଣି ଗ୍ରୀଷ୍ମଋତୁ ରେ ସେବନ କରାଯାଏ l ଏହା ପ୍ରକୃତିରେ ଥଣ୍ଡା ହୋଇଥିବା କାରଣରୁ ଆମେ ଏହାକୁ ଗ୍ରୀଷ୍ମ ଋତୁରେ ସେବନ ପାଇଁ ଇଛା ପ୍ରକାଶ କରିଥାଉ l  କିନ୍ତୁ ଏହା ଭୁଲ ଧାରଣା ଅଟେ l ପୈଦା ପାଣି ପ୍ରତ୍ୟେକ ଋତୁ ପାଇଁ ଉପଯୋଗୀ l କିଛି ଲୋକଙ୍କର ଧାରଣା ରହିଥାଏ ଯେ ଶୀତଋତୁ ରେ ପଇଡ ପାଣି ସେବନ କରାଯାଏ କି ନାହିଁ l ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ଶୀତଋତୁ ପାଇଁ ପଇଡ ପାଣି ଖୁବ ହିତକର l

ଆସନ୍ତୁ ଜାଣିବା ଶୀତଋତୁ ରେ ପଇଡ ପାଣି ପିଇବାର ୭ଟି ଅଦ୍ଭୁତ ଲାଭ ବିଷୟରେ –
– ପାଚନ କ୍ରିୟା ଠିକ ରଖିବା ସହିତ କୋଷ୍ଠ କାଠିନ୍ୟ ସମସ୍ୟା ପାଇଁ ହିତକର –
ପଇଡ ପାଣି ରେ ଅନେକ ଗୁଡିଏ ପୋଷାକ ତତ୍ୱ ରହିଥାଏ ଓ ଭରପୁର ମାତ୍ରାରେ ମିନେରାଲସ ମଧ୍ୟ ରହିଥାଏ, ଯାହା ପାଚନ କ୍ରିୟା ପାଇଁ ହିତକର l  ବିଶେଷ ଭାବରେ ଆମେ ଶୀତଋତୁ ରେ ମଳ ତ୍ୟାଗ ସମୟରେ ଅନେକ କଷ୍ଟ ଅନୁଭବ କରିଥାଉ, ପେଟ ସଫା ହୋଇ ନଥାଏ, ପେଟ ମଧ୍ୟ କାଟି ହୋଇଥାଏ l  ତେଣୁ ଏପରି ସ୍ଥିତିରେ ଯଦି ନିୟମିତ ପଇଡ ପାଣି ସେବନ କରିବା ଏହିସବୁ ସମସ୍ୟାରୁ ଆରାମ ପାଇବା l

– ଶରୀରକୁ ଶକ୍ତି ଯୋଗାଇଥାଏ –
ଶୀତଋତୁରେ ସାଧାରଣ ଭାବରେ ଦେଖିବାକୁ ଗଲେ ଅଳସୁଆ ଲାଗିଥାଏ, କୌଣସି କାର୍ଯ୍ୟ କରିବାକୁ ସ୍ପୃହା ଆସି ନଥାଏ l  ଏପରି ସ୍ଥିତିରେ ପଇଡ ପାଣି ସେବନ କରିବା ଦ୍ୱାରା ଶରୀରକୁ ଶକ୍ତି ମିଳିଥାଏ ଓ ମନ ପ୍ରଫୁଲ୍ଲିତ ରହିଥାଏ l

– ରକ୍ତ ଶର୍କରା ଠିକ ରୁହେ –
ଶୀତଋତୁ ରେ ବିଶେଷ ଭାବରେ ରକ୍ତ ଶର୍କରା ସ୍ତର ବୃଦ୍ଧି ପାଇଥାଏ, ଏହାର କାରଣ ହେଲା ଆମେ ଏହି ଋତୁରେ ବିଶେଷ କିଛି ଶାରୀରିକ ପରିଶ୍ରମ କରି ନଥାଉ l  ତେଣୁ ନିୟମିତ ପଇଡ ପାଣି ସେବନ ଦ୍ୱାରା ରକ୍ତଚାପ ନିୟନ୍ତ୍ରିତ ରହିବ ସହିତ ରକ୍ତଚାପ ମଧ୍ୟ ନିୟନ୍ତ୍ରିତ ରହିଥାଏ l ଯାହା ଆମକୁ ଲାଭ ଦେଇଥାଏ l

