Odisha news

ଏବିଭିପି ପକ୍ଷରୁ କରୋନା ଯୋଦ୍ଧାମାନଙ୍କୁ ସମ୍ମାନିତ

0

ବାରିପଦା  : ସମ୍ପ୍ରତି ବିଶ୍ୱ ମହାମାରୀ କରୋନା ସହ ସଂଘର୍ଷ କରୁଥିବାବେଳେ ଯୋଦ୍ଧା ସାଜି ଅହରହ କରୋନା ସହ ଯୁଦ୍ଧ କରୁଥିବା କରୋନା ଯୋଦ୍ଧାମାନଙ୍କୁ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ପକ୍ଷରୁ ସମ୍ମାନିତ କରାଯାଇଛି ।

ଏବିଭିପି ପକ୍ଷରୁ ଡାକ୍ତରମାନଙ୍କ ଠାରୁ ଆରମ୍ଭ କରି ସ୍ୱାସ୍ଥ୍ୟକର୍ମୀ, ପୋଲିସ, ସାମ୍ବାଦିକ, ସଫେଇ କର୍ମଚାରୀ ଓ ଆଶାକର୍ମୀ ପ୍ରମୁଖଙ୍କୁ ସମ୍ମାନିତ କରାଯାଇଛି । ସମ୍ପ୍ରତି ଲକ୍ଡାଉନ୍ ସମୟରେ ପ୍ରାୟ ସମସ୍ତେ ଘରେ ରହୁଥିବାବେଳେ ନିଜ ଜୀବନକୁ ବେଖାତିର କରି କରୋନା ଯୁଦ୍ଧରେ ବିଜୟଲାଭ କରିବାକୁ ଅହରହ ପ୍ରଚେଷ୍ଟା କରୁଥିବା ପ୍ରତିଟି ବ୍ୟକ୍ତି ବିଶେଷଙ୍କୁ ସମ୍ମାନିତ କରାଯାଇଛି ।

ଜିଲ୍ଲାପ୍ରଶାସନ ବହୁ ଦାୟିତ୍ୱବାନ ଅଧିକାରୀ ମାନଙ୍କ ସମେତ ଡାକ୍ତର, ଆଶାକର୍ମୀ, ସାମ୍ବାଦିକ, ସଫେଇ କର୍ମଚାରୀ ମାନଙ୍କୁ ଧନ୍ୟବାଦ ପତ୍ର ଅର୍ପଣ କରି ସେମାନଙ୍କୁ ସମ୍ମାନିତ କରାଯାଇଛି । ଆୟୋଜିତ ଏହି ଅଭିଯାନରେ ନଗର ସମ୍ପାଦକ କ୍ଷୀରୋଦ ପଣ୍ଡାଙ୍କ ନେତୃତ୍ୱରେ ଏବିଭିପିର ରାଜ୍ୟ ବିଶ୍ୱବିଦ୍ୟାଳୟ କାର୍ଯ୍ୟ ପ୍ରମୁଖ ଏମପି ଜ୍ୟୋତିପ୍ରକାଶଙ୍କ ସମେତ ବିଭୂତି ଭୂଷଣ ଘଡାଇ ପାତ୍ର, ଧରିତ୍ରୀ ବେହେରା, ଦେବବ୍ରତ ପଣ୍ଡା, ହରପ୍ରିୟା ନାୟକ ଓ ଆର୍ଶୀ ନାଜ ପ୍ରମୁଖ ସାମିଲ ଥିଲେ ।

Leave A Reply