Odisha news

ସିଟୁର ୫୧ତମ ପ୍ରତିଷ୍ଠା ଦିବସ ପାଳନ

0

ବାରିପଦା : ବାରିପଦା ସରକାରୀ ବସଷ୍ଟାଣ୍ଡ ଠାରେ ବସ କର୍ମଚାରୀ କାର୍ଯ୍ୟାଳୟରେ ସିଆଇଟିୟୁର ୫୦ବର୍ଷ ପୁର୍ତୀ ଓ ୫୧ ପ୍ରତିଷ୍ଠା ଦିବସ ପାଳନ କରାଯାଇଥିବାବେଳେ ସିଆଇଟିୟୁର ଜିଲ୍ଲା ସମ୍ପାଦକ ଅମଲ ଦେ ପତାକା ଉତ୍ତୋଳନ କରିଥିଲେ । ୧୯୭୦ ମସିହାର ଏହି ଦିନରେ କୋଲିକତାରେ ଶ୍ରମିକଶ୍ରେଣୀ ଲଢେଇକୁ ସରକାର ଓ ପୁଞ୍ଜିପତି ସପକ୍ଷବାଦି ନେତୃତ ହାତରୁ ସଙ୍ଗଠନକୁ ବଞ୍ଚାଇବା ଓ ଶ୍ରମିକ ସ୍ୱାର୍ଥରେ ଲଢେଇକୁ ଆଗେଇ ନେବାପାଇଁ ଏଆଇଟିୟୁସିକୁ ପରିତ୍ୟାଗ କରି ସିଆଇଟିୟୁକୁ ଗଢିତୁଳିଥିଲେ ।

ଆଜିକା ଦିନରେ କେନ୍ଦ୍ର ଓ ଅଧିକାଂଶ ରାଜ୍ୟ ସରକାର ଓ ପୁଞ୍ଜିପତି ବର୍ଗ ଶ୍ରମିକଙ୍କ ଉପରେ ଯେ ଭାବେ ଲା‚ନା କରୁଛନ୍ତି ଏବଂ ପୁରୁଣା ଶ୍ରମ ଆଇନକୁ ବାତିଲ କରି ନୂଆ ଶ୍ରମ ଆଇନ ପ୍ରଣୟନ କରୁଛନ୍ତି ତା’ବିରୋଧରେ ବକ୍ତବ୍ୟ ରଖିଥିଲେ ସିଆଇଟିୟୁର ଜିଲ୍ଲା ସଭାପତି ରବି ଗୋସ୍ୱାମୀ, କୋଷାଧ୍ୟକ୍ଷ ତଥା ମୋଟର କର୍ମଚାରୀ ସଂଘର ସଭାପତି ରଘୁନାଥ ପଣ୍ଡା, ସଦସ୍ୟ ତପନ କୁମାର ବସା ଓ କ୍ଷିତିଶ ସାଶ୍ମଲ । ଉକ୍ତ କାର୍ଯ୍ୟକ୍ରମରେ ମୋନରଞ୍ଜନ ପରିଡା, ଅଶୋକ ଭଞ୍ଜଦେଓ, ଗଙ୍ଗାଧର ଶାମଲ, ସୁଭାଷ ତ୍ରିପାଠୀ, ସଞ୍ଜୟ ଜେନା, ଶକ୍ତିପଦ, ସୁବ୍ରତ ଲେଙ୍କା, ଦେବାଶିଷ ଜେନା, ସେକ୍ ରଜୁଆନ୍, ଅଶୋକ ବେହେରା ଓ ସତ୍ୟରଞ୍ଜନ ସେଠୀ ପ୍ରମୁଖ ଯୋଗଦେଇ ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.