– ଗର୍ଭାବସ୍ଥାରେ ମହିଳା ମାନଙ୍କ ପାଇଁ ହିତକର –
ଗର୍ଭାବସ୍ଥାରେ ଶରୀରକୁ ଅଧିକ ଶକ୍ତିର ଆବଶ୍ୟକତା ରହିଥାଏ, ତେଣୁ ଏହି ସମୟରେ ପଇଡ ପାଣି ସେବନ ଖୁବ ହିତକର l  ଏହା ଆମ ଶରୀରକୁ ମିନେରାଲସ ଯୋଗାଇବାରେ ସାହାଯ୍ୟ କରିଥାଏ l

– ମେଦ ବହୁଳତା ହ୍ରାସ ହୋଇଥାଏ –
ସେ ଯେ କୌଣସି ଋତୁ ହୋଇଥାଉ ନା କାହିଁକି ପଇଡ ପାଣି ଖୁବ ହିତକର ଅଟେ ମେଦ ବହୁଳତା ବା ମୋଟାପଣ ପାଇଁ l  ପଇଡ ପାଣି ଶରୀରର ଅତିରିକ୍ତ ଚର୍ବି କୁ ହ୍ରାସ କରିବାରେ ସାହାଯ୍ୟ କରେ l ପଇଡ ପାଣି ରେ ଆଣ୍ଟି ଅକ୍ସିଡେଣ୍ଟ ଭରି ହୋଇ ରହିଥାଏ l ଯାହାକି ଓଜନ ହ୍ରାସର ଗୋଟିଏ ଭଲ ମାଧ୍ୟମ ଅଟେ l

– କୋଲେଷ୍ଟ୍ରଲ ନିୟନ୍ତ୍ରଣ କାରି –
ଆଣ୍ଟି ଅକ୍ସିଡେଣ୍ଟ ରେ ଭରପୁର ହୋଇଥିବା କାରଣରୁ ପଇଡ ପାଣି କୋଲେଷ୍ଟ୍ରଲ ନିୟନ୍ତ୍ରଣ କରିଥାଏ l କାହିଁକି ନା ପଇଡ ପାଣି ରେ ରହିଥିବା ତତ୍ୱ ବ୍ୟାଡ଼ କୋଲେଷ୍ଟ୍ରଲ କୁ ନିୟନ୍ତ୍ରଣ କରି ଶରୀରରେ ଗୁଡ଼ କୋଲେଷ୍ଟ୍ରଲ ସକ୍ରିୟ କରିଥାଏ l  ଯାହାଦ୍ୱାରା ଶୀତଋତୁରେ ଦେଖାଯାଉଥିବା କୋଲେଷ୍ଟ୍ରଲ ସମସ୍ୟା ଠିକ ରହିଥାଏ l

– ଇମ୍ୟୁନିଟି ବୁଷ୍ଟର –
ଯଦି ଆପଣ ନିୟମିତ ପଇଡ ପାଣି ସେବନ କରିବେ ବିଭିନ୍ନ ସଂକ୍ରମଣ ଜନିତ ରୋଗ ଠାରୁ ଦୁରେଇ ରଖିଥାଏ l କାହିଁକି ନା ଏଥିରେ ଭିଟାମିନ ସି ଭରପୁର ମାତ୍ରାରେ ରହିଛି l  ଯାହାଦ୍ୱାରା ଆମର ଇମ୍ୟୁନିଟି ଷ୍ଟ୍ରଙ୍ଗ ହୋଇଥାଏ ଓ ଆମେ ଋତୁ ଜନିତ ବିଭିନ୍ନ ସଂକ୍ରମଣ ଜନିତ ରୋଗ ଠାରୁ ନିଜକୁ ରକ୍ଷା କରିଥାଉ l

Govt
Leave A Reply